ETV Bharat / city

ଆଶୀର୍ବାଦ ଯୋଜନା ବନ୍ଦ! ମୁହଁ ଖୋଲିଲେ ଶିଶୁ ସୁରକ୍ଷା ଆୟୋଗ

author img

By

Published : Sep 14, 2021, 2:53 PM IST

Updated : Sep 14, 2021, 3:12 PM IST

ବହୁ ଆଡମ୍ବରରେ ଲଘୁକ୍ରିୟା ! ‘ଆଶୀର୍ବାଦ’ ପାଲଟିଲା କି ଅଭିଶାପ ? କାହିଁକି ଆଶୀର୍ବାଦ ଯୋଜାନକୁ ବନ୍ଦ ଘୋଷଣା କଲେ ସରକାର । ମାତ୍ର କିଛି ମାସ ତଳେ ଘୋଷଣା ହୋଇଥିବା ଯୋଜନା ବନ୍ଦ ପାଇଁ ଦାୟୀ କିଏ? ଅଧିକ ପଢନ୍ତୁ...

Arshibad Scheme
Arshibad Scheme

ଭୁବନେଶ୍ବର: ବହୁ ଆଡମ୍ବରରେ ଲଘୁକ୍ରିୟା ! ‘ଆଶୀର୍ବାଦ’ ପାଲଟିଲା କି ଅଭିଶାପ ? କାହିଁକି ଆର୍ଶୀବାଦ ଯୋଜାନକୁ ବନ୍ଦ ଘୋଷଣା କଲେ ସରକାର । ମାତ୍ର କିଛି ମାସ ତଳେ ଘୋଷଣା ହୋଇଥିବା ଯୋଜନା ବନ୍ଦ ପାଇଁ ଦାୟୀ କିଏ? ଯୋଜନା ବନ୍ଦ ପଛରେ ଉଦ୍ଦେଶ୍ୟ କଣ ? ଅର୍ଥ ଅଭାବ ନା ଆଉ କିଛି ରହସ୍ୟ ରହିଛି । ଏମିତି ଏନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।

ଆର୍ଶିବାଦ ଯୋଜନା ବନ୍ଦ! ମୁଁହ ଖୋଲିଲେ ଶିଶୁ ସୁରକ୍ଷା ଆୟୋଗ

ସେପଟେ ଯୋଜନା ବନ୍ଦକୁ ନେଇ ମୁହଁ ଖୋଲିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସନ୍ଧ୍ୟାବତୀ ପ୍ରଧାନ । ଆୟୋଗ କହିଛନ୍ତି, ଆଶୀର୍ବାଦ ଯୋଜନା ବନ୍ଦ କରି ସରକାର ଶିଶୁ ସ୍ପନସରସିପ (child sponsorship program) ଜରିଆରେ କ୍ଷତିଗ୍ରସ୍ତ ଶିଶୁଙ୍କୁ ସହାୟତା ଦେବେ । ତେବେ ଆଶୀର୍ବାଦ ଯୋଜନା ଘୋଷଣା ମୁତାବକ ୨୫ ଶହ ନୁହେଁ ମାସିକୁ ମିଳବ ୨ ହଜାର ଟଙ୍କା । ଯେଉଁମାନେ ଚିହ୍ନଟ ହୋଇସାରିଥିଲେ, ସେହି ମାନଙ୍କୁ ସହାୟତା ମଧ୍ୟ ମିଳିଥିବା ସଂଧ୍ୟା କହିଛନ୍ତି । କିନ୍ତ ଯୋଜନା ବନ୍ଦ ହେବା ସରକାରଙ୍କ ଉପରେ ଆର୍ଥିକ ବୋଝ ଓ ଅନ୍ୟ କିଛି କାରଣ ଥାଇପାରେ ବୋଲି ସଂଧ୍ୟା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ମହାମାରୀ କୋଭିଡରେ ବାପା ମା କିମ୍ବା ଜଣଙ୍କୁ ମଧ୍ୟ ହରାଇ ଥିବା ଶିଶୁଙ୍କୁ ରାଜ୍ୟ ସରକାର ଆଶୀର୍ବାଦ ଯୋଜନା ଜରିଆରେ ଥଇଥାନ ପାଇଁ ଘୋଷଣା କରିଥିଲେ । ଘୋଷଣା ମୁତାବକ ପ୍ରତ୍ୟେକ ଶିଶୁଙ୍କୁ ମାସିକ ୨୫ ଶହ ମାଗଣା ଶିକ୍ଷାଦାନ ଓ ସ୍ବାସ୍ଥ୍ୟ ସୁବିଧା ଘୋଷଣା କରିଥିଲେ । କିନ୍ତୁ ଘୋଷଣାର ୨ ମାସ ମଧ୍ୟରେ ଯୋଜନା ବନ୍ଦ ପାଇଁ ସରକାର ନିଷ୍ପତ୍ତି ନେବା ଏବେ ବଡ ସନ୍ଦେହ ସୃଷ୍ଟି କରିଛି । ଯାହାକୁ ନେଇ ଆଗକୁ ବଡ ରାଜନୈତିକ ବିବାଦ ହୋଇପାରେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Sep 14, 2021, 3:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.