ETV Bharat / city

ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ - ବିଧାନସଭା

ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ । 1ଲକ୍ଷ 46ହଜାର 61 କୋଟି 9ଲକ୍ଷ 32 ହଜାର ଟଙ୍କାର ବ୍ୟୟ ମଞ୍ଜୁରୀ ବିଲକୁ ବିଧାନସଭାରେ ଅନୁମୋଦନ ।

ଫାଇଲ ଫଟୋ
author img

By

Published : Jul 31, 2019, 11:31 PM IST

ଭୁବନେଶ୍ବର: ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ । 1ଲକ୍ଷ 46ହଜାର 61 କୋଟି 9ଲକ୍ଷ 32 ହଜାର ଟଙ୍କାର ବ୍ୟୟ ମଞ୍ଜୁରୀ ବିଲକୁ ବିଧାନସଭାରେ ଅନୁମୋଦନ ।

ତେବେ ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ଆଲୋଚନା ବେଳେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଜାତୀୟ ବିରୋଧୀ ଦଳ ସହ ବିଜେଡି ହାତ ମିଳାଇଥିବା ଦର୍ଶାଇବା ସହ ସଂସଦରେ ଗୋଟିଏ ପରେ ଗୋଟିଏ ବିଲକୁ ସମର୍ଥନ କରିଆସୁଥିବା ସେ କହିଛନ୍ତି । ଏଥିସହିତ ସରକାର ଚାଷୀଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇ ନଥିବା ଦର୍ଶାଇବା ସହ ପିଇବା ପାଣି, ଶିକ୍ଷକ, ଲୋକଙ୍କ ଧନଜୀବନ ସୁରକ୍ଷା ପ୍ରସଙ୍ଗ ଉଠାଇ ବର୍ଷିଥିଲେ ନରସିଂହ ।

ଏହା ସହ ବିଧାୟକ ପାଣ୍ଠି 5କୋଟିକୁ ବୃଦ୍ଧି କରାଯିବା ସହ ପଶ୍ଚିମ ଓଡିଶା ବିକାଶ ପରିଷଦର ଅନୁଦାନ 100 କୋଟିରୁ 1000 କୋଟିକୁ ବଢାଯାଉ ଏବଂ ପେନସନ 1000 ଟଙ୍କାକୁ ବଢାଇବାକୁ ସେ ଦାବି କରିଥିଲେ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ବିଧାନ ସଭାରେ ପାରିତ ହେଲା ବେୟମଞ୍ଜୁରୀ ବିଲ। 1ଲକ୍ଷ 46ହଜାର 61 କୋଟି 9ଲକ୍ଷ 32 ହଜାର ତାଙ୍କର ବେୟ ମଞ୍ଜୁରୀ ବିଲ ବିଧାନସଭାରେ ଅନୁମୋଦନ।Body:ବ୍ୟୟ ମଞ୍ଜୁରୀ ବିଲ ଆଲୋଚନା ବେଳେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଜାତୀୟତା ବିରୋଧୀ ଦଳ ସହ ହାତ ମିଳାଇଛି ବିଜେଡ଼ି। ସଂସଦରେ ଗୋଟିଏ ପରେ ଗୋଟିଏ ବିଲକୁ ସମର୍ଥନ କରିଆସୁଛି। ଆର ଟି ଆଇ ବିଲକୁ ବିରୋଧ କଲେ କିନ୍ତୁ ତା ପରେ ଭୋଟ ଦେଲେ। ତ୍ରିପୁଲ ତଲାକ ବିଲକୁ ସମର୍ଥନ ଦେଲେ । ଏନଡିଏ ସହଯୋଗୀ ଦଳ ସମର୍ଥନ କଲେନି କିନ୍ତୁ ବିଜେଡି ସମର୍ଥନ କଲା। ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ଗାର୍ଜୁଥିଲେ ହେଲେ ଏବେ କିନ୍ତୁ ଚୁପ। ରାଜ୍ୟସରକାର ଏକ ଅଭ୍ୟାଶଗତ ମିଛୁଆ। ଦୁର୍ନୀତିରେ ବୁଡି ରହିଛି। ଖଣି ଦୁର୍ନୀତିର ଜଣେ ଦୋଷୀ ସାବ୍ୟସ୍ତ ହେଲେନି। ମୁନିସିପାଲି ଟି ନିର୍ବାଚନ ନ କରି ସାମ୍ବିଧାନିକ କାର୍ଯ୍ୟ କୁ ବ୍ରେ କ ଡ଼ା ଉଁ କରିଛନ୍ତି। 35 ପ୍ରତିଶତ ଜଳସେଚନ କରିବା କଥା କାଟି ନାହାନ୍ତି।, ଚାଷୀଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇନାହାନ୍ତି, ଜନସାଧାରଣ ଙ୍କୁ ଧୋକା ଦେଇଛନ୍ତି। ପିଇବା ପାଣି ନାହିଁ, ଶିକ୍ଷକ ନାହାନ୍ତି, ଲୋକଙ୍କ ଧନଜୀବନ ସୁରକ୍ଷା ଦେଇପାରୁନାହାନ୍ତି କହି ରାଜ୍ୟ ସରକାରଙ୍କ ଉପରେ ବାର୍ଷିଥିଲେ ନରଶିଙ୍ଗ। ବିଧାୟକ ପାଣ୍ଠି 5କୋଟିକୁ ବଢାଯାଉ, ପଂଶ୍ଚିମ ଓଡିଶା ବିକାଶ ପରିଷଦର ଅନୁଦାନ 100 କୋଟିରୁ 1000 କୋଟିକୁ ବଢାଯାଉ। ପେନସନ 1000 ଟଙ୍କା କୁ ବଢାଇବାକୁ ଦାବି କରିଥିଲେ ନରସିଂହ।
Conclusion:null
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.