ETV Bharat / city

ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟରୁ ଉଠୁନି ପରଦା, ନଜର ହଟାଇବାକୁ ଅର୍ଚ୍ଚନା କେଳେଙ୍କାରୀ !

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପଛରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ରହିଥିବା ନେଇ ଚର୍ଚ୍ଚା ହେଉଥିଲା । ଏବେ ହଠାତ ରାଜ୍ୟବାସୀଙ୍କ ନଜର ଧର୍ମେନ୍ଦ୍ର ମୃତ୍ୟୁ ମାମଲାରୁ ହଟି ଅର୍ଚ୍ଚନା ନାଗ ଘଟଣାରେ ପଡ଼ିଛି । ଏହାକୁ ରାଜ୍ୟର ସବୁଠାରୁ ବଡ଼ ସେକ୍ସ ସ୍କାଣ୍ଡାଲ ବୋଲି କୁହାଯାଉଛି । ତେବେ ଏହା ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଶାସକ ଦଳର ପ୍ଲାନ ହୋଇଥାଇପାରେ ବୋଲି ଆଲୋଚନା ହେଉଛି । ଅଧିକ ପଢ଼ନ୍ତୁ

ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟ ଉପରୁ ନଜର ହଟାଇବାକୁ ଅର୍ଚ୍ଚନା କେଳେଙ୍କାରୀ !

author img

By

Published : Oct 12, 2022, 9:06 PM IST

ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲା ଉପରୁ ହଟି ଏବେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଉପରେ ରାଜ୍ୟବାସୀଙ୍କ ନଜର । ତେବେ ଧର୍ମେନ୍ଦ୍ର ସାହୁଙ୍କ ଭାଇରାଲ ଅଡିଓ ଏବଂ ମୃତ୍ୟୁ ପୂର୍ବର ଭିଡିଓରେ ସେ ଦେଇଥିବା ତଥ୍ୟରେ ସିଧାସଳଖ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ସମ୍ପୃକ୍ତି ରହିଥିବା ନେଇ ଆଲୋଚନା ହେଉଥିଲା । ଏହି ଘଟଣାରେ ସମୀର ଦାସଙ୍କୁ ତଦନ୍ତ ପରିସରକୁ ଆଣିବାକୁ ବିରୋଧୀ ଦଳ ଦାବି କରୁଥିବା ବେଳେ ତଦନ୍ତକୁ ବାଟବଣା କରିବାକୁ ଜାଣିଶୁଣି ଅର୍ଚ୍ଚନା ନାଗ ଏପିସୋଡ଼ ଆରମ୍ଭ ହୋଇଥିବା ସନ୍ଦେହ କରିଛନ୍ତି ରାଜନୀତି ସମୀକ୍ଷକ ।

ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟ ଉପରୁ ନଜର ହଟାଇବାକୁ ଅର୍ଚ୍ଚନା କେଳେଙ୍କାରୀ !

ଖସି ଯିବେ ଗଣଶିକ୍ଷା ମନ୍ତ୍ରୀ !

