ETV Bharat / city

ଶରୀର ପାଇଁ ଘାତକ ଆଣ୍ଟିବାୟୋଟିକ:RMRC

author img

By

Published : Sep 4, 2022, 9:32 PM IST

ମନଇଚ୍ଛା ଆଣ୍ଟିବାୟୋଟିକ ଔଷଧ ଖାଇବା ଦ୍ବାରା ଶରୀର ପ୍ରତି ବିପଦ ସୃଷ୍ଟି ହେବା (Antibiotic Danger for Human Body) ସହିତ କୋଭିଡ ରୋଗୀଙ୍କ ପାଇଁ ଘାତକ ହେଉଛି ଆଣ୍ଟିବାୟୋଟିକ । ଏନେଇ ଆରଏମଆରସି ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ

ଶରୀର ପାଇଁ ଘାତକ ଆଣ୍ଟିବାୟୋଟିକ : RMRC
ଶରୀର ପାଇଁ ଘାତକ ଆଣ୍ଟିବାୟୋଟିକ : RMRC

ଭୁବନେଶ୍ବର: ଘାତକ ହେଉଛି ଆଣ୍ଟିବାୟୋଟିକ । ମନଇଚ୍ଛା ଆଣ୍ଟିବାୟୋଟିକ ଔଷଧ ଖାଇବା ଦ୍ବାରା ଶରୀର ପ୍ରତି ବିପଦ ସୃଷ୍ଟି ହେବା ( antibiotic danger for human body ) ସହିତ କୋଭିଡ ରୋଗୀଙ୍କ ପାଇଁ ଘାତକ ହେଉଛି ଆଣ୍ଟିବାୟୋଟିକ । ଏନେଇ ଆରଏମଆରସି ( Regional Medical Research Centre) ପକ୍ଷରୁ ସୂଚନା ଦିଆଯାଇଛି । ସାମାନ୍ୟ ଲକ୍ଷଣଧାରୀ କୋଭିଡ ରୋଗୀ ଅଯଥା ଆଣ୍ଟିବାୟୋଟିକ ଔଷଧ ଖାଇବା କଥା ନୁହେଁ ବୋଲି ଏହି ଆରଏମଆରସି କହିଛି । ବିନା ପରାମର୍ଶରେ ଆଣ୍ଟିବାୟୋଟିକ ଖାଉଥିଲେ ସାବଧାନ। କାରଣ ଶରୀରରେ ଥିବା ଉପକାରୀ ବ୍ୟାକ୍ଟେରିଆ ନଷ୍ଟ ହୋଇପାରନ୍ତି ।

ଶରୀର ପାଇଁ ଘାତକ ଆଣ୍ଟିବାୟୋଟିକ : RMRC
ଶରୀର ପାଇଁ ଘାତକ ଆଣ୍ଟିବାୟୋଟିକ : RMRC

ଏହା ସହିତ ଶରୀରରେ ଫୁସଫୁସ୍‌ ଜନିତ ସମସ୍ୟା ମଧ୍ୟ ଦେଖା ଦେଇପାରେ । ଆଣ୍ଟିବାୟୋଟିକ ମେଡିସିନ ବ୍ୟବହାର କରିଥିବା କୋଭିଡ ଆକ୍ରାନ୍ତ ରୋଗୀଙ୍କୁ ନେଇ RMRC ଭୁବନେଶ୍ଵର ପକ୍ଷରୁ ହୋଇଥିବା ଗବେଷଣାରୁ ଏହି ତଥ୍ୟ ଆସିଛି । 15 ଦିନରେ ଥରେ ମାସେ ଯାଏ କୋଭିଡ ଚିକିତ୍ସା ଲାଗି ଆଣ୍ଟିବାୟୋଟିକ ବ୍ୟବହାର ରୋଗୀମାନଙ୍କର ସ୍ବାବକୁ ପରୀକ୍ଷା କରିଥିଲା ସଂସ୍ଥା RMRC । ଏଥିରୁ ଜଣାପଡିଛି, କୋଭିଡ ପାଇଁ ବ୍ୟବହାର ହୋଇଥିବା ଆଣ୍ଟିବାୟୋଟିକ ମେଡିସିନ ଦ୍ଵାରା ଗଳାରେ ଥିବା କିଛି ଉପକାରୀ ବ୍ୟାକ୍ଟେରିଆ ନଷ୍ଟ ହେବା ସହ ଅପକାରୀ ବ୍ୟାକ୍ଟେରିଆଙ୍କ ସଂଖ୍ୟା ବଢ଼ିଛି ।

ଯେଉଁଥିରେ ଉପକାରୀ ବ୍ୟାକ୍ଟେରିଆ ମାସେ ଯାଏ ଶରୀରରେ REVIVE ହୋଇନଥିବା RMRC ରିପୋର୍ଟରେ ଉଲ୍ଲେଖ ଅଛି । ସେପଟେ ଅପକାରି ବ୍ୟାକ୍ଟେରିଆ ସଂଖ୍ୟା ବଢ଼ିଥିବାରୁ ଏହା ଗଳା ଦେଇ ସିଧା ଫୁସଫୁସକୁ ଚାଲିଯାଉଥିବା ଜଣାପଡିଛି । ଯାହା ଫଳରେ କୋଭିଡ ପରବର୍ତ୍ତୀ ଜଟିଳତା ଦେଖାଯାଉଛି । ସେପଟେ ବିଶେଷଜ୍ଞ କହିଛନ୍ତି, "ବିନା ପରାମର୍ଶରେ ଆଣ୍ଟିବାୟୋଟିକ ଆଦୌ ଖାଇବା ଉଚିତ୍ ନୁହେଁ ।"

ଶରୀର ପାଇଁ ଘାତକ ଆଣ୍ଟିବାୟୋଟିକ : RMRC
ଶରୀର ପାଇଁ ଘାତକ ଆଣ୍ଟିବାୟୋଟିକ : RMRC

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, "କୋଭିଡ୍ ସମ୍ପୂର୍ଣ୍ଣ ନୂଆ ଥିବାରୁ ଆଣ୍ଟିବାୟୋଟିକର ବହୁଳ ବ୍ୟବହାର ହୋଇଛି । କିନ୍ତୁ ନଷ୍ଟ ହୋଇଥିବା ଉପକାରୀ ବ୍ୟାକ୍ଟେରିଆ ଶରୀରରେ ପୁନର୍ଗଠିତ ହୋଇଥାଏ । ଆରଏମଆରସିର ରିପୋର୍ଟ ଅନୁଯାୟୀ, 20 ଜଣ ସଂକ୍ରମିତ ଓ 10 ଜଣ ସୁସ୍ଥ ଲୋକଙ୍କ ଗଳାରୁ ନମୁନା ସଂଗ୍ରହ କରାଯାଇ ଏହି ପରୀକ୍ଷା କରାଯାଇଥିଲା । ସଂକ୍ରମିତ ବ୍ୟକ୍ତି ଆଜିଥ୍ରୋମାଇସିନ, ଡକ୍ସିସାଇକ୍ଲିନ ଭଳି ଆଣ୍ଟିବାୟୋଟିକ ଖାଇ ସୁସ୍ଥ ହୋଇଥିଲେ । କିନ୍ତୁ ସେମାନଙ୍କ ଗଳାରେ ଥିବା ପ୍ରାକୃତିକ ଉପାଦନ ନଷ୍ଟ ହୋଇଯାଇଥିଲା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.