ETV Bharat / city

Editor Of Private News Channel Arrested: ବିଚାର ବିଭାଗୀୟ ହାଜତକୁ ଗଲେ ଅର୍ଦ୍ଧେନ୍ଦୁ ଦାସ - ବିଚାର ବିଭାଗୀୟ ହାଜତକୁ ଗଲେ ଅର୍ଦ୍ଧେନ୍ଦୁ ଦାସ

ଦିନସାରା ବିରୋଧ ଓ ହାଇଡ୍ରାମା ପରେ ଘରୋଇ ନ୍ୟୁଜ ଚ୍ୟାନେଲ ‘ବଡ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଜେଲକୁ ପଠାଇଛି ଇଓଡବଲ୍ଲୁ । ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ଅର୍ଦ୍ଧେନ୍ଦୁ । ଅଧିକ ପଢନ୍ତୁ

ଅର୍ଦ୍ଧେନ୍ଦୁ ଦାସୁ
ଅର୍ଦ୍ଧେନ୍ଦୁ ଦାସୁ
author img

By

Published : Jun 30, 2022, 9:30 PM IST

ଭୁବନେଶ୍ବର: ଦିନସାରା ବିରୋଧ ଓ ହାଇଡ୍ରାମା ପରେ ଘରୋଇ ନ୍ୟୁଜ ଚ୍ୟାନେଲ ‘ବଡ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଜେଲକୁ ପଠାଇଛି ଇଓଡବଲ୍ଲୁ । ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ଅର୍ଦ୍ଧେନ୍ଦୁ ।

ଦିଲ୍ଲୀର ବ୍ଯବସାୟୀ ତାଙ୍କ ବିରୋଧରେ ଠକେଇ ମାମଲା ରୁଜ୍ଜୁ କରିବା ପରେ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରିଥିଲା ପୁଲିସ । ଅର୍ଦ୍ଧେନ୍ଦୁ ଦାସ ଗିରଫ ହେଲା ପରେ ଇଓଡବ୍ଲୁ ପକ୍ଷରୁ ତାଙ୍କୁ ପଚରାଉଚରା କରାଯାଇଥିଲା । ପରେ ତାଙ୍କୁ ଭୁବନେଶ୍ବର ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା। ତାଙ୍କର ଜାମିନ ନାମଞ୍ଜୁର ହେବା ପରେ ଅଦାଲତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଇଓଡବ୍ଲୁ ଓ କମିସନରେଟ ପୁଲିସରେ ଅର୍ଦ୍ଧେନ୍ଦୁ ଦାସଙ୍କ ବିରୋଧରେ ୪ଟି ମାମଲା ରହିଛି। ଏହାସହ ଆଗକୁ ଉପର କୋର୍ଟରେ ତାଙ୍କ ଜାମିନ ପାଇଁ ଆବେଦନ କରିବେ ବୋଲି କହିଛନ୍ତି ଅର୍ଦ୍ଧେନ୍ଦୁ ଦାସଙ୍କ ଓକିଲ ଜନ୍ମେଜୟ ରାୟ।

ବିଚାର ବିଭାଗୀୟ ହାଜତକୁ ଗଲେ ଅର୍ଦ୍ଧେନ୍ଦୁ ଦାସ

ଅନ୍ୟପଟେ ଏନେଇ ଇଓଡବ୍ଲୁ ଏସପି ଦିଲ୍ଲୀପ କୁମାର ତ୍ରିପାଠୀଙ୍କ ସୂଚନା ଅନୁଯାୟୀ, ଗତ ୨୩ ତାରିଖରେ ଦିଲ୍ଲୀର ସଲ୍ୟୁସନ ବ୍ରଡକାଷ୍ଟ୍ର ପ୍ରୋପାଇଟର ଗଗନଦୀପ ସିଂହ ଚାୱଲା ଅଭିଯୋଗ କରିଥିଲେ। ବାର୍ଷିକ ୮ କୋଟି ବ୍ୟବସାୟ ହେଉଥିବା କହି ଅର୍ଦ୍ଧେନ୍ଦୁ ତାଙ୍କଠାରୁ ଏକ କୋଟି ୪୭ ହଜାର ଟଙ୍କାର ବୈଦ୍ୟୁତିକ ଯନ୍ତ୍ରାଂଶ ଆଣିଥିଲେ। ଏବାବଦରେ ମାତ୍ର ୧୦ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଆହୁରି ୯୨ ଲକ୍ଷ ଟଙ୍କା ସେ ଦେଇନାହାନ୍ତି। ତେଣୁ ଏହି ଆଧାରରେ ଠକେଇ ମାମଲା ରୁଜୁ ହୋଇଛି।

