ଭୁବନେଶ୍ବର: ଗତ ମେ 3 ତାରଖିରେ ଫୋନି ମହାବାତ୍ୟା ରାଜ୍ୟର ଶଳ୍ପୀ ଓ ବଣୁ।କାରଙ୍କ ଅନେକ କ୍ଷତି ଘଟାଇଛି । ଅନେକଙ୍କ ଘର ଓ କମର୍ଶାଳା ସଂପୂର୍ଣ୍ଣ ଭାବେ ଭାଙ୍ଗି ମାଟିରେ ମିଶିଯାଇଛି । କେବଳ ସେତକି ନୁହେଁ ଉତ୍ପାଦିତ କଳାକୃତି ତନ୍ତରେ ଲାଗଥିବା ବସ୍ତ୍ର ଓ କଞ୍ଚାମାଲ ମଧ୍ୟ ନଷ୍ଟ ହୋଇଛି । ଏପଟେ ଫୋନି ପରେ ରାଜ୍ୟକୁ ପଯ୍ୟର୍ଟକଙ୍କ ଆସିବା ମଧ୍ୟ କମ୍ ହୋଇଛି ।
ଫଳରେ କଳାକୃତି ବିକ୍ରି ଏବେ ବନ୍ଦ ହେବାକୁ ବସିଲାଣି । ଫୋନି ମହାବାତ୍ୟାରେ 14ଟି ଜିଲ୍ଲାରେ ଲକ୍ଷାଧିକ ଶିଳ୍ପୀ ଓ ବୁଣ।କାର ପ୍ରଭାବିତ ହୋଇଥିବାବେଳେ ବିଶେଷ କରି ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପକ କ୍ଷତି ଘଟିଥିଲ। ଏନେଇ 70 ହଜାର ହସ୍ତଶିଳ୍ପି ଓ 60 ହଜାର ବୁଣାକାରଙ୍କ କଞ୍ଚାମାଲ, କଳାକତୃ ଓ ଉପକରଣ କ୍ଷତି ବାବଦକୁ 8200 ଟଙ୍କା ଦାବି କରାଯାଇଥିଲା । ମାତ୍ର ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି । ଯାହାକୁ ନେଇ ଆଗାମୀ 22 ନଭେମ୍ବରରୁ ବୁଣାକାର ସଙ୍ଘ ବିଧାନସଭା ଘେରାଓ କରିବ ବୋଲି ପ୍ରକାଶ କରିଛି।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