ETV Bharat / city

ସେରୋ ସର୍ଭେ ରିପୋର୍ଟ, 73% ଲୋକଙ୍କ ଶରୀରରେ ସୃଷ୍ଟି ହୋଇଛି ଆଣ୍ଟିବଡି - 12ଟି ଜିଲ୍ଲାରେ ସେରୋ ସର୍ଭେ

12ଟି ଜିଲ୍ଲାର 73% ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥିବା କହିଛି ସେରୋସର୍ଭେ ରିପୋର୍ଟ । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାବାସୀଙ୍କ ଶରୀରରେ ସୃଷ୍ଟି ହୋଇଛି ଆଣ୍ଟିବଡି । ଅଧିକ ପଢନ୍ତୁ...

ସେରୋ ସର୍ଭେ ରିପୋର୍ଟ, 73% ଲୋକଙ୍କ ଶରୀରରେ ସୃଷ୍ଟି ହୋଇଛି ଆଣ୍ଟିବଡି

author img

By

Published : Sep 26, 2021, 8:12 PM IST

ଭୁବନେଶ୍ବର: ସେରୋ ସର୍ଭେ ନେଇ RMRC ନିର୍ଦ୍ଦେଶିକା ସଂଘମିତ୍ରା ପତିଙ୍କ ସୂଚନା। 12ଟି ଜିଲ୍ଲାରେ ହୋଇଥିଲା ସେରୋ ସର୍ଭେ । ସ୍ୱାସ୍ଥ୍ୟକର୍ମୀଙ୍କ ଶରୀରରେ ସୃଷ୍ଟି ହୋଇଛି 93.5% ଆଣ୍ଟିବଡି। 6ରୁ 10 ବର୍ଷ ବୟସର ଶିଶୁମାନଙ୍କ ଶରୀରରେ 70% ସୃଷ୍ଟି ହୋଇଥିବାବେଳେ 11 ରୁ 18 ବର୍ଷ ବୟସଙ୍କ ଶରୀରରେ 74% ସୃଷ୍ଟି ହେଉଛି ଆଣ୍ଟିବଡି। 73% ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଥିବା କହିଛନ୍ତି RMRC ନିର୍ଦ୍ଦେଶିକା । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 81 ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି ।

ସେରୋ ସର୍ଭେ ରିପୋର୍ଟ, 73% ଲୋକଙ୍କ ଶରୀରରେ ସୃଷ୍ଟି ହୋଇଛି ଆଣ୍ଟିବଡି

ତେବେ 12 ଟି ଜିଲ୍ଲାରୁ 6 ହଜାର ସେରୋ ସର୍ଭେର ସାମ୍ପଲ ସଂଗ୍ରହ କରାଯାଇଥିଲା । ଏହି ସମସ୍ତ ଜିଲ୍ଲା ଗୁଡିକ ହେଉଛି ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର। ଏହି ସମସ୍ତ ଜିଲ୍ଲାକୁ 3ଟି ସ୍ତରରେ ବିଭକ୍ତ କରାଯାଇଥିଲା। ସେଣ୍ଟ୍ରାଲ, ସାଉଥ ଏବଂ ନର୍ଥ ପ୍ରତ୍ୟକ ସ୍ତରରେ 4ଟି ଜିଲ୍ଲା ରଖାଯାଇଥିଲା। 12ଟି ଜିଲ୍ଲାରୁ ମୋଟ 6680 ନମୁନା ସଂଗ୍ରହ କରାଯାଇଥିଲା। ସ୍ଥାନୀୟ ଲୋକ ଏବଂ ପ୍ରତ୍ୟେକ ଜିଲ୍ଲାର ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ 100 ନମୁନା ସଂଗ୍ରହ କରାଯାଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.