ETV Bharat / city

କେନ୍ଦ୍ର ସମବାୟ ବ୍ୟାଙ୍କର ସହାୟକ ଭାବେ 384 ଜଣଙ୍କୁ ନିଯୁକ୍ତି

author img

By

Published : Oct 15, 2022, 9:14 AM IST

Updated : Oct 15, 2022, 1:12 PM IST

କେନ୍ଦ୍ର ସମବାୟ ବ୍ୟାଙ୍କର ସହାୟକ ଭାବେ 15 ଜିଲ୍ଲାରେ 384 ଜଣ କର୍ମଚାରୀ ଯୋଗ ଦେଇଛନ୍ତି । ନବନିଯୁକ୍ତ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀ ଦିଗଦର୍ଶନ ଦେଇଛନ୍ତି । ଅଧିକ ପଢ଼ନ୍ତୁ

assistants requirement of central cooperative bank
କେନ୍ଦ୍ର ସମବାୟ ବ୍ୟାଙ୍କର ସହାୟକ ଭାବେ 384ଜଣଙ୍କୁ ନିଯୁକ୍ତି

ଭୁବନେଶ୍ବର: 5ଟି ଉପକ୍ରମରେ ସମବାୟ କ୍ଷେତ୍ରର ରୂପାନ୍ତରଣ ସହ ରାଜ୍ୟର 2023 ପ୍ରାଥମିକ କୃଷି ସମବାୟ ସମିତିକୁ କୋର ବ୍ୟାଙ୍କିଂ ପ୍ରକ୍ରିୟାରେ ସାମିଲ କରାଯାଇଛି । ଏହାକୁ ପରିଚାଳନା କରିବାକୁ 15 ଜିଲ୍ଲାର କେନ୍ଦ୍ର ସମବାୟ ବ୍ୟାଙ୍କ ଗୁଡ଼ିକରେ 384 ଜଣ ବ୍ୟାଙ୍କ ସହାୟକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । କମ୍ପ୍ୟୁଟରୀକରଣ ସହ କୋର ବ୍ୟାଙ୍କିଂରେ ପାକ୍ସଗୁଡ଼ିକ ସଂଯୋଗ କରିବା କ୍ଷେତ୍ରରେ ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟର ମାନ୍ୟତା ପାଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ର ଅନଲାଇନ ପରିଚାଳନା ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବ୍ୟାଙ୍କ ସହାୟକମାନଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ।

କେନ୍ଦ୍ର ସମବାୟ ବ୍ୟାଙ୍କର ସହାୟକ ଭାବେ 384 ଜଣଙ୍କୁ ନିଯୁକ୍ତି

ଏହି ବ୍ୟବସ୍ଥା ଜରିଆରେ ରାଜ୍ୟର 2063 ପାକ୍ସ କୋର ବ୍ୟାଙ୍କିଂ ପ୍ଲାଟଫର୍ମ ଅଧୀନକୁ ଆସିଛି । ଏହାକୁ ସମଗ୍ର ଦେଶରେ ପ୍ରଥମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ,"ସମବାୟ କ୍ଷେତ୍ର ପାଇଁ ଏକ ଐତିହାସିକ ଦିବସ । ବ୍ୟାଙ୍କିଂ, କ୍ରେଡିଟ୍ ଓ ପରିଚାଳନା କ୍ଷେତ୍ରରେ ଏହି ବ୍ୟବସ୍ଥା ପାରଦର୍ଶିତା ଆଣିବା ସହିତ ସେବା ପ୍ରଦାନରେ ଦକ୍ଷତା ବୃଦ୍ଧି କରିବ । ରାଜ୍ୟରେ ଦିଆଯାଉଥିବା ଶସ୍ୟ ଋଣରୁ 60% ସମବାୟ ବ୍ୟାଙ୍କ ଏବଂ ପାକ୍ସ ଦ୍ୱାରା ପ୍ରଦାନ କରାଯାଇଥାଏ । ପାକ୍ସ ଜରିଆରେ ଧାନ ଏବଂ ଅନ୍ୟ କୃଷି ଉତ୍ପାଦ ସଂଗ୍ରହ କରାଯାଉଛି । ରାଜ୍ୟରେ ସମବାୟ ବ୍ୟବସ୍ଥାର ସୁଦୃଢ଼ୀକରଣ ଲକ୍ଷ୍ୟରେ ରାଜ୍ୟ ସରକାର ସମବାୟ ବ୍ୟାଙ୍କ ଓ ପାକ୍ସକୁ ନିୟମିତ ଭାବେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏଥିସହ କୃଷକଙ୍କୁ ସହାୟତା ସ୍ୱରୂପ ସରକାର ସୁଧ ଉପରେ ମଧ୍ୟ ସବସିଡି ଦିଆଯାଉଛି।"

ଏହା ମଧ୍ୟ ପଢ଼ନ୍ତୁ: 5T ଉପକ୍ରମର କାର୍ଯ୍ୟାନ୍ୱୟନରେ ସୂଚନା ଅଧିକାରୀ ନିଅନ୍ତୁ ଅଗ୍ରଣୀ ଭୂମିକା

ପାକ୍ସ ଗୁଡ଼ିକର କୋର ବ୍ୟାଙ୍କିଂ ସଲ୍ୟୁସନ ଓ କମ୍ପ୍ୟୁଟରୀକରଣ କାର୍ଯ୍ୟକୁ ରାଜ୍ୟ ସରକାରଙ୍କ 5ଟି ଉପକ୍ରମରେ ସାମିଲ କରାଯାଇଛି । 5ଟି ଉପକ୍ରମର ଆଦର୍ଶକୁ ଅନୁକରଣ ଜରିଆରେ ସମବାୟ କ୍ଷେତ୍ରର ବିକାଶ ପାଇଁ କାର୍ଯ୍ୟ କରିବାକୁ ନବ ନିଯୁକ୍ତ ବ୍ୟାଙ୍କ ସହାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମରେ ଯୋଗ ଦେଇଥିବା 28 ନବନିଯୁକ୍ତ ଅଧିକାରୀଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମ ଏବଂ ଖାଉଟି ଯୋଗାଣ ବ୍ୟବସ୍ଥାରେ ହିତାଧିକାରୀଙ୍କୁ ବଣ୍ଟନ ହେଉଥିବା ଖାଦ୍ୟ ଶସ୍ୟର ସଂରକ୍ଷଣ ଦିଗରେ ପଣ୍ୟାଗାର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଖାଦ୍ୟ ସୁରକ୍ଷା ଦିଗରେ ପଣ୍ୟାଗାର ବ୍ୟବସ୍ଥା ଏକ ଜରୁରୀ ଅଂଶ । ନବନିଯୁକ୍ତ ଅଧିକାରୀମାନେ ସେମାନଙ୍କ ଦାୟିତ୍ୱ ନିର୍ବାହରେ ନିଷ୍ଠା ପ୍ରଦର୍ଶନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଅନୁଷ୍ଠିତ କାର୍ଯ୍ୟକ୍ରମରେ କୃଷି ଉତ୍ପାଦନ କମିଶନର ସଞ୍ଜୀବ ଚୋପ୍ରା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭିକେ ପାଣ୍ଡିଆନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 15, 2022, 1:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.