ETV Bharat / city

କୃଷି ଓ କୃଷକ ସମ୍ପର୍କିତ ମୁଲତବୀ ଆଲୋଚନା; କେନ୍ଦ୍ର କୃଷି ଆଇନକୁ ନେଇ ବିଜେଡି ଅସନ୍ତୋଷ

author img

By

Published : Oct 5, 2020, 2:00 PM IST

କୃଷି ଓ କୃଷକ ସମ୍ପର୍କିତ ମୁଲତବୀ ନୋଟିସ ଆଲୋଚନା ବେଳେ କେନ୍ଦ୍ରର କୃଷି ଆଇନ ଉପରେ ବିଜେଡି ଅସନ୍ତୋଷ ପ୍ରକାଶ କରିଛି । ସେପଟେ ବିଜେପି କକ୍ଷତ୍ୟାଗ କରିଥିବାବେଳେ ବିଭାଗୀୟ ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।

କୃଷି ଓ କୃଷକ ସମ୍ପର୍କିତ ମୁଲତବୀ ଆଲୋଚନା
କୃଷି ଓ କୃଷକ ସମ୍ପର୍କିତ ମୁଲତବୀ ଆଲୋଚନା

ଭୁବନେଶ୍ବର: କୃଷି ଓ କୃଷକ ସମ୍ପର୍କିତ ମୁଲତବୀ ନୋଟିସ ଆଲୋଚନା ବେଳେ କେନ୍ଦ୍ରର କୃଷି ଆଇନ ଉପରେ ବିଜେଡି ଅସନ୍ତୋଷ ପ୍ରକାଶ କରିଛି । ଏହି ଆଇନ MSP ଉଚ୍ଛେଦର ପ୍ରଥମ ପ୍ରକ୍ରିୟା ଦର୍ଶାଇ ବିଜେଡି ବିଧାୟକ ପ୍ରତାପ ଦେବ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସେହିପରି ଛୋଟ ମଧ୍ୟସ୍ଥି ହଟିବେ ଓ ବଡ ମଧ୍ୟସ୍ଥି ଆସିବେ । ଆଗକୁ ଧିରେ ଧିରେ ଚାଷୀମାନେ କର୍ପୋରେଟ ଅଧିନକୁ ଆସିଯିବେ ବୋଲି ଆଶଙ୍କା କରିଛନ୍ତି ପ୍ରତାପ । ଏହାସହ ଚାଷୀଙ୍କ ସ୍ବାର୍ଥ ସହ ବିଜେଡି ରହିଛି । କୃଷି ମନ୍ତ୍ରୀଙ୍କୁ ଅନୁରୋଧ କରୁଛି, କି ଚାଷୀଙ୍କ ପାଇଁ ଭଲ ବ୍ୟବସ୍ଥା କରନ୍ତୁ ବୋଲି ଏହି ଆଲୋଚନାରେ ଭାଗ ନେଇ ପ୍ରତାପ ଦେବ କହିଛନ୍ତି ।

ସେପଟେ ଆଲୋଚନାରେ ଭାଗ ନନେଇ ବିଜେପି ଗୃହତ୍ୟାଗ କରିଥିବାବେଳେ କଂଗ୍ରେସ ମଧ୍ୟ କୃଷି ଆଇନକୁ ବିରୋଧ କରିଛି । ତେବେ ଆଲୋଚନା ପରେ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ବିଭାଗୀୟ ମନ୍ତ୍ରୀ ନିଜ ଉତ୍ତରରେ କହିଛନ୍ତି,‘ ରାଜ୍ୟ ସରକାର କୃଷକମାନଙ୍କ ସର୍ବାଙ୍ଗୀନ ଉନ୍ନତି ତଥା ସେମାନଙ୍କର ସାମୂହିକ ବିକାଶ ନିମନ୍ତେ ଦୃଢ ପ୍ରତିବଦ୍ଧ । ରାଜ୍ୟ ସରକାର କୋଭିଡ ମହାମାରୀ ସମୟରେ ମଧ୍ୟ ଚାଷୀମାନଙ୍କ କଲ୍ୟାଣ ନିମନ୍ତେ ଅନେକ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି ।’

ସେହିପରି ରାଜ୍ୟରେ ମାର୍ଚ୍ଚ ମାସରୁ କୋଭିଡ୍‌ ଅନେକ କ୍ଷେତ୍ରରେ ପ୍ରତିବନ୍ଧକ ରୂପେ ଉଭା ହୋଇଥିବାବେଳେ କୃଷି କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଳିଷ୍ଠ ଓ ସମୟୋଜିତ ପଦକ୍ଷେପ ତଥା କୃଷକମାନଙ୍କର ଅବଦାନ ଓ ସହଯୋଗ କୃଷି ଓ ଆନୁସଙ୍ଗିକ କୃଷିକାର୍ଯ୍ୟର ଗତିରୋଧ କରିପାରିନାହିଁ ବରଂ ଅଗ୍ରଗତି କରିଛି ବୋଲି ମନ୍ତ୍ରୀ କହିଛନ୍ତି ।

ଏହାସହ ରାଜ୍ୟ ସରକାର କୃଷକଙ୍କ ପାଇଁ କରିଥିବା ବିଭିନ୍ନ ଯୋଜନା ମାନ କହିବା ସହ ରାଜ୍ୟ ସରକାର ଆଣିଥିବା ନୂତନ କୃଷି ନୀତି-2020 ‘ସମୃଦ୍ଧି’ ସହ ସ୍ବତନ୍ତ୍ର ରୂପେ ‘ଓଡିଶା ଜୈବିକ କୃଷି ନୀତି’, ‘କୃଷକ ଉତ୍ପାଦକ ସଙ୍ଗଠନ ନୀତି’ ଆଦି ପ୍ରଣୟନ କରିଥିବା ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.