ETV Bharat / city

45 ଦିନ ବ୍ୟାପୀ କୋରୋନା ଯାଞ୍ଚ କରିବେ ଆଶାକର୍ମୀ

author img

By

Published : Jul 3, 2020, 7:48 PM IST

ରାଜ୍ୟରେ 45 ଦିନ ବ୍ୟାପୀ ଘର ଘର ବୁଲି ଖୋଜାଯିବ କୋରୋନା। ପ୍ରତି ଗାଁ, ସହର, ବସ୍ତିରେ କୋରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ପରୀକ୍ଷା କରିବେ ଆଶାକର୍ମୀ । ଅଧିକ ପଢନ୍ତୁ..

45 ଦିନ ବ୍ୟାପି କୋରୋନା ଯାଞ୍ଚ କରିବେ ଆଶା କର୍ମୀ

ଭୁବନେଶ୍ବର: ରାଜ୍ୟରେ ସାଙ୍ଘାତିକ ଭାବରେ ବୃଦ୍ଧି ଘଟୁଛି କୋରୋନା ଆକ୍ରାନ୍ତଙ୍କ ଆଂଖ୍ୟା। ଏଭଳି ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନେଇଛନ୍ତି ନିଷ୍ପତି । 45 ଦିନ ବ୍ୟାପି ଘର ଘର ବୁଲି ଖୋଜାଯିବ କୋରୋନା। ପ୍ରତି ଗାଁ, ସହର, ବସ୍ତିରେ ଖୋଜାଯିବା କୋରୋନା । ହୋମ କ୍ବାରେଣ୍ଟାଇନକୁ ଗୁରୁତ୍ବ ସହକାରେ ନେବାକୁ ପରାମର୍ଶ ଦିଆଯାଇଛି ।

ଗାଁ ଠାରୁ ଆରମ୍ଭ କରି ସହର ଓ ବସ୍ତିରେ ଅଭିଯାନ କରିବେ ଆଶାକର୍ମୀ । ଆଶାକର୍ମୀଙ୍କ ସହାୟତାରେ କୋରୋନା ଲକ୍ଷଣ ଖୋଜାଯିବ। କୋରୋନା ସହ ଡାଇବେଟିସ, ଟିଭି, କ୍ୟାନ୍ସର, ଉଚ୍ଚ ରକ୍ତଚାପ ରହିଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରିବେ ଆଶାକର୍ମୀ ।

ଏହି ଅଭିଯାନ ରେ ଆଶା ଦିଦିଙ୍କୁ ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ରାଜ୍ୟ ସରକାର। ଯଦି ଲକ୍ଷଣ ରହିଥାଏ, ତେବେ ଲୁଚିବେ ନାହିଁ କି ଲୁଚେଇବେ ନାହିଁ। ଏହା ସହ ମେଡ଼ିସିନ ଖାଇ ଜ୍ବରକୁ କମାଇବେ ନାହିଁ। ଲକ୍ଷଣ ନଥିଲେ ବି 24 ଘଣ୍ଟାରେ ଜୀବନ ନେଇଯାଇପାରେ ବୋଲି ସତର୍କ କରାଇଛନ୍ତି ସରକାରଙ୍କ କୋଭିଡ ମୁଖପାତ୍ର ସୁବ୍ରତ ବାଗଚୀ ।

ହୋମ କ୍ବାରେଣ୍ଟାଇନରୁ ଖସିଯିବା ମାନେ ଯମ କୋଳକୁ ଚାଲିଯିବା । ହୋମ କ୍ବାରେଣ୍ଟାଇନକୁ ଗୁରୁତ୍ବ ସହ ନେବାକୁ ପରାମର୍ଶ। ଅଯଥା କ୍ବାରେଣ୍ଟାଇନରେ ରହିଥିବା ବେଳେ ବାହାରେ ବୁଲାବୁଲି କରନ୍ତୁ ନାହିଁ। ସରକାରଙ୍କୁ ସହଯୋଗ କରନ୍ତୁ । ସହରାଞ୍ଚଳରେ ଲୋକମାନଙ୍କର କୋରୋନା ଲକ୍ଷଣ ଦେଖିବା ମାତ୍ରେ ସଂଗରୋଧରେ ରହିବା ଆବଶ୍ୟକ। ସେପଟେ ହୋମ କ୍ବାରେଣ୍ଟାଇନରୁ କେବେବି ଖସିଯିବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି କହିଛନ୍ତି ସୁବ୍ରତ ବାଗଚୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.