ETV Bharat / city

ବ୍ଲାକ୍‌ ପାଗୋଡ଼ା ପ୍ରତି ବିପଦ, କୋଣାର୍କ ଗର୍ଭଗୃହରୁ ବାଲି ବାହାର କରିବ ASI

author img

By

Published : Sep 8, 2022, 7:40 PM IST

କୋଣାର୍କ ମନ୍ଦିର ସୁରକ୍ଷା ଚିନ୍ତା । ପ୍ରାୟ 120ବର୍ଷ ପରେ କୋଣାର୍କ ଗର୍ଭଗୃହରୁ ବାହାରିବ ବାଲି । ୧୯୦୩ ମସିହାରେ ଜଗମୋହନ ସୁରକ୍ଷା ଦୃଷ୍ଟିରୁ ବ୍ରିଟିଶ ସରକାର ୩ ଦ୍ବାର ଗର୍ଭଗୃହରେ ବାଲି ଭର୍ତ୍ତି କରିଥିଲେ (ASI decided to remove Sand from Konark)। ଏହାପରେ ପ୍ରଥମ ଥର ପାଇଁ ଗର୍ଭଗୃହରୁ ବାଲି କାଢ଼ିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଧିକ ପଢ଼ନ୍ତୁ

ASI decided to remove Sand from Konark for the reservation of architecture
ବ୍ଲାକ୍‌ ପାଗୋଡ଼ା ପ୍ରତି ବିପଦ, କୋଣାର୍କ ଗର୍ଭଗୃହରୁ ବାଲି ବାହାର କରିବ ASI

ପୁରୀ: ବ୍ଲାକ ପାଗୋଡ଼ାର ସୁରକ୍ଷାକୁ ନେଇ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ବିଶ୍ବ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କୋଣାର୍କର ଗର୍ଭଗୃହ ଭିତରୁ ବାଲି ବାହାର କରିବାକୁ ନିଷ୍ପତ୍ତି ନେଇଛି ପ୍ରତ୍ତ୍ନତତ୍ତ୍ବ ବିଭାଗ (ASI decided to remove Sand from Konark)। ପ୍ରାୟ ୧୨୦ ବର୍ଷ ପରେ ଗର୍ଭ ଗୃହରୁ ବାଲି ବାହାରିବ । ଏହାକୁ ଉଭୟ ଗବେଷକ ଓ ଇତିହାସକାର ସ୍ବାଗତ କରିଥିବା ବେଳେ ଏହି କାମରେ ନୂଆ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ ବୋଲି କହିଛନ୍ତି ASI ସୁପରିଟେଣ୍ଡେଣ୍ଟ୍‌ । ତେବେ 3 ବର୍ଷ ଲାଗିବ କୋଣାର୍କର ଗର୍ଭଗୃହ ଭିତରୁ ବାଲି ବାହାର କରିବାକୁ ।

୧୨୦ ବର୍ଷ ପରେ ବାହାରିବ ବାଲି

୧୯୦୩ ମସିହାରେ ଜଗମୋହନର ତତ୍କାଳୀନ ସୁରକ୍ଷା ପାଇଁ ବ୍ରିଟିଶ ସରକାର ଗର୍ଭଗୃହରେ ବାଲି ଭର୍ତ୍ତି କରିଥିଲେ(Konark temple architecture reservation) । କେବେଳ ଜଗମୋହନ ନୁହେଁ । ମନ୍ଦିର ତିନି ଦ୍ବାର ମଧ୍ୟ ବାଲି ପକାଇ ବନ୍ଦ କରି ଦିଆଯାଇଥିଲା । ତେବେ ବର୍ତ୍ତମାନ ଏହାଦ୍ବାରା ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି । ଏଥିପାଇଁ ମନ୍ଦିର ଭିତରୁ ବାଲି କାଢ଼ିବାକୁ ନିଷ୍ପତ୍ତି ନିଆଯାଇଛି । ଯାହାଦ୍ବାରା ୧୩ଶ ଶତାବ୍ଦୀର ଐତିହ୍ୟ ମନ୍ଦିର ଆହୁରି ୫୦୦ରୁ ୭୦୦ ବର୍ଷ ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିପାରିବ ।

କୋଣାର୍କ ସୁରକ୍ଷା ନେଇ ଚୂଡ଼ାନ୍ତ ନିଷ୍ପତ୍ତି

କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ନେଇ ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ହୋଇଥିଲା । ଦୁଇଦିନିଆ ଜାତୀୟ କନ୍‌ଫରେନ୍ସରେ ଶେଷରେ କୋଣାର୍କର ଗର୍ଭଗୃହରୁ ବାଲି କାଢ଼ିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି ।

