ଭୁବନେଶ୍ବର: ଏଏସଓ ମାନଙ୍କୁ ନୂଆ କାର୍ଯ୍ୟରେ ନିୟୋଜିତ କରିବେ ରାଜ୍ୟ ସରକାର । ନବନିଯୁକ୍ତ ୮୦୦ ଏଏସଓ ମାନଙ୍କୁ ଏଣିକି ଇଣ୍ଡିପିଣ୍ଡେଣ୍ଟ ଚାର୍ଜ ଦିଆଯିବ । ଏମାନେ ସେକ୍ସନ ଅଫିସର ବା ଡେସ୍କ ଅଫିସରଙ୍କୁ ଫାଇଲ ନଦେଇ ଡାଇରେକ୍ଟ ଡେପ୍ୟୁଟି ସେକ୍ରେଟାରୀ ଓ ଜଏଣ୍ଟ ସେକ୍ରେଟାରୀଙ୍କୁ ଫାଇଲ୍ ଦେଇପାରିବେ ।
ଏମାନଙ୍କୁ ବିଭିନ୍ନ ଫିଲ୍ଡ କାମରେ ମଧ୍ୟ ନିୟୋଜିତ କରାଯିବ । ଏହାସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା କରିବା ପାଇଁ ମଧ୍ୟ ଦାୟିତ୍ଵ ତୁଲାଇବାରେ ସହଯୋଗ କରିବେ । ବିଭିନ୍ନ ବିଭାଗର ରିଭ୍ୟୁ ମିଟିଂରେ ଡେସ୍କ ଅଫିସର ମାନେ ଏଣିକି ଏଏସଓ ମାନଙ୍କୁ ସାମିଲ କରିବେ ।
ଯେହେତୁ ଏଏସଓ ମାନେ ବିଭିନ୍ନ ବିଭାଗରେ ଶିକ୍ଷାଲାଭ କରିଛନ୍ତି ନିଜର ଜ୍ଞାନ ଓ ବୁଦ୍ଧିମତା ପ୍ରୟୋଗ କରି ତ୍ଵରିତ ସେବା ଯୋଗାଣରେ ଗୁଣାତ୍ମକ ପରିବର୍ତ୍ତନ ହାସଲ କରିବା ଦିଗରେ ସହାୟତା କରିବେ ।
୫‘ଟି’ ମାଧ୍ୟମରେ କାର୍ଯ୍ୟକୁ ତ୍ଵରିତ କରି ସେ ବିଷୟରେ ଧ୍ୟାନ ଦେବାକୁ ହେବ । ଏଏସଓ ମାନେ ନୂତନ ଜ୍ଞାନକୌଶଳ ବ୍ୟବହାର ଓ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