ETV Bharat / city

ସେୟାର ଇନଭେଷ୍ଟ ଆଳରେ ଠକେଇ ପ୍ଲାନ: ସାମ୍ନାକୁ ଆସିଲା ସାଇବର ଠକେଇର ବଡ ଚେନ

author img

By

Published : Jan 3, 2022, 10:29 PM IST

ରାଜ୍ୟରେ ଆଉ ଏକ ବଡ ଧରଣର ଚିଟଫଣ୍ଡ ଠକାମୀ । ଏଥର ଏଜେଣ୍ଟ ଜରିଆରେ ନୁହେଁ । ଅନଲାଇନରେ ଠକେଇର ହୋଇଛି ବ୍ଲୁ ପ୍ରିଣ୍ଟ । ଅଧିକ ପଢନ୍ତୁ

ସେୟାର ଇନଭେଷ୍ଟ ଆଳରେ ଠକେଇ ପ୍ଲାନ: ସାମ୍ନାକୁ ଆସିଲା ସାଇବର ଠକେଇର ବଡ ଚେନ
ସେୟାର ଇନଭେଷ୍ଟ ଆଳରେ ଠକେଇ ପ୍ଲାନ: ସାମ୍ନାକୁ ଆସିଲା ସାଇବର ଠକେଇର ବଡ ଚେନ

ଭୁବନେଶ୍ବର : ରାଜ୍ୟରେ ଆଉ ଏକ ବଡ ଧରଣର ଚିଟଫଣ୍ଡ ଠକାମୀ । ଏଥର ଏଜେଣ୍ଟ ଜରିଆରେ ନୁହେଁ । ଅନଲାଇନରେ ଠକେଇର ହୋଇଛି ବ୍ଲୁ ପ୍ରିଣ୍ଟ । ଅନଲାଇନରେ ଇନଭେଷ୍ଟମେଣ୍ଟ ଓ ପ୍ରଫିଟ ଦେବାର ଲୋଭନିୟ ସ୍କିମ। ହ୍ବାଟସପରେ ଲିଙ୍କ ପଠାଇ ଆପ୍ଲିକେସନ ଡାଉନଲୋଡ କରାଉଛନ୍ତି । ପରେ ସେୟାର କିଣିବା ଆଳରେ ଟଙ୍କା ଇନଭେଷ୍ଟ ପାଇଁ କହୁଛନ୍ତି । ଏଥିପାଇ କେତେ କିଣିଲେ କେତେ ପ୍ରଫିଟ କରିବେ ତାର ଲିଷ୍ଟ ମଧ୍ୟ ଦେଉଛନ୍ତି।

ସେୟାର ଇନଭେଷ୍ଟ ଆଳରେ ଠକେଇ ପ୍ଲାନ

ଆଉ ସେୟାର କିଣିଲେ ପ୍ରଥମ ଦୁଇ ତିନି ଥର ଭଲ ପ୍ରଫିଟ ଦେଉଛନ୍ତି । ପରେ ଆଉ ନିବେଶ କରାଯାଇଥିବା ବଡ ରାଶିର ଟଙ୍କା ଯିବା ପରେ ଧରାଛୁଆଁ ଦେଉନାହାନ୍ତି ଠକ । ଏମିତି ଢଙ୍ଗରେ ରାଜ୍ୟର ଏକାଧିକ ଯୁବପିଢୀଙ୍କୁ ଏମିତି ଢଙ୍ଗରେ ଫସାଇଛନ୍ତି ଠକ । ଯାହାର ଅଭିଯୋଗ ପହଞ୍ଚିଛି ସାଇବର ଥାନାରେ। ଡିସିପି ଅଫିସରେ ଖୋଲିଥିବା ନୂତନ ସାଇବର ଥାନାରେ ଏପରି ଅଭିଯୋଗ କରିଛନ୍ତି ଠକେଇର ଶୀକାର ହୋଇଥିବା ଏକାଧିକ ଯୁବପିଢୀ । ସେମାନଙ୍କ ଅଭିଯୋଗ ଅନୁସାରେ ଅନଲାଇନରେ ସେମାନଙ୍କୁ ଆସିଥିଲା ଏପରି ଏକ ଲିଙ୍କ।

