ଭୁବନେଶ୍ବର: ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଆଶାକର୍ମୀ । ଭୁବନେଶ୍ବର ରେଳ ଷ୍ଟେସନରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର ଆଶାକର୍ମୀମାନେ ଏକ ରାଲି କରି ପିଏମଜିର ଧାରଣା ସ୍ଥଳରେ ପହଞ୍ଚିଥିଲେ । ସେଠାରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିବା ବେଳେ ସଙ୍ଘ ପକ୍ଷରୁ 12 ଦଫା ଦାବିକୁ ରାଜ୍ୟ ସରକାର ମାନି ନେବାକୁ ଦାବି କରିଛନ୍ତି ଓଡିଶା ଆଶାକର୍ମୀ ସଙ୍ଘ ।
ଚାକିରୀକୁ ସ୍ଥାୟୀ କରିବା ଓ ବେତନ ବୃଦ୍ଧି ସେମାନଙ୍କ ମୁଖ୍ୟ ଦାବି ରହିଛି । ସରକାର ଏହି ଦାବି ନ ମାନିଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଙ୍ଘ ପକ୍ଷରୁ ଧାରଣା ଦିଆ ଯିବ ବୋଲି ସଙ୍ଘର ସଭାପତି ଓ ସମ୍ପାଦକ ପ୍ରକାଶ କରିଛନ୍ତି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