ETV Bharat / city

ଟଙ୍କା ଫେରାଇବେ PM-KISAN ଅଯୋଗ୍ୟ ହିତାଧିକାରୀ, ଜାଣନ୍ତୁ ଓଡିଶାରୁ କେତେ ?

author img

By

Published : Jul 24, 2021, 8:11 PM IST

ପ୍ରଧାନମନ୍ତ୍ରୀ କିଷାନ ନିଧି ତାଲିକାରେ ଧସେଇ ପଶିଛନ୍ତି ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ । ଦେଶରେ 42 ଲକ୍ଷ 16 ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ସଂସଦରେ କୃଷି ମନ୍ତ୍ରୀ ଉତ୍ତର ରଖିଛନ୍ତି । ଏହି ଯୋଜନାରେ ଓଡ଼ିଶାରୁ 8 ହଜାର 983 ଅଯୋଗ୍ୟ ହିତାଧିକାରୀ ଫାଇଦା ଉଠାଇଛନ୍ତି ବୋଲି କୃଷି ମନ୍ତ୍ରୀ ଦର୍ଶାଇଛନ୍ତି । ଅଧିକ ପଢନ୍ତୁ...

pm kissan
pm kissan

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ କିଷାନ ନିଧି ତାଲିକାରେ ଧସେଇ ପଶିଛନ୍ତି ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ । ଦେଶରେ 42 ଲକ୍ଷ 16 ହଜାର ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଥିବା ସଂସଦରେ କୃଷି ମନ୍ତ୍ରୀ ଉତ୍ତର ରଖିଛନ୍ତି । ଏହି ଯୋଜନାରେ ଓଡ଼ିଶାରୁ 8 ହଜାର 983 ଅଯୋଗ୍ୟ ହିତାଧିକାରୀ ଫାଇଦା ଉଠାଇଛନ୍ତି ବୋଲି କୃଷି ମନ୍ତ୍ରୀ ଦର୍ଶାଇଛନ୍ତି । ଏହାକୁ ନେଇ ରାଜ୍ୟରେ ରାଜନୀତି ଜୋର୍ ଧରିଛି । ରାଜ୍ୟ ସରକାରଙ୍କ ତ୍ରୁଟି ଯୋଗୁଁ ଅଯୋଗ୍ୟ ହିତାଧିକାରୀ ତାଲିକାରେ ସାମିଲ ହୋଇଛନ୍ତି ବୋଲି ବିଜେପି ଅଭିଯୋଗ କରିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ । ବିଜେଡ଼ି କହିଛି, ରାଜ୍ୟ ସରକାର ତ୍ରୁଟିଶୂନ୍ୟ ଭାବେ ତାଲିକା ଦେଇଛନ୍ତି । ଏଥିରେ ରାଜ୍ୟର କିଛି ଭୂମିକା ନାହିଁ ।

ପ୍ରଧାନମନ୍ତ୍ରୀ-କିଷାନ ନିଧି ଯୋଜନାରେ ଚାଷୀଙ୍କ ହାତକୁ ସିଧାସଳଖ ସହାୟତା ପାଇଁ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । ତେବେ ଏହି ଯୋଜନାରେ ଏବେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଥିବା ସାମ୍ନାକୁ ଆସିଛନ୍ତି । ସାରା ଦେଶରେ 42 ଲକ୍ଷ 16 ହଜାର 443 ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରିଛି କୃଷି ମନ୍ତ୍ରାଳୟ । ସଂସଦରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି । ତାଲିକାରେ ସର୍ବାଧିକ ବିଜେପି ଶାସିତ ଆସାମରେ 8 ଲକ୍ଷ 35 ହଜାର ଅଯୋଗ୍ୟ ଥିବା ବେଳେ ତାମିଲନାଡ଼ୁରେ 7 ଲକ୍ଷ 22 ହଜାର ଅଛନ୍ତି । ମହାରାଷ୍ଟ୍ରରେ 4 ଲକ୍ଷ 45 ହଜାର ଥିବା ବେଳେ ମଧ୍ୟପ୍ରଦେଶରେ ଅଢେଇ ଲକ୍ଷରୁ ଅଧିକ ଅଯୋଗ୍ୟ ଅଛନ୍ତି । ଏମାନଙ୍କ ଠାରୁ ଯୋଜନା ଅର୍ଥ ଫେରସ୍ତ ପାଇଁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଓଡ଼ିଶାରେ ଏହି ଯୋଜନାରେ ସାମିଲ ଅଛନ୍ତି 8 ହଜାର 982 ଅଯୋଗ୍ୟ ହିତାଧିକାରୀ । ତାଲିକାରେ ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାରଙ୍କୁ ରାଜ୍ୟ ବିଜେପି ଦାୟୀ କରିଛି । ସେପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସ ଦାୟୀ କରିଛି ।

