ଭୁବନେଶ୍ବର: ତମାଣ୍ଡୋ ଥାନା ଅଞ୍ଚଳ ଘିଅ କାରଖାନାରେ ଦାଦାବଟି ପରେ ଡକାୟତି ମାମଲା । ଗିରଫ ସାମ୍ବାଦିକଙ୍କ ନାଁରେ ବଢୁଛି ଅଭିଯୋଗର ଲମ୍ବା ଲିଷ୍ଟ । ତମାଣ୍ଡୋ ଥାନାରେ ରୁଜୁ ହୋଇଛି ଆଉ ଏକ ମାମଲା । କଳିଙ୍ଗ ବିହାରରେ ଥିବା ଲକ୍ଷ୍ମୀ ଫୁଡ ପ୍ରଡକ୍ଟ କମ୍ପାନୀ ପକ୍ଷରୁ ଥାନାରେ ଦିଆଯାଇଥିବା ଅଭିଯୋଗ ଆଧାରରେ ପୁଣି ଦଫା ୩୮୫, ୩୯୨, ୩୪ରେ ମାମଲା ରୁଜୁ କରିଛି ପୋଲିସ ।
ଏଥର ସ୍କାନରରେ ଫେରାର ଥିବା ନକଲି ସାମ୍ବାଦିକ ବିକାଶ ଚନ୍ଦ୍ର ବେହେରା ରହିଛି । ଯିଏକି ଖବର ସଂଗ୍ରହ କରିବା ବାହାନାରା ବ୍ଲାକମେଲ କରି 1 ଲକ୍ଷ ଟଙ୍କା ଲୁଟି ନେଇଛି । ଟଙ୍କା ହଡପ ଘଟଣାରେ ବିକାଶ ସହ କାହ୍ନା ନାୟକ ଓ ବିନାୟକ ବେହେରା ସାମିଲ ରହିଛନ୍ତି। ପୋଲିସ ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତଙ୍କ ଆକାଉଣ୍ଟ ଟ୍ରାନଜାକ୍ସନର ନେଇ ତନାଘନା ଚଳାଇଛି ପୋଲିସ। ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