ETV Bharat / city

ବିଶ୍ବର କ୍ଷୁଦ୍ରତମ ରଥ ନିର୍ମାଣ କରି ଚର୍ଚ୍ଚାରେ ଶିଳ୍ପୀ ସୁବଳ ମହାରଣା - worlds smallest chariot of lord jagannath

ବିଶ୍ବର କ୍ଷୁଦ୍ରତମ ରଥ ନିର୍ମାଣ କଲେ ଶିଳ୍ପୀ ସୁବଳ ମହାରଣା । ମାତ୍ର ଦେଢ଼ ସେଣ୍ଟିମିଟର ଉଚ୍ଚତାର ରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ରାଜଧାନୀ ଭୁବନେଶ୍ବରର ସୁବଳ । ଅଧିକ ପଢନ୍ତୁ...

ବିଶ୍ବର କ୍ଷୁଦ୍ରତମ ରଥ ନିର୍ମାଣ କଲେ ଶିଳ୍ପୀ ସୁବଳ ମହାରଣା

author img

By

Published : Jul 11, 2021, 8:49 AM IST

ଭୁବନେଶ୍ବର: ବିଶ୍ବର କ୍ଷୁଦ୍ରତମ ରଥ ନିର୍ମାଣ କଲେ ଶିଳ୍ପୀ ସୁବଳ ମହାରଣା । ମାତ୍ର ଦେଢ଼ ସେଣ୍ଟିମିଟର ଉଚ୍ଚତାର ରଥ ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ରାଜଧାନୀ ଭୁବନେଶ୍ବରର ସୁବଳ । ଦେଢ଼ ସେଣ୍ଟିମିଟର ଉଚ୍ଚତା ଥିବା ଏହି ରଥର ଚଉଡା ୧.୪ ସେଣ୍ଟିମିଟର ରହିଛି । ତେବେ ଏହି ରଥକୁ ନିମ୍ବ, ବେଲ, ତୁଳସୀ, ଗୁଆ କାଠରେ ନିର୍ମାଣ କରାଯାଇଛି । ଏହି ରଥଟି ନିର୍ମାଣ କରିବାକୁ ତାଙ୍କୁ ୪ ରୁ ସାଢେ 4 ଘଣ୍ଟା ସମୟ ଲାଗିଛି ।

ବିଶ୍ବର କ୍ଷୁଦ୍ରତମ ରଥ ନିର୍ମାଣ କଲେ ଶିଳ୍ପୀ ସୁବଳ ମହାରଣା

ପୂର୍ବ ବର୍ଷ ୨.୩ ସେଣ୍ଟିମିଟରର ରଥ ନିର୍ମାଣ କରି 12 ଟା ଦେଶରୁ world book of record , India book of record , Asia book of record , world book star award ଆଦି ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ ଶିଳ୍ପୀ ସୁବଳ ମହାରଣା । ଓଡ଼ିସାର କଳା, ସଂସ୍କୃତି, ଜଗନ୍ନାଥ ଚେତନା ଆଦିକୁ ଏହି ଛୋଟ ରଥ ମାଧ୍ୟମରେ ସାରା ବିଶ୍ବକୁ ଜଣାଇବାକୁ ତାଙ୍କର ଏହା ଏକ ଛୋଟ ପ୍ରୟାସ ବୋଲି ଶିଳ୍ପୀ ସୁବଳ ମହାରଣା କହିବା ସହ ନିଜର ଖୁସି ବ୍ୟକ୍ତ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.