ବାଲି କାଢ଼ିବା ପୂର୍ବରୁ ପୂଜାର୍ଚ୍ଚନା

ମନ୍ଦିର ଗର୍ଭଗୃହରୁ ବାଲି କାଢିବା ପୂର୍ବରୁ ଗୁରୁବାର ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା କରାଯାଇଥିଲା । ତାସହିତ ପ୍ରତ୍ତ୍ନତତ୍ତ୍ବ ବିଭାଗ ଅଧିକାରୀ ପହଞ୍ଚି ପୂଜାରେ ଯୋଗ ଦେବା ସହ ବାଲି କାଢ଼ିବା ପାଇଁ ସ୍ବତନ୍ତ୍ର ବ୍ଲୁ୍‌ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛନ୍ତି ।

ନୂଆ ଚ୍ୟାଲେଞ୍ଜର ସାମ୍ନା

୧୨୦ବର୍ଷ ପରେ ବାଲି କଢ଼ାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ମାଧ୍ୟମରେ ଆଗାମୀ ୨ରୁ ୩ ମାସ ମଧ୍ୟରେ ୱାର୍କିଂ ପ୍ଲାଟ୍‌ଫର୍ମ ପ୍ରସ୍ତୁତ ହେବ । ଏହି କାର୍ଯ୍ୟ ଦ୍ବାରା ଆଗକୁ ନୂଆ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବାରେ ବୋଲି ସୂଚନା ପ୍ରଦାନ କରିଛନ୍ତି ASI ସୁପରିଟେଣ୍ଡେଣ୍ଟ୍‌ ।

ଏମିତି କଢ଼ାଯିବ ବାଲି

କୋଣାର୍କରୁ ବାଲି କାଢ଼ିବା ପାଇଁ ସ୍ବତନ୍ତ୍ର ମ୍ୟାପ୍‌ ପ୍ରସ୍ତୁତ ହୋଇଛି । ଏହି ମ୍ୟାପ୍‌ ଅନୁଯାୟୀ ଆଗାମୀ ଦୁଇରୁ ତିନି ମାସ ମଧ୍ୟରେ ୱାର୍କିଂ ପ୍ଲାଟଫର୍ମ ପ୍ରସ୍ତୁତ କରାଯିବ । ଏହାପରେ ପଶ୍ଚିମ ପିଢ଼ା ତଳେ ପ୍ରାୟ ୫ରୁ ୭ଫୁଟର ଗାତ ଖୋଳାଯିବ । ଏହି ଗାତ ମାଧ୍ୟମରେ ବାଲି କାଢ଼ିବା ପ୍ରକ୍ରିୟା ଆରମ୍ଭ ହେବ ।

ଏହାକୁ ନେଇ ASI ସୁପରିଟେଣ୍ଡେଣ୍ଟ୍‌ ଅରୁଣ ମଲ୍ଲିକ କହିଛନ୍ତି, "ବିଶ୍ବ ସୂର୍ଯ୍ୟମନ୍ଦିର ହେଉଛି କୋଣାର୍କ । ଆଜି ଆମ ପାଖରେ ଯେଉଁ ଢାଞ୍ଚା ବଞ୍ଚି ରହିଛି । ତାହା ହେଉଛି ଜଗମୋହନ । ତେବେ ୧୯୦୩ରୁ ୧୯୦୫ ମଧ୍ୟରେ ମନ୍ଦିର ସୁରକ୍ଷା ଦୃଷ୍ଟିରୁ ବ୍ରିଟିଶ ସରକାର ଗର୍ଭଗୃହରେ ବାଲି ଭର୍ତ୍ତି କରିଥିଲେ । ତିନି ଦ୍ବାର ମଧ୍ୟ ବାଲି ଦେଇ ବର୍ତ୍ତି କରାଯାଇଛି । ଆଜି ଆମେ ଏହି ବାଲିକୁ କାଢ଼ି ଢାଞ୍ଚାର ସୁରକ୍ଷା ଦିଗରେ କାର୍ଯ୍ୟ କରିବୁ । ଏଥିପାଇଁ ଏକ ପ୍ଲାଟଫର୍ମ ତିଆରି କରିବାକୁ ଏକ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାପରେ ପଶ୍ଚମ ପିଢ଼ା ତଳେ ଗାତ ଖୋଳି ବାଲି କାଢ଼ିବାକୁ ଚେଷ୍ଟା କରିବାକୁ । ତେବେ ଆବଶ୍ୟକ ପଡ଼ିଲେ ଆମେ ଆମ ଯୋଜନାରେ ପରିବର୍ତ୍ତନ ମଧ୍ୟ କରିବୁ ।"

