ETV Bharat / city

ଓଡିଶାକୁ ମାଡି ଆସୁଛି ଆଉ ଏକ ଲଘୁଚାପ - ଭୁବନେଶ୍ବର ଖବର

ଅଗଷ୍ଟ ୯ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଓଡିଶାକୁ ମାଡି ଆସୁଛି ଆଉ ଏକ ଲଘୁଚାପ
ଓଡିଶାକୁ ମାଡି ଆସୁଛି ଆଉ ଏକ ଲଘୁଚାପ
author img

By

Published : Aug 6, 2020, 8:06 PM IST

ଭୁବନେଶ୍ବର: ଅଗଷ୍ଟ ୯ ତାରିଖ ବେଳକୁ ଓଡିଶା ଆସୁଛି ଆଉ ଏକ ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗୁରୁବାର ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ।

ଓଡିଶାକୁ ମାଡି ଆସୁଛି ଆଉ ଏକ ଲଘୁଚାପ
ଓଡିଶାକୁ ମାଡି ଆସୁଛି ଆଉ ଏକ ଲଘୁଚାପ

ବରଗଡ଼, ଝାରସୁଗୁଡା, ସୋନପୁର, ସମ୍ବଲପୁର, ଦେବଗଡ଼, ମୟୂରଭଞ୍ଜ, କେନ୍ଦ୍ରାପଡା, କଳାହାଣ୍ଡି ସୁନ୍ଦରଗଡ ଓ ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ଜୁନ ୧ ତାରିଖରୁ ଅଗଷ୍ଟ ୬ ତାରିଖ ମଧ୍ୟରେ ଓଡ଼ିଶାରେ ଋତୁକାଳୀନ ମୋଟ ୫୭୦.୫ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ବାଭାବିକ ବର୍ଷା ୬୩୯.୬ ଠାରୁ 11 ପ୍ରତିଶତ କମ ।

ଓଡିଶାକୁ ମାଡି ଆସୁଛି ଆଉ ଏକ ଲଘୁଚାପ
ଓଡିଶାକୁ ମାଡି ଆସୁଛି ଆଉ ଏକ ଲଘୁଚାପ
ଓଡିଶାକୁ ମାଡି ଆସୁଛି ଆଉ ଏକ ଲଘୁଚାପ
ଓଡିଶାକୁ ମାଡି ଆସୁଛି ଆଉ ଏକ ଲଘୁଚାପ

ଆସନ୍ତା ୨୪ ଘଣ୍ଟାରେ ଅର୍ଥାତ ଶୁକ୍ରବାର ରାଜ୍ୟର ପ୍ରାୟ ସ୍ଥାନରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବାବେଳେ ୫ ଟି ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ଵର, ଯାଜପୁର, ଭଦ୍ରକ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି କାରଣରୁ ଏହି ଜିଲ୍ଲା ଗୁଡିକରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଓଡିଶାକୁ ମାଡି ଆସୁଛି ଆଉ ଏକ ଲଘୁଚାପ

ସେହିପରି ୮ ଅଗଷ୍ଟ ଶନିବାର କୌଣସି ୱାର୍ଣ୍ଣିଂ ନାହିଁ । ହେଲେ ଅଗଷ୍ଟ ୯ ତାରିଖରେ ଉତ୍ତର ଏବଂ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ଏବଂ ମୌସୁମୀ ସ୍ରୋତ ପ୍ରଭାବରେ ୪୦ ରୁ ୫୦ କିମି ବେଗରେ ରହିବାର ସମ୍ଭାବନା ଥିବାରୁ ଏହି ସମୟରେ ମତ୍ସ୍ୟଜୀବୀ ମାନଙ୍କୁ ଉତ୍ତର ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳକୁ ମାଛ ମାରିବାକୁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.