ଭୁବନେଶ୍ବର: ପୁଣି ଏକ ଲଘୁଚାପ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଛି । ଆସନ୍ତା 19ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଳଘୁଚାପ ସୃଷ୍ଟି ହେଉଥିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସୂଚନା ଅନୁଯାୟୀ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ପୂର୍ବ କେନ୍ଦ୍ରୀୟ ଆରବସାଗର ମଧ୍ୟରେ ଏକ ଟ୍ରପ ଲାଇନ ରହିଛି । ଏହାର ପ୍ରଭାବରେ ଆସନ୍ତା 19 ତାରିଖରୁ ରାଜ୍ୟର କେତେକ ସ୍ଥାନରେ ବିଜୁଳି ଘଡଘ଼ଡି ସହ ପ୍ରବଳ ବର୍ଷା ହୋଇପାରେ । ବର୍ଷା ସମ୍ଭାବନା ଥିବାରୁ କେତକ ଜିଲ୍ଲାକୁ ୟଲୋ ଓ୍ବାର୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ ଆସନ୍ତା 24 ଘଣ୍ଟା ଭିତରେ କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।
ତେବେ ୟେଲୋ ଓ୍ବାର୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଉଛି କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ବୌଦ୍ଧ, ବଲାଙ୍ଗୀର, ପୁରୀ, ନୟାଗଡ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡା ।
ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