ETV Bharat / city

ବିଭିନ୍ନ ସମସ୍ୟା ବିରୋଧରେ ଆଶାକର୍ମୀଙ୍କ ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ - ବିଧାନସଭା ସମ୍ମୁଖରେ ଆଶାକର୍ମୀଙ୍କ ବିକ୍ଷୋଭ

ବିଧାନସଭା ସମ୍ମୁଖରେ ସୋମବାର ଆଶାକର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ସମସ୍ୟା ନେଇ ଏହି ଆଶାକର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ବିଭିନ୍ନ ସମସ୍ୟା ବିରୋଧରେ ଆଶାକର୍ମୀଙ୍କ ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ

author img

By

Published : Dec 20, 2021, 6:24 PM IST

ଭୁବନେଶ୍ବର: ବିଧାନସଭା ସମ୍ମୁଖରେ ସୋମବାର ଆଶାକର୍ମୀଙ୍କ ବିକ୍ଷୋଭ । ବିଭିନ୍ନ ସମସ୍ୟାର ପ୍ରାୟ ୧୧ ଦଫା ଦାବି ନେଇ ଏହି ବିକ୍ଷୋଭ କରିଛନ୍ତି ଆଶାକର୍ମୀ । AITUC ସହବନ୍ଧିତ ନିଷ୍ଫଳ ଓଡ଼ିଶା ଆଶାକର୍ମୀ ସଂଘପକ୍ଷରୁ ଶହ ଶହ ଆଶାକର୍ମୀଙ୍କ ଗାନ୍ଧୀମାର୍ଗରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହିତ ମାଷ୍ଟରକ୍ୟାଣ୍ଟିନ ଛକରୁ ଶୋଭାଯାତ୍ରାରେ ବାହାରି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବିଭିନ୍ନ ସମସ୍ୟା ବିରୋଧରେ ଆଶାକର୍ମୀଙ୍କ ବିଧାନସଭା ସମ୍ମୁଖରେ ବିଶାଳ ବିକ୍ଷୋଭ

ମାସିକିଆ ଭରା ଧାର୍ଯ୍ୟ, ଜାତୀୟ ଶ୍ରମ ସମ୍ମିଳନୀ ନିଷ୍ପତ୍ତି ଅନୁସାରେ ୱାର୍କର ମାନ୍ୟତା, ସର୍ବନିମ୍ନ ଭତ୍ତା ୨୧ ହଜାର ଟଙ୍କା ଓ ପେନ୍‌ସନ ୧୦ ହଜାର ଟଙ୍କା, ଆଶାକର୍ମୀଙ୍କ ବହିଷ୍କାର ବୟସ ସୀମା ୬୨ରୁ ୬୫ ବର୍ଷକୁ ବୃଦ୍ଧି, ସହାୟତା ରାଶି ୨୦ ହଜାର ଟଙ୍କାର ୧ ଲକ୍ଷ ଟଙ୍କା ବୃଦ୍ଧି, ମୃତ୍ୟୁକାଳୀନ ସହାୟତା ରାଶି ୩ ଲକ୍ଷ ଟଙ୍କା, ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଆଶାକର୍ମୀଙ୍କ ପାଇଁ ସମାନ ପ୍ରୋତ୍ସାହନ ରାଶି ଓ ଜନନୀ ସୁରକ୍ଷା ଅନୁଦାନ ବୃଦ୍ଧି, କେନ୍ଦ୍ର ସରକାର ଘୋଷଣା କରିଥିବା ମାସିକ ପ୍ରୋତ୍ସାହନ ରାଶି ୧ ହଜାର ଟଙ୍କା ଲାଗୁ କରିବା, ସଂସଦୀୟ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା ଏବଂ ମୋବାଇଲ ପରିବର୍ତ୍ତନ ଆଦି ଦାବି ଉପରେ ଏକ ଦାବିପତ୍ର ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଛି ।

ଯଦି ଏହା କାର୍ଯ୍ୟକାରୀ କରା ନଯାଏ ବା ସରକାର ଏ ନେଇ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ବଜେଟ୍ ଅଧବେଶନ ସମୟରେ ଦାବି ହାସଲ ପର୍ଯ୍ୟନ୍ତ ଅହୋରାତ୍ର ଧାରଣାରେ ଆଶାକର୍ମୀ ବସି ରହିବେ ବୋଲି କହିଛନ୍ତି । କାରଣ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେବାରେ ସରକାର ଆଶାକର୍ମୀଙ୍କୁ ନିୟୋଜିତ କରିଥିବା ବେଳେ ଆମ ଅଧିକାର ସମୟରେ ମୁହଁ ମୋଡି ଦେଉଛନ୍ତି ବୋଲି ସେମାନେ ଅଭିଯୋଗ କରିବା ସହିତ ଧାରଣା ଦେଇଥିବା କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.