ETV Bharat / city

ନିଯୁକ୍ତି ଖୋଜିବା ପରିବର୍ତ୍ତେ ଯୁବକମାନେ ନିଯୁକ୍ତି ଦାତା ହୁଅନ୍ତୁ: ଧର୍ମେନ୍ଦ୍ର - ଭାରତ ଚାମ୍ବର ଅଫ୍ କମର୍ସ

ଭାରତ ଚାମ୍ବର ଅଫ୍ କମର୍ସର ୧୨୧ତମ ବାର୍ଷିକ ସାଧାରଣ ସଭାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ନିଯୁକ୍ତି ଖୋଜିବା ପରିବର୍ତ୍ତେ ଯୁବକ ମାନେ ନିଯୁକ୍ତି ଦାତା ହୁଅନ୍ତୁ । ନିଜ ଉଦ୍ୟମରେ ନିଯୁକ୍ତି ଦେବା ଭଳି ଏକ ବାତାବରଣ ତିଆରି କରନ୍ତୁ । ଅଧିକ ପଢ଼ନ୍ତୁ

ଭାରତ ଚାମ୍ବର ଅଫ୍ କମର୍ସର ୧୨୧ତମ ବାର୍ଷିକ ସାଧାରଣ ସଭା

author img

By

Published : Apr 17, 2022, 10:06 PM IST

କୋଲକାତା: ଏକବିଂଶ ଶତାବ୍ଦୀରେ ସମସ୍ତଙ୍କ ଦାୟିତ୍ୱ ବଢିଥିବା ବେଳେ ଆମର ଯୁବକମାନେ ନିଯୁକ୍ତି ଖୋଜିବା ପରିବର୍ତ୍ତେ ନିଯୁକ୍ତି ଦାତା ହୁଅନ୍ତୁ । ନିଜ ଉଦ୍ୟମରେ ନିଯୁକ୍ତି ଦେବା ଭଳି ଏକ ବାତାବରଣ ତିଆରି କରନ୍ତୁ । ଏଥିପାଇଁ କେବଳ ଯୁବପିଢ଼ି ନୁହେଁ ବରଂ ସମାଜର ମଧ୍ୟ ସହଯୋଗର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଶ୍ଚିମବଙ୍ଗର କୋଲକାତା ଠାରେ ରବିବାର ଅନୁଷ୍ଠିତ ଭାରତ ଚାମ୍ବର ଅଫ୍ କମର୍ସର ୧୨୧ତମ ବାର୍ଷିକ ସାଧାରଣ ସଭାରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏଭଳି କହିଛନ୍ତି ।

ରାଷ୍ଟ୍ରୀୟ ଶିକ୍ଷା ନୀତି (NEP)ରେ ବାଲବାଟିକା ତଥା ଶିକ୍ଷାକୁ କୌଶଳ ବିକାଶ ଏବଂ ଭୋକେସନାଲ ଟ୍ରେନିଂ ସହ ଯୋଡ଼ିବାର ବ୍ୟବସ୍ଥା ରହିଛି । ସୃଜନଶୀଳ ଚିନ୍ତାଧାରା, ଯୁକ୍ତିଯୁକ୍ତ ବିଚାର ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ପାଇଁ ୩ ରୁ ୮ ବର୍ଷ ବୟସର ପିଲାମାନଙ୍କ ପାଇଁ ପ୍ରାଥମିକ ସୋପାନରେ ମାତୃଭାଷାରେ ପାଠପଢ଼ାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପ୍ରଣୟନ ହୋଇଥିବା ରାଷ୍ଟ୍ରୀୟ ଶିକ୍ଷା ନୀତି ପିଲା ମାନଙ୍କ ପାଇଁ ଷଷ୍ଠ ଶ୍ରେଣୀରୁ ପାଠ୍ୟକ୍ରମରେ ଧନ୍ଦାମୂଳକ ଶିକ୍ଷା ତଥା ଭୋକେସନାଲ ଏଜକେସନକୁ ବାଧ୍ୟତାମୂଳକ କରାଯାଇଛି । ଯୁବକଙ୍କ ରୋଜଗାର କ୍ଷମତା ବଢ଼ାଇବା ସହ ସେମାନଙ୍କୁ ଏକବିଂଶ ଶତାବ୍ଦୀରେ କୁଶଳ କରିବା ପାଇଁ ନୂଆ ଶିକ୍ଷା ନୀତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଏନଇପି ଏକାଡ଼େମିଆ, ଶିଳ୍ପ, ନୀତି ନିର୍ଦ୍ଧାରକ ଏବଂ ସମାଜକୁ ଏକତ୍ରିତ କରିବାରେ କରିବାରେ ସହାୟକ ହେବ । ଅଧିକରୁ ଅଧିକ ଫଳ ପାଇବା ପାଇଁ ଏହି ଚାରୋଟି ସ୍ତମ୍ଭକୁ ଏକ ସାଥିରେ ପ୍ରୟାସ କରାଯିବା ଦରକାର ।

ଡେମୋଗ୍ରାଫିକ୍ ଡିଭାଇଡ଼େଣ୍ଡ୍ ଏବଂ ସନ୍ତୁଳିତ ଆର୍ଥିକ ବିକାଶ ପାଇଁ ପୂର୍ବ ଭାରତର କୁଶଳ କାର୍ଯ୍ୟବଳକୁ ଏବଂ ଦେଶର ୩ରୁ ୨୩ ବର୍ଷର ପ୍ରାୟ ୫୩ କୋଟି ଜନସଂଖ୍ୟାକୁ ଚାକିରୀ ଭିତ୍ତିକ ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ସହ ଯୋଡ଼ିବା ଆମ ସମସ୍ତଙ୍କ ପ୍ରାଥମିକ ଦାୟିତ୍ୱ । ନିଜର ଆବଶ୍ୟକତାକୁ ପୂରଣ କରିବା ସହ ବିଶ୍ୱ ସମସ୍ୟାର ସମାଧାନ ପାଇଁ ବୈଶ୍ୱିକ ମାନବ ସମ୍ବଳ ପ୍ରସ୍ତୁତ କରିବା ମୋଦି ସରକାରଙ୍କ ପ୍ରାଥମିକତା । ଭାରତକୁ ଏକ ଜ୍ଞାନ ଆଧାରିତ ଅର୍ଥ ବ୍ୟବସ୍ଥା ରୂପରେ ସ୍ଥାପିତ କରିବାରେ ସରକାରଙ୍କ ସହ ଭାରତ ଚାମ୍ବର ଅଫ୍ କମର୍ସ ଭଳି ପୁରାତନ ଏବଂ ଅଗ୍ରଣୀ ବ୍ୟାବସାୟିକ ସଂଗଠନର ମଧ୍ୟ ମହତ୍ୱପୂର୍ଣ୍ଣ ଭୂମିକା ରହିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.