ETV Bharat / city

ମଙ୍କିପକ୍ସ ଟେଷ୍ଟିଂ ପାଇଁ ଓଡିଶାରେ ହେବ ବ୍ୟବସ୍ଥା: ସ୍ୱାସ୍ଥ୍ୟମନ୍ତ୍ରୀ

author img

By

Published : Jul 30, 2022, 8:59 PM IST

ରାଜ୍ୟରେ ମଙ୍କିପକ୍ସ ଟେଷ୍ଟିଂ ନେଇ ହେବ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଖୁବଶୀଘ୍ର ଜାରି ହେବ SOP । ଏନେଇ କେନ୍ଦ୍ରକୁ ଚିଠି ଲେଖିବେ ରାଜ୍ୟ ସରକାର । ଜିଲ୍ଲାସ୍ତରରେ ସଚେତନତା ସୃଷ୍ଟି କରିବା ଲାଗି ବ୍ୟବସ୍ଥା କରିବେ ସରକାର । ଏହା ସହ ଶିଶୁରୋଗ, ଚର୍ମରୋଗ ସହ 3 ଟି ବିଭାଗର ଡାକ୍ତରଙ୍କୁ ତାଲିମ ଦିଆଯିବ । ଅଧିକ ପଢନ୍ତୁ

ମଙ୍କିପକ୍ସ ଟେଷ୍ଟିଂ ପାଇଁ ଓଡିଶାରେ ହେବ ବ୍ୟବସ୍ଥା: ସ୍ୱାସ୍ଥ୍ୟମନ୍ତ୍ରୀ
ମଙ୍କିପକ୍ସ ଟେଷ୍ଟିଂ ପାଇଁ ଓଡିଶାରେ ହେବ ବ୍ୟବସ୍ଥା: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ମଙ୍କିପକ୍ସ ଟେଷ୍ଟିଂ ନେଇ ହେବ ବ୍ୟବସ୍ଥା । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଖୁବଶୀଘ୍ର ଜାରି ହେବ SOP । ଏନେଇ କେନ୍ଦ୍ରକୁ ଚିଠି ଲେଖିବେ ରାଜ୍ୟ ସରକାର । ଜିଲ୍ଲାସ୍ତରରେ ସଚେତନତା ସୃଷ୍ଟି କରିବା ଲାଗି ବ୍ୟବସ୍ଥା କରିବେ ସରକାର । ଏହା ସହ ଶିଶୁରୋଗ, ଚର୍ମରୋଗ ସହ 3 ଟି ବିଭାଗର ଡାକ୍ତରଙ୍କୁ ତାଲିମ ଦିଆଯିବ । ମଙ୍କିପକ୍ସକୁ ନେଇ ଆଜି ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ।

ବିଶ୍ବରେ ମଙ୍କିପକ୍ସ ଆତଙ୍କ ବଢୁଥିବାବେଳେ ରାଜ୍ୟରେ ଆଗୁଆ ମୁକାବିଲା ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ମଙ୍କିପକ୍ସ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଏ ନେଇ ଲୋକସେବା ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକ ପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଓଡିଶାରେ ମଙ୍କିପକ୍ସ ଟେଷ୍ଟିଂ ନେଇ ବ୍ୟବସ୍ଥା ହେବ । ଏନେଇ ରାଜ୍ୟରେ ବ୍ୟବସ୍ଥା କରିବା ଲାଗି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବେ ସରକାର । ମଙ୍କିପକ୍ସକୁ ନେଇ ରାଜ୍ୟ ସରକାର ଖୁବଶୀଘ୍ର SOP ଜାରି କରିବେ । ଜିଲ୍ଲାସ୍ତରରେ ସଚେତନତା ସୃଷ୍ଟି କରିବା ଲାଗି ବ୍ୟବସ୍ଥା କରାଯିବ । ଶିଶୁରୋଗ, ଚର୍ମରୋଗ ସହ 3ଟି ବିଭାଗର ଡାକ୍ତରଙ୍କୁ ଦିଆଯିବ ତାଲିମ ଦେବା ଲାଗି ବ୍ୟବସ୍ଥା କରାଯିବ ।

ସେପଟେ ହଇଜା ସ୍ଥିତି ଅନୁଧ୍ୟାନ ପାଇଁ ଝାରସୁଗୁଡ଼ା ଯାଇଛି ଡାକ୍ତରୀ ଟିମ । ଫୁଟା ପାଣି ବ୍ୟବହାର ସହ ମେଡିକାଲ ତୁରନ୍ତ ଆସିବାକୁ ପରାମର୍ଶ ଦିଆଯାଇଛି । ବସିଥିବା ବୈଠକରେ ସ୍ୱାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.