ଏହାବାଦ କଟକର ନିଶିତ ଅଗ୍ରୱାଲ ନାମକ ଜଣେ ବ୍ୟବସାୟୀ ପୁରୀଘାଟ ଥାନାରେ ମଧ୍ୟ ତାଙ୍କ ବିରୋଧରେ ଆଉ ଏକ ଅଭିଯୋଗ କରି ଏତଲା ଦେଇଛନ୍ତି । ତେବେ ଗଗନଦୀପ ସିଂଙ୍କର ଅଭି‌ଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ‘ବଡ ଖବର’ର ସଂପାଦକ ଅର୍ଦ୍ଧେନ୍ଦୁ ଦାସ । କହିଛନ୍ତି ଯେ ନୂଆ ସାମଗ୍ରୀ ଯୋଗାଇବା ଚୁକ୍ତି କରି ଗଗନଦୀପ ପୁରୁଣା ଓ ନକଲି ମାଲ ଯୋଗାଇଛନ୍ତି। ଏକଥା ଜଣାପଡିବା ପରେ ଗଗନଦୀପ ନିଜେ ସେ ଅନୁସାରେ କମ ଅର୍ଥ ନେବେ ବୋଲି ସମ୍ମତି ପ୍ରଦାନ କରିଥିଲେ। ତେଣୁ ତାଙ୍କର ପ୍ରକୃତ ପ୍ରାପ୍ୟ କେତେ ତାହା ସ୍ଥିର ହେବାକୁ ଥିବା ବେଳେ ସେ ଏପରି ମିଥ୍ୟା ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଅର୍ଦ୍ଧେନ୍ଦୁ ଅଭିଯୋଗ କରିଛନ୍ତି ତାଙ୍କ ଚାନେଲ ସରକାରଙ୍କ ବିରୋଧରେ ବା ଶ୍ରୀମନ୍ଦିର ପରିକ୍ରମା ବିଷୟରେ ଖବର ପ୍ରସାରଣ କରୁଥିବାରୁ ପୁଲିସ ଏଭଳି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଭିନ୍ନ ମହଲରୁ ଅର୍ଦ୍ଧେନ୍ଦୁଙ୍କ ଗିରଫଦାରୀ ନେଇ ନିନ୍ଦା କରାଯାଉଥିବା ବେଳେ ଗଣତନ୍ତ୍ରର କଣ୍ଠରୋଧ ସରକାର ଜାଣିଜାଣି କରିଛନ୍ତି ବୋଲି ଅଭିଯୋଗ ହେଉଛି । ଏପରିକି ଏନେଇ ଇଓଡବ୍ଳୁ ସମ୍ମୁଖରେ ଆନ୍ଦୋଳନ କରିଥିଲେ ଅନେକ ସଂଗଠନ ଓ ବ୍ୟକ୍ତିବିଶେଷ । ଏପରିକି ଏନେଇ ପୋଲିସ ସହ ଯୁକ୍ତି ତର୍କ ହୋଇଥିବା ବେଳେ ତାଙ୍କ ଗିରଫକୁ ବିରୋଧ କରି ପୋଲିସ ଗାଡି ଆଗରେ ଶୋଇଲେ ତାଙ୍କ ସମର୍ଥକ । ଖାଲି ସେତିକି ନୁହେଁ କ୍ଯାପିଟାଲ ହସ୍ପିଟାଲ ପରିସରରେ ମେଡିକାଲ ଟେଷ୍ଟ ସମୟରେ ପୋଲିସ ତାଙ୍କ ପାଟିକୁ ଜୋର ଜବରଦସ୍ତି ବନ୍ଦ କରିଥିବା ମଧ ଅଭିଯୋଗ ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.