ETV Bharat / city

ୟୁଜି ଓ ପିଜି ପରୀକ୍ଷା ବାତିଲ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଅରୁଣ ସାହୁଙ୍କ ଚିଠି

author img

By

Published : Jul 9, 2020, 8:41 PM IST

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଗୁରୁବାର ପତ୍ର ଲେଖିଛନ୍ତି ଅରୁଣ । ୟୁଜିସି ଦ୍ବାରା ଜାରି କରାଯାଇଥିବା ପରିବର୍ତ୍ତିତ ମାର୍ଗଦର୍ଶିକାର ପୁନର୍ବିଚାର କରିବା ପାଇଁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

ୟୁଜି ଓ ପିଜି ପରୀକ୍ଷା ବାତିଲ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଅରୁଣ ସାହୁଙ୍କ ଚିଠି

ଭୁବନେଶ୍ବର: ଗତ 6 ତାରିଖରେ ୟୁଜିସି ପକ୍ଷରୁ ଜାରି ହୋଇଥିଲା ପରିବର୍ତ୍ତିତ ମାର୍ଗଦର୍ଶିକା ଏବଂ କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗର ଅଫିସ ମେମୋରାଣ୍ଡମ । ଏହା ଅନୁସାରେ ସମସ୍ତ ବିଶ୍ବବିଦ୍ୟାଳୟ ଏବଂ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ୟୁଜି ଓ ପିଜିର ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା ଆସନ୍ତା ସେପ୍ଟେମ୍ବର 30 ସୁଦ୍ଧା କରିବା ପାଇଁ ବାଧ୍ୟତାମୁଳକ କରାଯାଇଛି । ତେବେ ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଗୁରୁବାର ପତ୍ର ଲେଖିଛନ୍ତି ଅରୁଣ । ୟୁଜିସି ପକ୍ଷରୁ ଜାରି କରାଯାଇଥିବା ପରିବର୍ତ୍ତିତ ମାର୍ଗଦର୍ଶିକା ପୂର୍ବରୁ ଏପ୍ରିଲ ୨୯ରେ ଜାରି ପ୍ରବର୍ତ୍ତିତ ମାର୍ଗଦର୍ଶିକାର ବିରୋଧାଚରଣ କରୁଛି । ପୂର୍ବ ମାର୍ଗଦର୍ଶିକାରେ ରାଜ୍ୟ ସରକାରଙ୍କୁ କୋଭିଡ-୧୯ ସ୍ଥିତି ଅନୁଧ୍ୟାନ କରି ବିଶ୍ବବିଦ୍ୟାଳୟ ପରୀକ୍ଷା ସମ୍ପର୍କରେ ନିଜେ ନିଷ୍ପତ୍ତି ନେଇପାରିବେ ଉଲ୍ଲେଖ କରିଥିଲେ ।

ଏହା ଅନୁସାରେ ରାଜ୍ୟ ସରକାର ରାଜ୍ୟର ସମସ୍ତ କୁଳପତିମାନଙ୍କ ସହିତ ବୈଠକ କରି ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ୟୁଜି ଏବଂ ପିଜିର ଶେଷ ବର୍ଷ ସେମିଷ୍ଟାର ପରୀକ୍ଷାକୁ ବାତିଲ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କର ପୂର୍ବ ସେମିଷ୍ଟାର ପରୀକ୍ଷାଗୁଡିକରେ ପାଇଥିବା ମାର୍କକୁ ଆଧାର କରି ଶେଷ ବର୍ଷ ଫଳ ପ୍ରକାଶ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହା ଆଧାରରେ ସମସ୍ତ ବିଶ୍ବବିଦ୍ୟାଳୟ ଏବଂ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ତେବେ ବର୍ତ୍ତମାନ ପରିସ୍ଥିତିରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀଙ୍କର କ୍ଲାସ ରୁମ ପରୀକ୍ଷା କିମ୍ବା ଅନଲାଇନ ପରୀକ୍ଷା କରିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ ଅରୁଣ ସାହୁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ତେଣୁ ୟୁଜିସି ଦ୍ବାରା ଜାରି କରାଯାଇଥିବା ପରିବର୍ତ୍ତିତ ମାର୍ଗଦର୍ଶିକାର ପୁନର୍ବିଚାର କରିବା ପାଇଁ ସେ ଲେଖିଛନ୍ତି । ଏହାସହିତ ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଇଥିବା ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତିକୁ ଲାଗୁ କରିବା ପାଇଁ ମନ୍ତ୍ରୀ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.