ଭୁବନେଶ୍ବର: ଏଣିକି ପାସପୋର୍ଟ ଭେରିଫିକେସନ ହେବ ସହଜ। ଆଉ ଅପେକ୍ଷା କରିବାକୁ ପଡିବନି ମାସ ମାସ କି ଦିନ ଦିନ ଧରି ସମୟ। ଗୋଟିଏ ଦିନରେ ହୋଇପାରିବ ପାସପୋର୍ଟ ଭେରିଫିକେସନ। ଅର୍ଥାତ ଲୋକଙ୍କ ପାସପୋର୍ଟ ଭେରିଫିକେସନ ପାଇଁ ଅପେକ୍ଷାର ଅନ୍ତ ଘଟିବ।
ଦୀର୍ଘ ସମୟ ଧରି ଥାନାରେ ଅପେକ୍ଷା କରିବାକୁ ପଡିବନି କି ପୋଲିସ ପାଖକୁ ଦୌଡିବାକୁ ପଡିବନି। ଷ୍ଟୁଡେଣ୍ଟ ହେଉ କି ଜବ ହୋଲଡ଼ର ବା ବିଦେଶ ଭ୍ରମଣ ପାଇ ପାସପୋର୍ଟ ଭେରିଫିକେସନ। ଆପଣଙ୍କ ନାଁରେ କ୍ରିମିନାଲ ରେକର୍ଡ଼ ନାହିଁ ବା କୌଣସି ପୋଲିସ ଡିସପୁଟ ନାହି ତ ଦିନକ ଭିତରେ ହୋଇଯିବ ପାସପୋର୍ଟ ଭେରିଫିକେସନ। କାରଣ ଏଥିପାଇଁ କେନ୍ଦ୍ର ସରକାରଙ୍କ ସ୍କିମରେ ପ୍ରଚଳିତ ହୋଇଛି ଏମ ପାସପୋର୍ଟ ଆପ୍।
ଏହାକୁ ଚଲାଇବା ପାଇଁ ରାଜ୍ୟର ଅନେକ ଥାନାକୁ ଦିଆଯାଇଛି ସ୍ବତନ୍ତ୍ର ଟ୍ୟାବ। ଯେଉଁଥିରେ ଥାନା ସ୍ତରରେ ଭେରିଫିକେସନ ଅଫିସରକୁ କାଗଜ କଲମ ଜରିଆରେ ନୁହେଁ ଆପର ସିଲେକ୍ସନ ଜରିଆରେ ସହଜରେ କରିପାରିବେ ଭେରିଫିକେସନ।ଯାହାକୁ ଆଧାର କରି ସେହି ଥାନା ଅଧିନକୁ ଆସିଥିବା ଲୋକର ପରିଚୟପତ୍ର ସହ ତାର ବ୍ୟାକଗ୍ରାଉଣ୍ଡ ଚେକ କରି ଅଫିସର ଜଣକ କିଛି ସମୟ ମଧ୍ୟରେ ଭେରିଫିକେସନ ଚୁଟକିରେ କରିପାରିବେ।
ଯଦି କୌଣସି ସନ୍ଦେହ ଜାତ ହୁଏ ସେନେଇ ତାର କାରଣ ସହ ସେହି ଆପ ଜରିଆରେ ତୁରନ୍ତ ପାସପୋର୍ଟ ଅଫିସକୁ ମଧ୍ୟ ଜଣାଇପାରିବେ। ଅର୍ଥାତ ପାସପୋର୍ଟ ଅଫିସରୁ ପୋଲିସ ଡିଜି କାର୍ଯାଳୟ, ପରେ ଜିଲ୍ଲା ଏସପି କାର୍ଯାଳୟ ଓ ପରେ ନିକଟସ୍ଥ ଥାନାକୁ ହେଉଥିବା ଭେରିଫିକେସନ ସାଇକେଲ ପକ୍ରିୟା ସମୟ ସାପେକ୍ଷ ନହୋଇ ଜିଲ୍ଲା ଇନଫେରମେସନ ବ୍ୟୁରୋରୁ ଥାନାର ରିପୋର୍ଟ ସେହି ଆପ ମାଧ୍ୟମରେ ପାସପୋର୍ଟ ଅଫିସରଙ୍କ ପାଖରେ ପହଚି ପାସପୋର୍ଟ ଇସ୍ୟୁ କରିବାରେ ଲୋକକୁ ସହଜ ହେବ।
ଏହାସହ ରାଜ୍ୟ ବାହାରେ ହେଉ ବା ପରିଚୟ ଲୁଚାଇ ଅନ୍ୟ ରାଜ୍ୟ ଜରିଆରେ ଅପରାଧି ନିଜ ପରିଚୟ ଲୁଚାଇ ପୋଲିସ ଭେରିଫିକେସନସ ଚାହୁଥିଲେ ବି ତାହା ସମ୍ଭବ ହୋଇପାରିବ ନାହିଁ । କାରଣ ଏହାର ଡାଟା ସାରା ଭାରତ ବର୍ଷ ଧରି ଆସେସ ହୋଇପାରିବ। ଫଳରେ ଅପରାଧି ଦିଗରେ ମଧ୍ୟ ଭେରିଫିକେସନ ଗୃହ ବିଭାଗ ପାଖରେ ସଠିକ ତଥ୍ୟ ପହଞ୍ଚାଇପାରିବ । ଏନେଇ ଭୁବନେଶ୍ୱରରେ ୫ଟି ଥାନାକୁ ଦିଆଯାଇଥିବା ଟ୍ୟାବ ଜରିଆରେ ଆରମ୍ଭ ହୋଇଛି ଭେରିଫିକେସନ ପ୍ରୋସେସ ।ଏହିଭଳି ଭାବେ ରାଜ୍ୟର ୧୫୦ଟି ଥାନାକୁ ଟ୍ୟାବ ଦିଆଯାଇଛି । ତେବେ ସୁଚନାନୁସାରେ ୨୦୨୦ରେ ୧.୨୦ଲକ୍ଷ ଲୋକଙ୍କ ପାସପୋର୍ଟ ଭେରିଫିକେସନ ପାସପୋର୍ଟ ଅଫିସକୁ ଆଵେଦନ ହୋଇଥିଲା।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