ଗତ ସେପ୍ଟେମ୍ବର ୨୪ ତାରିଖରେ ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା କରିଥିଲେ । ତେବେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଘେରକୁ ଆସିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏହାପରେ ଧର୍ମେନ୍ଦ୍ର ସାହୁ ଓ ତାଙ୍କର ଜଣେ ସାମ୍ବାଦିକ ବନ୍ଧୁ ଅକ୍ଷୟ ନାୟକଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହେବାପରେ ତାଙ୍କ ମୃତ୍ୟୁରେ ସମୀର ଦାସଙ୍କ ସମ୍ପୃକ୍ତିର ସ୍ପଷ୍ଟ ସୂଚନା ମିଳିଥିଲା । ଏହାପରେ ଅକ୍ଷୟ ନାୟକଙ୍କୁ ପଚରାଉଚରା କରି ତାଙ୍କ ଫୋନ ସିଜ କରିଥିଲା ପୋଲିସ । ଏହି ଘଟଣାକୁ ନେଇ ମନ୍ତ୍ରୀ ସମୀର ଦାସଙ୍କୁ ତୁରନ୍ତ ବହିଷ୍କାର କରିବା ସହିତ ତଦନ୍ତ ପରିସରଭୁକ୍ତ କରିବା ପାଇଁ ବିରୋଧି ଦଳ ଗୁଡ଼ିକ ଜୋରଦାର ଦାବି କରିଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଏନେଇ ମନ୍ତ୍ରୀଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି । ଏହାକୁ ନେଇ ରାଜନୀତି ସରଗରମ ଥିବା ବେଳେ ଏହା ଭିତରେ ଧସେଇ ପଶିଛି ଅର୍ଚ୍ଚନା ନାଗ ବ୍ଲାକମେଲରର କଳା କାରନାମା । ଏହାକୁ ଓଡିଶାର ଏକ ବଡ ସେକ୍ସ ସ୍କାଣ୍ଡାଲ ଭାବେ ପ୍ରୋଜେକ୍ଟ କରିବା ଦ୍ବାରା ଧର୍ମେନ୍ଦ୍ର ମୃତ୍ୟୁ ରହସ୍ୟ ପ୍ରସଙ୍ଗ ଏବେ ଉଭାନ ହୋଇଯାଇଛି ।

କ'ଣ ଏହି ଅର୍ଚ୍ଚନା ନାଗ ଘଟଣା

ରାଜନେତାଙ୍କୁ ବ୍ଲାକମେଲ ଅଭିଯୋଗରେ ସୁନ୍ଦରୀ ମାୟାବିନୀ ଅର୍ଚ୍ଚନା ନାଗ ଗିରଫ ହୋଇଛି । ପୋଲିସରେ ଅଭିଯୋଗ ପରେ ମାୟାବିନୀ ଅର୍ଚ୍ଚନା ନାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ । ରାଜନେତା ଓ ପ୍ରଯୋଜକଙ୍କୁ ବ୍ଲାକମେଲ କରି ଟଙ୍କା ହଡପ କରୁଥିଲା ଗିରଫ ଲେଡି ବ୍ଲାକମେଲର । ପୋଲିସ ଏହି ମହିଳାଙ୍କୁ ଗିରଫ କରିବା ପରେ ଏହି ଲେଡିଙ୍କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି । ମାୟାବିନୀ ଅର୍ଚ୍ଚନା ନାଗଙ୍କ ମାୟାଜାଲରେ ରାଜ୍ୟ ରାଜନୀତିର ଅଧାରୁ ଅଧିକ ନେତା ଫସିଥିବା କୁହାଯାଉଛି । ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି । କାରଣ ରାଜ୍ୟର ଅନେକ ହେଭିୱେଟ ନେତା ବ୍ଲାକମେଲର ଶିକାର ହୋଇଥିବାବେଳେ, ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ସହିତ ମଧ୍ୟ ଅନେକ ନେତାଙ୍କର ଫଟୋ ମଧ୍ୟ ସାମ୍ନାକୁ ଆସିଛି । ତେବେ ଏହି ଘଟଣା ଏବେ ରାଜ୍ୟରେ ସବୁଠାରୁ ବଡ଼ ସେକ୍ସ ସ୍କାଣ୍ଡାଲ ବୋଲି ଚର୍ଚ୍ଚା ହେଉଛି ।

ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଶାସକ ଦଳର ପ୍ଲାନ !

ନିକଟରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏହି ପଦଯାତ୍ରାରେ ମହିଳାମାନଙ୍କୁ ମଧ୍ୟ ସାମିଲ କରାଯାଉଛି । ଏନେଇ ରାଜ୍ୟ ସରକାର ଓ ବିଜେଡି ମହିଳା ବିରୋଧି ନୁହେଁ ବୋଲି ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବାକୁ ଦଳ ଚାହୁଁଥିବା କୁହାଯାଉଛି । ସେହିଭଳି ନିକଟରେ ନିମାପଡ଼ାରେ ଏକ ମହିଳା ସମାବେଶର ଆୟୋଜନ କରାଯାଇଥିବା ବେଳେ ସେଥିରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ମଧ୍ୟ ଯୋଗ ଦେଇଥିଲେ । ଯାହାକୁ ନେଇ ରାଜନୀତି ଜୋର ଧରିଥିଲା । ମନ୍ତ୍ରୀଙ୍କ ଭାବମୂର୍ତ୍ତି ବଞ୍ଚାଇବାକୁ ଏହା ଶାସକ ଦଳର ଉଦ୍ୟମ ବୋଲି ବିରୋଧୀ ଅଭିଯୋଗ କରିଥିଲେ । ତେବେ ଏହାପରେ ମଧ୍ୟ ବିରୋଧୀ ମନ୍ତ୍ରୀଙ୍କ ପିଛା ଛାଡ଼ିନଥିଲେ । ତେବେ ତମାମ ଘଟଣାରେ ବିଜେଡିର କୌଣସି ନେତା କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ଏବେ ଅର୍ଚ୍ଚନା ନାଗ ଘଟଣାରେ ସାମ୍ନାକୁ ଆସିଛନ୍ତି ଶାସକ ଦଳର ମୁଖପାତ୍ର । ସେଥିପାଇଁ ଧର୍ମେନ୍ଦ୍ର ସାହୁ ହତ୍ୟା ମାମଲାରୁ ଲୋକଙ୍କ ନଜର ହଟେଇବା ପାଇଁ ଅର୍ଚ୍ଚନା ନାଗ ଘଟଣାକୁ ବିଜେଡି ଗୁରୁତ୍ବ ଦେଉଥିବା କହିଛନ୍ତି ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ ।

ବିନ୍ଦାସ ଚିନୁକୁ ଜେରା

ଧର୍ମେନ୍ଦ୍ର ସାହୁ ଓ ତାଙ୍କର ଜଣେ ସାମ୍ବାଦିକ ବନ୍ଧୁ ଅକ୍ଷୟ ନାୟକଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହେବାପରେ ତାଙ୍କ ମୃତ୍ୟୁରେ ସମୀର ଦାସଙ୍କ ସମ୍ପୃକ୍ତିର ସ୍ପଷ୍ଟ ସୂଚନା ମିଳିଥିଲା । ଏହାପରେ ଅକ୍ଷୟ ନାୟକଙ୍କୁ ପଚରାଉଚରା କରି ତାଙ୍କ ଫୋନ ସିଜ କରିଥିଲା ପୋଲିସ । ଭାଇରାଲ ହୋଇଥିବା ଅଡ଼ିଓରେ ସେ ମଲେ ଏଥିପାଇଁ ମନ୍ତ୍ରୀ ସମୀର ଦାସ ଦାୟୀ ରହିବେ ବୋଲି କହିଥିଲେ । ଏଥିରେ ମନ୍ତ୍ରୀଙ୍କ ସମେତ ଅନ୍ୟ ୪ ଜଣଙ୍କ ନାଁ ମଧ୍ୟ ନେଇଥିଲେ ଧର୍ମେନ୍ଦ୍ର । ଏହି ୪ ଜଣଙ୍କ ଭିତରେ ରହିଥିଲା ବିନ୍ଦାସ ଚିନୁ ନାଁ । ତେବେ ଘଟଣାର ଅନେକ ଦିନ ପରେ ଆଜି (ବୁଧବାର) ବିନ୍ଦାସ ଚିନୁକୁ ଜେରା କରିଛି ପୋଲିସ । ବିନ୍ଦାସ ଚିନୁ ମୃତ ଧର୍ମେନ୍ଦ୍ରଙ୍କ ସହ ପାରିବାରିକ ସମ୍ପର୍କ ଥିବା ପୋଲିସ ଆଗରେ ପ୍ରକାଶ କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.