ETV Bharat / city

ଖଣି ମାଲିକ ଓ ସରକାରଙ୍କ ମଧ୍ୟରେ ହୋଇଛି ଅନୈତିକ ବୁଝାମଣା: ସାଂସଦ ଅପରାଜିତା ଷଡ଼ଙ୍ଗୀ

author img

By

Published : Sep 12, 2022, 10:34 PM IST

Updated : Sep 12, 2022, 10:41 PM IST

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ରାଜ୍ୟରେ ହେଉଥିବା ବ୍ୟାପକ ଖଣି ଦୁର୍ନୀତି ପ୍ରସଙ୍ଗରେ ଟାର୍ଗେଟ କରି ଖଣି ମାଲିକ ଓ ସରକାରଙ୍କ ମଧ୍ୟରେ ଅନୈତିକ ବୁଝାମଣା ହୋଇଛି ବୋଲି ଅଭିଯୋଗ କରିଛନ୍ତି । ଅଧିକ ପଢ଼ନ୍ତୁ

ଖଣି ମାଲିକ ଓ ସରକାରଙ୍କ ମଧ୍ୟରେ ହୋଇଛି ଅନୈତିକ ବୁଝାମଣା: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ରାଜ୍ୟରେ ହେଉଥିବା ବ୍ୟାପକ ଖଣି ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରାଇଭେଟ ଖଣି ମାଲିକ ଓ ସରକାରଙ୍କ ମଧ୍ୟରେ କେଉଁ ପ୍ରକାର ଅନୈତିକ ବୁଝାମଣା ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଓଡ଼ିଶାରେ ହେଉଥିବା ବ୍ୟାପକ ଖଣି ଦୁର୍ନୀତି ପ୍ରସଙ୍ଗରେ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କୁ ବିରୋଧୀମାନେ ସମାଲୋଚନା କରୁଛନ୍ତି । କେତେବେଳେ କଂଗ୍ରେସ ତ କେତେବେଳେ ବିଜେପି ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଛନ୍ତି । ତେବେ ଦୁଇଦିନ ପୂର୍ବେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯାଜପୁର ଜିଲ୍ଲାକୁ ତିନି ଦିନିଆ ଗସ୍ତରେ ଯାଇଥିଲେ । ଏହି ଅବସରରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଗସ୍ତ କରି ବଉଳମାଳ ପଞ୍ଚାୟତର ଇଚ୍ଛାପୁର ଠାରେ ଅନୁସୂଚିତ ଜନଜାତି ସମାବେଶକୁ ସମ୍ବୋଧନ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ କେନ୍ଦ୍ରମନ୍ତ୍ରୀ । ଯାଜପୁର ଜିଲ୍ଲାର ସୁକିନ୍ଦା ଖଣି ଉପତ୍ୟକା ଖଣିଜ ସମ୍ପଦରେ ଭରପୁର ରହିଛି । ହେଲେ ଏହାର ଲାଭାଂଶ କୁଆଡେ ଯାଉଛି ବୋଲି ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଖଣି ଖାଦାନ ଲାଭାଂଶ କୁଆଡେ ଯାଉଛି ପ୍ରଶ୍ନ କଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା

ତେବେ ଆଜି (ସୋମବାର) ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ପୁଣି ଖଣି ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅପରାଜିତା କହିଛନ୍ତି, "ଓଡିଶା ସରକାରଙ୍କର ସବୁଠୁ ବଡ଼ ଦୁର୍ନୀତି ହେଉଛି ମାଇନିଂ ସ୍କାମ । ଏନେଇ ରାଜ୍ୟ ସରକାର ଉତ୍ତର ଦିଅନ୍ତୁ । ୩୧ ମାର୍ଚ୍ଚ ୨୦୨୦ ରେ ନିଲାମ ହୋଇଥିବା ୨୦ ଟି ଖଣିରେ ବ୍ୟାପକ ଦୁର୍ନୀତି ହୋଇଛି । ୨୦୧୯-୨୦ରେ ଯେଉଁ ମାନର ଲୁହା ପଥର ଉତ୍ପାଦନ ହେଉଥିଲା, ନିଲାମ ହେବା ପରେ ୨୦୨୧-୨୨ ରେ ଲୁହା ପଥର ମାନ ଜାଣିଶୁଣି ଖସାଇ ଦିଆଗଲା । ଉଚ୍ଚ ମାନର ଲୁହା ପଥରକୁ ନିମ୍ନ ମାନର ଲୁହା ପଥରରେ ପରିଣତ କରି ରପ୍ତାନୀ କରାଗଲା । ରାଜ୍ୟ ରାଜକୋଷକୁ ମଧ୍ୟ ରାଜସ୍ବ ଆସିଲା ନାହିଁ । ଯାହାଦ୍ବାରା ରାଜ୍ୟର ବ୍ୟାପକ କ୍ଷତି ହୋଇଛି ।"

ବିଶେଷ କରି ରାଜ୍ୟର ୬ଟି ଖଣିରେ ଲୁହା ପଥରକୁ ନିମ୍ନମାନର କରାଯିବା ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅପରାଜିତା । ସେ କହିଛନ୍ତି, "ଫାଇନ୍ସରେ ୧ ଲକ୍ଷ ଟନରେ ୪୧ କୋଟି ଏବଂ ୧୦ ଲକ୍ଷ ଟନରେ ୪୧୪ କୋଟି ଟଙ୍କା କ୍ଷତି ହୋଇଛି । ଲମ୍ପ୍ସରେ ୧ ଲକ୍ଷ ଟନରେ ୬୨ କୋଟି ଏବଂ ୧୦ ଲକ୍ଷ ଟନରେ ୬୨୬ କୋଟି କ୍ଷତି ହୋଇଛି । ଏହଦ୍ବାରା ଅନ୍ୟ ଦେଶକୁ ନିମ୍ନମାନର ଲୁହା ପଥର ରପ୍ତାନୀ କରାଯାଇଛି । ଯେଉଁଥିପାଇଁ ଏକ୍ସପର୍ଟ ଡ୍ୟୁଟି ମଧ୍ୟ କମିଛି । ଏହାସହ ଡିଏମଏଫ ଫଣ୍ଡରେ ମଧ୍ୟ ଯେତେ ଟଙ୍କା ଆଦାୟ ହୋଇଛି ତାହା ମଧ୍ୟ ଖର୍ଚ୍ଚ ନହୋଇ ପଡ଼ି ରହିଛି । ନିମ୍ନ ମାନର ଖଣି ଉତ୍ପାଦନ ହେବା ଦ୍ବାରା ହାରାହାରି ବିକ୍ରୟ ମୂଲ୍ୟ କମିବା ସହ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରିମିୟମ ଦେବାକୁ ପଡ଼ିବ ।" ସେହିଭଳି ଉତ୍ପାଦିତ ହୋଇଥିବା ଲୁହା ପଥର ଉପରେ ୩୦ ପ୍ରତିଶତ ଏକ୍ସପର୍ଟ ଡ୍ୟୁଟି ଦେବା ପାଇଁ ପଡ଼ିବ ନାହିଁ ଏବଂ ଡିଏମଏଫ ଫଣ୍ଡକୁ ଆସୁଥିବା ଅର୍ଥର ପରିମାଣ ମଧ୍ୟ କମିଯିବ ବୋଲି ସେ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 12, 2022, 10:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.