ETV Bharat / city

ସ୍କୁଲ ବନ୍ଦ ପ୍ରସଙ୍ଗରେ କମ୍ପିଲା ଗୃହ, ଅପରାହ୍ନ ୩ ଯାଏଁ ମୁଲତବୀ - speaker surya narayan patra

ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ଗୃହରେ ହୋହ୍ଲଲା । ଗୃହର ମଧ୍ୟଭାଗକୁ ନେଇ ହଟ୍ଟଗୋଳ କଲେ ବିରୋଧୀ । ଫଳରେ 3ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି । ଅଧିକ ପଢନ୍ତୁ...

ସ୍କୁଲ ବନ୍ଦ ପ୍ରସଙ୍ଗରେ କମ୍ପିଲା ଗୃହ, ଅପରାହ୍ନ ୩ ଯାଏଁ ମୁଲତବୀ

author img

By

Published : Nov 21, 2020, 1:16 PM IST

Updated : Nov 21, 2020, 1:23 PM IST

ଭୁବନେଶ୍ବର: ଆଜି ବିଧାନସଭାରେ ଉଠିଲା କମ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗ । ନିଷ୍ପତ୍ତିକୁ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । ପ୍ରସଙ୍ଗରେ ବାଚସ୍ପତି ରୁଲିଂ ପରେ ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ଓ ବିଜେପିର ସଦସ୍ୟ ହଟ୍ଟଗୋଳ କରିଥିଲେ । ପରେ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଏହି ପ୍ରସଙ୍ଗ ଉପରେ ଗଣଶିକ୍ଷା ମନ୍ତ୍ରୀ ତଥା ବିଭାଗୀୟ ମନ୍ତ୍ରୀଙ୍କୁ ସ୍ପଷ୍ଟକରଣ ରଖିବାକୁ ବାଚସ୍ପତି ରୁଲିଂ କରିଛନ୍ତି । କାହିଁକି ରାଜ୍ୟ ସରକାର ସ୍କୁଲ ବନ୍ଦ ରଖିଛନ୍ତି । ପିଲାମାନଙ୍କ ଭବିଷ୍ୟତକୁ ନେଇ କଣ ରହିଛି ଚିନ୍ତାଧାରା । ଆସନ୍ତା 2 ଦିନ ମଧ୍ୟରେ ବିଭାଗୀୟ ମନ୍ତ୍ରୀ ଏହି ସମସ୍ତ ପ୍ରଶ୍ନର ଉତ୍ତର ରଖିବାକୁ ବାଚସ୍ପତି କହିଛନ୍ତି ।

ସେପଟେ, ବାଚସ୍ପତିଙ୍କ ରୁଲିଂ ପରେ ଗୃହର ମଧ୍ୟ ଭାଗକୁ ଆସି ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ହଟ୍ଟଗୋଳ କରିଥିଲେ । ପାହାଡିଆ ଅଞ୍ଚଳରେ ସ୍କୁଲ ବନ୍ଦ ହେଲେ ନଦୀ ପାହାଡ ଯିବାକୁ ପଡିବ । ଫଳରେ ଯେତିକି ପିଲା ଅଛନ୍ତି, ସେମାନେ ଡ୍ରପ ଆଉଟ ହେବେ । ପିଲାମାନଙ୍କୁ ଅଶିକ୍ଷିତ କରିବାକୁ ଯୋଜନା କରାଯାଉଛି । ଏ ଦିଗରେ ପୁନର୍ବିଚାର କରନ୍ତୁ । ନହେଲେ କେବିକେ ଅଞ୍ଚଳରେ ଆନ୍ଦୋଳନ କରାଯିବ । ଆଉ ଏଥିପାଇଁ ସରକାର ଦାୟୀ ରହିବେ ।

ସ୍କୁଲ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ନେଇ ବାଚସ୍ପତିଙ୍କୁ ବିଜେପି ଓ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ରାଜ୍ୟରେ ବ୍ରିଟିଶ ରାଜ ଚାଲିଛି ବୋଲି ସମାଲୋଚନା ମଧ୍ୟ କରାଯାଇଥିଲା । ଗୃହରେ ଏପରି ହୋହ୍ଲଲା ପରେ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Nov 21, 2020, 1:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.