ଅଯୋଗ୍ୟ ହିତାଧିକାରୀ ସାଙ୍ଗକୁ ପିଏମ୍-କିଷାନ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଡ଼ିବିଟି ଜରିଆରେ ଅର୍ଥ ପଠାଇବାରେ ବି 40 ଲକ୍ଷରୁ ଅଧିକ କାରବାର ବିଫଳ ହୋଇଛି । ଅଚଳ ଆକାଉଣ୍ଟ, ଭୂଲ୍ ବ୍ୟାଙ୍କ ତଥ୍ୟ, ନେଟଓ୍ବାର୍କ ସମସ୍ୟା, ମୃତ ଲୋକଙ୍କ ଆକାଉଣ୍ଟ, ଭୂଲ୍ ଆଧାର କାର୍ଡ଼ ଭଳି ସମସ୍ୟା ଯୋଗୁଁ 40 ଲକ୍ଷ ଆକାଉଣ୍ଟକୁ ଅର୍ଥ ଯାଇପାରିନାହିଁ । ପିଏମ୍-କିଷାନ ଯୋଜନାରେ ଅଯୋଗ୍ୟ ହିତାଧିକାରୀ ଏବଂ ବିଫଳ ଟ୍ରାଞ୍ଜାକ୍ସନ ପାଇଁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ରାଜ୍ୟ ବିଜେପି । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ତାଲିକା ପ୍ରଦାନ ଯୋଗୁଁ ଏପରି ହୋଇଥିବା ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ୍ ହରିଚନ୍ଦନ କହିଛନ୍ତି ।

ଏହାର ଜବାବ ରଖିଛନ୍ତି ବିଜେଡି ସାଂସଦ ସୁବାସ ସିଂ । ତାଲିକାରେ ଅଯୋଗ୍ୟ ହିତାଧିକାରୀଙ୍କ ସାମିଲ ନେଇ ରାଜ୍ୟ ସରକାରଙ୍କ କିଛି କରିବାର ନାହିଁ । କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ପୋର୍ଟାଲରେ ସମସ୍ତ ତଥ୍ୟ ଭରିବା ପରେ ଏହାକୁ ଯାଞ୍ଚ କରି ଅର୍ଥ ଦିଆଯାଏ । ଏବଂ ଏଥିରେ ରାଜ୍ୟ ସରକାର ଭଲ କାମ କରୁଛନ୍ତି ବୋଲି ବିଜେଡ଼ି କହିଛି । ସାଧାରଣ ନିର୍ବାଚନ ପୂର୍ବରୁ ଡ଼ିସେମ୍ବର 2018ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ ହୋଇଥିଲା । 2 ହେକ୍ଟରରୁ ଅଧିକ ଜମିରେ ଚାଷ କରୁଥିବା କ୍ଷୁଦ୍ର ଚାଷୀଙ୍କୁ ବାର୍ଷିକ 6 ହଜାର ଟଙ୍କାର ସହାୟତା 3ଟି କିସ୍ତିରେ ଦିଆଯାଉଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.