ETV Bharat / city

Odisha Assembly Winter Session: ଏବେବି ମୁଖ୍ୟମନ୍ତ୍ରୀଙ୍କୁ ଭରସା କରୁଛନ୍ତି ପ୍ରଦୀପ ପାଣିଗ୍ରାହୀ

ଏବେ ବି ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ରଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ(Gopalpur MLA Pradip Panigrahi) । ଶୀତ ଅଧିବେଶନରେ(Odisha Assembly Winter Session)ରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିବା ନେଇ ଦେଲେ ସୂଚନା । ଅଧିକ ପଢନ୍ତୁ

author img

By

Published : Dec 1, 2021, 9:34 AM IST

Assembly Winter Session: ଏବେ ବି ପ୍ରଦୀପ ପାଣିଗ୍ରାହୀଙ୍କ ଭରସା ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏବେ ବି ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ରଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ(Gopalpur MLA Pradip Panigrahi) । ବିଜୁ ଜନତା ଦଳରୁ ନିଲମ୍ବନ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସେ ଭରସା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଚାହିଁଲେ ଜନସାଧାରଣଙ୍କ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି ।

ତେଣୁ ଆଜିଠୁ ଆରମ୍ଭ ହେଉଥିବା ଶୀତ ଅଧିବେଶନରେ(Odisha Assembly Winter Session) ସେ ସମସ୍ତ ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି । ବିଧାୟକ ପାଣିଗ୍ରାହୀଙ୍କ ନିର୍ବାଚନ ମଣ୍ଡଳୀ ଗୋପାଳପୁରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ । ଗୃହରେ ଦାବି ଉପସ୍ଥାନ ପୂର୍ବରୁ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ରଖି କହିଛନ୍ତି ଯେ, ୧୦ ବର୍ଷ ହେବ ଗୋପାଳପୁରରେ ମତ୍ସ୍ୟଜୀବୀମାନେ ନିଜର ହକ ପାଇଁ ଲଢେଇ କରୁଛନ୍ତି । ସେମାନଙ୍କୁ ନିଜର ହକ ପ୍ରଦାନ କରନ୍ତୁ ମୁଖ୍ୟମନ୍ତ୍ରୀ । ସେହିପରି ଜମି ପଟ୍ଟା ଫେରେଇବା, ବିଭିନ୍ନ ଅଞ୍ଚଳକୁ ଜଳ ଯୋଗାଣ, ଜଙ୍ଗଲ, ଜମି, ପରିବେଶ ସୁରକ୍ଷା ପ୍ରତି ସରକାର ଗୁରୁତ୍ୱ ଦିଅନ୍ତୁ ।

ଏଥିସହ ଦୁର୍ନୀତି ରୋକିବା ପାଇଁ ସ୍ବତନ୍ତ୍ର ଟାସ୍କ ପ୍ରସ୍ତୁତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି । ତେବେ ଆଜିଠୁ ଶୀତ ଅଧିବେଶନ ଆରମ୍ଭ ହେଉଥିବାରୁ ସମସ୍ତ ବିଧାୟକ ଏବଂ ମନ୍ତ୍ରୀ ନିଜ ନିଜର ମତ ରଖୁଥିବାବେଳେ ବିଜେଡିରୁ ବହିଷ୍କୃତ ହୋଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀ କି କି ଦାବି ଉପସ୍ଥାପନ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.