ଏହାକୁ ନେଇ ଇତିହାସକାର ଅନୀଲ ଧୀର କହିଛନ୍ତି, "ଆଜି ପ୍ରତ୍ତ୍ନତତ୍ତ୍ବ ବିଭାଗ କୋଣାର୍କ ଗର୍ଭ ଗୃହରୁ ଯେଉଁ ବାଲି ବାହାର କରିବା ନିଷ୍ପତ୍ତି ନେଇଛି ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ । ଯେଉଁ କାମ ଆଜି ହେଉଛି ତାହା ୧୦ ବର୍ଷ ପୂର୍ବରୁ ହେବାର ଥିଲା । ପ୍ରାୟ ୨୦୦୦ ମସିହାରୁ ବିଶେଷଜ୍ଞମାନେ ଜଗମୋହନରୁ ବାଲି ବାହାର କରିବାକୁ ନିଷ୍ପତ୍ତି ନେଇଛି । ଇଟାଲୀ ଆସିଥିବା ବିଶେଷଜ୍ଞ କ୍ରକ୍ସି ଆସି ମନ୍ଦିର ଉପରୁ ଡ୍ରିଲ୍‌ କରି ଛୋଟିଆ କଣା ମାଧ୍ୟମରେ ଏକ କ୍ୟାମେରା ଛଡ଼ା ଯାଇଥିଲା । ସେତେବେଳେ ଜଣା ପଡ଼ିଥିଲା ବ୍ରିଟିଶ ଭର୍ତ୍ତି କରିଥିବା ବାଲି ପ୍ରାୟ ୧୨ ଫୁଟ ତଳକୁ ଖସି ପଡ଼ିଛି । ବିଭିନ୍ନ କାରଣରୁ ବାଲି ଦବିଛି । ବର୍ତ୍ତମାନ ସେହି ବାଲି ମନ୍ଦିର ଗମ୍ବୁଜକୁ ଆଉ କୌଣସି ସାହାରା ଦେଉନାହିଁ ବରଂ ଏହା ପାର୍ଶ୍ବାବର୍ତ୍ତୀ ପାଚେରୀ ଉପରେ ଚାପ ପକାଉଛି । ଏହି କାମ ଏତେ ସହଜ ହେବନାହଁ ।"

ମନ୍ଦିର ଭିତରୁ ବାଲି କାଢ଼ିବାର କାରଣ କହିଛନ୍ତି ଗବେଷକ । ଗବେଷକ ଜାନକିସ ବଡ଼ପଣ୍ଡା କହିଛନ୍ତି, "ବିଶେଷଜ୍ଞଙ୍କ ସହ ଆଲୋଚନା ପରେ ପ୍ରତ୍ତ୍ନତତ୍ତ୍ବ ବିଭାଗ କୋଣାର୍କ ଗର୍ଭଗୃହରୁ ବାଲି ବାହାରକୁ କାଢ଼ିବାକୁ ନିଷ୍ପତ୍ତି ନେଇଛି । ୧୯୦୩ରେ ଜଗମୋହନ ସୁରକ୍ଷା ପାଇଁ ବ୍ରିଟିଶ ସକରା ବାଲି ଭର୍ତ୍ତି କରିଥିଲେ । ଏହି ବାଲି ବର୍ତ୍ତମାନ ୧୦ରୁ ୧୨ ଫୁଟ ଦବି ଯାଇଛି । ଫଳରେ ମନ୍ଦିର ଭିତରୁ ବାହାର ପଟକୁ ଚାପ ସୃଷ୍ଟି ହୋଇଛି । ତା ମଧ୍ୟକୁ ଜଳ ପ୍ରବେଶ କରୁଥିବାରୁ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି । ବାଲି କାଢ଼ିଦେବା ହିଁ ଠିକ୍‌ ହେବ । ଆଜି ନହେଲେ ବି କେବେ ନା କେବେ ମନ୍ଦିର ଭାଙ୍ଗିବ । ଏହାପୂର୍ବରୁ ଏହି ସଂସ୍କୃତିକୁ ବଞ୍ଚାଇ ରଖିବାକୁ ନୂତନ କୋଣାର୍କ ମନ୍ଦିର ସୃଷ୍ଟି କରାଗଲେ ସଂସ୍କୃତି ସଂରକ୍ଷିତ ହୋଇ ପାରନ୍ତା ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.