ETV Bharat / city

ରେଳ ଟ୍ରାକରୁ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର, ପାଖରେ ରହିଛି ସୁଇସାଇଡ ନୋଟ

author img

By

Published : Jul 11, 2022, 11:01 AM IST

ଭୁବନେଶ୍ୱର ବାଣୀବିହାର ରେଳ ଲାଇନରୁ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର । ସୁଇସାଇଡ ନୋଟରେ କମ୍ପାନୀ କର୍ତ୍ତୃପକ୍ଷ ଓ ଘରମାଲିକଙ୍କୁ ଲେଖାଯାଇଛି ଦାୟୀ । ଅଧିକ ପଢନ୍ତୁ

ରେଳ ଟ୍ରାକରୁ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର, ପାଖରେ ରହିଛି ସୁଇସାଇଡ ନୋଟ
ରେଳ ଟ୍ରାକରୁ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର, ପାଖରେ ରହିଛି ସୁଇସାଇଡ ନୋଟ

ଭୁବନେଶ୍ବର: ଭୁବନେଶ୍ୱର ବାଣୀବିହାର ରେଳ ଲାଇନରୁ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର । ମୃତ ବ୍ୟକ୍ତିଙ୍କ ନାମ ସମୀର କୁମାର ମିଶ୍ର ହୋଇଥିବା ବେଳେ ସେ ଏକ ସିମେଣ୍ଟ କମ୍ପାନିର‌ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମ କରୁଥିଲେ । ତେବେ ୩୦ବର୍ଷୀୟ ମୃତ ସମୀର ମିଶ୍ରଙ୍କ ଘର ବ୍ରହ୍ମପୁରର ନୂଆ ବସଷ୍ଟେଣ୍ଟ ନିକଟର ବୋଲି ସୂଚନା ରହିଛି । ସେ ବମିଖାଲ ନିକଟସ୍ଥ ଏକ ଆପାର୍ଟମେଣ୍ଟରେ ରହୁଥିବା ବେଳେ ଅଲଟ୍ରାଟେକ ସିମେଣ୍ଟରେ ଏରିଆ ମ୍ୟାନେଜର ଭାବେ କାମ କରୁଥିଲେ ।

ରେଳ ଟ୍ରାକରୁ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ମୃତଦେହ ଉଦ୍ଧାର

ଗତକାଲି(ରବିବାର) ରେଳଟ୍ରାକରୁ ସମୀରଙ୍କ ମୃତଦେହ ମିଳିଥିବା ବେଳେ ସୁଇସାଇଟ ନୋଟ ଜବତ ହୋଇଛି । ସୁଇସାଇଡ ନୋଟରେ ମୃତ୍ୟୁ ପାଇଁ ଘର ମାଲିକ ଏବଂ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ କରିଛନ୍ତି ସମୀର । ଉଭୟଙ୍କ ଅତ୍ୟାଚାରରେ ସମୀର ମାନସିକ ଭାରସାମ୍ୟ ହରାଇ ଏପରି କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ତେବେ ସମୀରଙ୍କ ଶ୍ବଶୁର ବିରଞ୍ଚି ସେଠୀ ଘଟଣାର ତଦନ୍ତ କରାଯାଇ ସତ ସାମ୍ନାକୁ ଅଣାଯାଉ ବୋଲି ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ରେଲୱେ ଟ୍ରାକରେ ସମୀରଙ୍କ ମୃତଦେହ ମିଳିବା ପରେ କମ୍ପାନୀ ଓ ଘର‌ମାଲିକଙ୍କୁ କାହିଁକି ଦାୟୀ କରିଛନ୍ତି ସେ ନେଇ ତଦନ୍ତ କରୁଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.