ଓବିବାଇ ସାଇକେଲ ନାଁରେ ଏକ ଆପ୍ଲିକେସନ ଡାଉନଲୋଡ ପାଇଁ ଲିଙ୍କ ଆସିଥିଲା। ଯେଉଁଠାରେ କ୍ରୀଷ୍ଟମାସ ,ନୂଆ ବର୍ଷ ଭଳି ଅନେକ ସ୍କିମ ଦେଇଥିଲେ। ସେଠାରେ ରିଚାର୍ଜ (ନିବେଶ) କଲେ ୫୦୦ ରୁ ୧୫୦୦ ପର୍ଯନ୍ତ ପ୍ରଫିଟ ଦେବାର ଆଡ ଦେଇଥିଲେ। । ଠକେଇ ଭୟରେ ସେମାନେ ୧୦୦୦ ଓ ଦୁଇ ହଜାରର ରିଚାର୍ଜ( ନିବେଶ )କଲେ‌। ସାଇକେଲର ସେୟାର କିଣିବା ଆଳରେ ଗୋଟିଏ ରିଚାର୍ଜରେ ୨୦ ରୁ ୧୦୦ ପର୍ଯନ୍ତ ପ୍ରଫିଟ ମିଳିଲା। ଯାହାର ଲୋଭରେ ପଡି ଲକ୍ଷାଧିକ ଟଙ୍କା ଇନଭେଷ୍ଟ କରିଥିଲେ ଅନେକ। ଏଥିପାଇଁ ଏକ ହ୍ବାଟସପ ଗ୍ରୁପ ମଧ୍ୟ କରାଯାଇଥିଲା।

ହେଲେନ ନାମ ଥିବା ଏକ ଠକ ଝିଅର ଡିପି(DP) ରଖିଥିବା ନମ୍ବରରୁ ହ୍ବାଟସପ ଗ୍ରୁପରେ ନିବେଶକାରୀଙ୍କୁ ଆଡ କରୁଥିଲା। ଗ୍ରୁପ ଜରିଆରେ କେତେ ବିନିଯୋଗ କଲେ । କେତେ ମିଳିବ ତାର ସୂଚନା‌ ଦେଉଥିଲେ। ଏହିପରି ଢଙ୍ଗରେ ଏକାଧିକ ପିଲା ଟଙ୍କା ବିନିଯୋଗ ପରେ ଆଉ ଟଙ୍କା ରିଟର୍ଣ୍ଣ ଆସୁନି । ଏପରିକି ମୂଳଟଙ୍କା ପାଇବା ପାଇ ଚାହିଁଲେ ବି ଟଙ୍କା ଆଉ ରିଟର୍ଣ୍ଣ ଆସୁନି‌। ବରଂ ଆକାଉଣ୍ଟରୁ ଟଙ୍କା କଟି ଚାଲିଛି । ଏନେଇ ସମସ୍ୟାର ସମାଧାନ ପାଇଁ ଆକାଉଣ୍ଟର ଡିଟେଲ ମାଗୁଛି। ଯାହାକୁ ନେଇ ହରଡଘଣାରେ ପଡିବା ପରେ ଏବେ ଠକେଇ ହୋଇଥିବା‌ ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

ଅନଲାଇନରେ ଏପରି ଠକ ଆକ୍ଟିଭ ରହିଛନ୍ତି । ଏଭଳି ଠକ ହାବୁଡରେ ପଡିଛନ୍ତି ରାଜ୍ୟର ଅନେକ ଯୁବପିଢୀ । ଯାହାର ଖୋଳତାଡ କଲେ ୨ ହଜାର କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଅଭିଯୋଗକାରୀ କହିଛନ୍ତି । ଏବେ ନାଁ ବ୍ୟାଙ୍କକୁ ଯାଇ ପାରୁଛନ୍ତି ନା ଠକକୁ ଜାଣିପାରୁଛନ୍ତି । ପୋଲିସ ଭରସାରେ ଏବେ ଠକେଇର ଶୀକାର ହୋଇଥିବା ଲୋକ । ଏଭଳି ସ୍ଥିତିରେ ଅନଲାଇନରେ ଚାଲିଥିବା ଏହି ଠକେଇ ପାଇଁ କଣ ପଦକ୍ଷେପ ନେବ ପୋଲିସ ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.