ETV Bharat / city

ଆସନ୍ତାକାଲି ହେବ ASO ଲିଖିତ ପରୀକ୍ଷା

author img

By

Published : Aug 26, 2022, 5:34 PM IST

ଆସନ୍ତାକାଲି ହେବାକୁ ଯାଉଛି ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ASO ଲିଖିତ ପରୀକ୍ଷା । ଅଗଷ୍ଟ ୨୧ ତାରିଖରେ ପରୀକ୍ଷା ହେବାକୁ ଥିବାବେଳେ ବନ୍ୟା ଯୋଗୁଁ ଏହି ପରୀକ୍ଷାକୁ ଘୁଞ୍ଚାଯାଇଥିଲା । ଅଧିକ ପଢନ୍ତୁ

ଆସନ୍ତାକାଲି ହେବ ଏଏସଓ ପରୀକ୍ଷା
ଆସନ୍ତାକାଲି ହେବ ଏଏସଓ ପରୀକ୍ଷା

ଭୁବନେଶ୍ବର: ଆସନ୍ତାକାଲି (ଶନିବାର) ହେବାକୁ ଯାଉଛି ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର (ASO) ଲିଖିତ ପରୀକ୍ଷା । ଏନେଇ ଓଡ଼ିଶା ଲୋକସେବା ଆୟୋଗ (OPSC) ଅଧ୍ୟକ୍ଷ ସୂଚନା ଦିଆଯାଇଛି । ଅଗଷ୍ଟ ୨୧ ତାରିଖରେ ପରୀକ୍ଷା ହେବାକୁ ଥିବାବେଳେ ବନ୍ୟା ଯୋଗୁଁ ଏହି ପରୀକ୍ଷାକୁ ଘୁଞ୍ଚାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଜେନେରାଲ ଆୱାରନେସ ପରୀକ୍ଷା ହେବାକୁ ଥିବାବେଳେ ସକାଳ ୯ଟା ରୁ ୧୦ଟା ୩୦ ପର୍ଯ୍ୟନ୍ତ ଜାରି ରହିବ । ଭିନ୍ନକ୍ଷମ ପିଲାଙ୍କ ପାଇଁ ୩୦ ମିନିଟ ଅଧିକ ସମୟ ମଧ୍ୟ ଦିଆଯିବ ।

ସେହିପରି ଦ୍ବିତୀୟ ପର୍ଯ୍ୟାୟ ୧୧ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ । ଏହି ସିଟିଂରେ ଗଣିତ ସହ ରିଜୋନିଂ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ଏହା ସହ ତୃତୀୟ ପର୍ଯ୍ୟାୟ ୨ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ଚାଲିବ । ଏହି ସିଟିଂରେ ଇଂରାଜୀ ଏବଂ ଓଡ଼ିଆରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ ।

ଏହା ବି ପଢନ୍ତୁ- ASO ପରୀକ୍ଷା ଘୁଞ୍ଚାଇବା ଦାବି, ହସ୍ତକ୍ଷେପ ପାଇଁ ମନା କଲେ ହାଇକୋର୍ଟ

ରାଜ୍ୟର ୩୩ଟି ଜୋନ୍‌ର ୪୮୨ ସେଣ୍ଟରରେ ପରୀକ୍ଷା ଦେବେ ୨ ଲକ୍ଷ ୬ ହଜାରରୁ ଅଧିକ ପରୀକ୍ଷାର୍ଥୀ । ୩ଟି ସିଫ୍ଟରେ ହେବ ପରୀକ୍ଷା । ଆସନ୍ତାକାଲି ପରୀକ୍ଷା ପାଇଁ ମୋଟ ଖୋର୍ଦ୍ଧା ଜିଲ୍ଲାରେ ୧୩୯ଟି ସେଣ୍ଟର ହୋଇଥିବାବେଳେ, କେବଳ ଭୁବନେଶ୍ବରରେ ୧୨୯ଟି ଶିକ୍ଷାନୁଷ୍ଠାନ ସାମିଲ ରହିଛି । ଏଥିପାଇଁ ସ୍କୁଲ ସ୍ଵତନ୍ତ୍ର ଭାବରେ ଛୁଟି କରାଯାଇଥିବା ସୂଚନା ମିଳିଛି । ଛାତ୍ରଛାତ୍ରୀମାନେ ପୂର୍ବ ନିର୍ଦ୍ଧାରିତ ତାରିଖ ପାଇଁ ପାଇଥିବା ଆଡମିଟ୍ କାର୍ଡରେ ଆସନ୍ତାକାଲି ପରୀକ୍ଷା ଦେଇପାରିବେ ।

ସୂଚନା ଥାଉ କି, ରାଜ୍ୟରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଏହାକୁ ଦୃଷ୍ଟିରେ ରଖି ASO ଲିଖିତ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । କାରଣ ରାଜ୍ୟର ଅନେକ ଅଞ୍ଚଳ ବନ୍ୟାପାଣି ଘେରରେ ରହିଥିଲା । ପରୀକ୍ଷାର୍ଥୀମାନେ ସେଣ୍ଟରରେ ପହଞ୍ଚିବାକୁ ଅସୁବିଧାର ସମ୍ମୁଖୀନ ହେବେ । ଏଥିଲାଗି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା ।

ASO ପରୀକ୍ଷା ଘୁଞ୍ଚାଇବା ଦାବିରେ ହାଇକୋର୍ଟରେ ମାମଲା ପହଞ୍ଚିଥିଲା । ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଥିଲେ କୋର୍ଟ । ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡି.ପି.ଷଡଙ୍ଗୀ ଓ ଏସ.ବେହେରା ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଥିଲେ । ରାଜ୍ୟରେ ବନ୍ୟା ସ୍ଥିତିରେ ସୁଧାର ଆସିନଥିବାରୁ ଏଏସଓ ପରୀକ୍ଷା ଆସନ୍ତା ୨୭ରେ ନକରିବାକୁ ଦାବି ଉଠିଥିଲା । ବନ୍ୟାସ୍ଥିତିରେ ସୁଧାର ପରେ ଏହି ପରୀକ୍ଷା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.