ETV Bharat / city

ସାଂସ୍କୃତିକ କାର୍ଯ୍ୟକ୍ରମ ପରସ୍ପର ମଧ୍ୟରେ ଟିମ୍ ମନୋଭାବ ସୃଷ୍ଟି କରିବ: ମୁଖ୍ୟ ଶାସନ ସଚିବ - ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି । ଅଧିକ ପଢ଼ନ୍ତୁ

annual function of the culture and sports parliament of public administration and public complaints
ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ
author img

By

Published : Apr 13, 2022, 9:50 AM IST

ଭୁବନେଶ୍ବର: ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି । ଭୁବନେଶ୍ବର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉଦଘାଟନ କରିଛନ୍ତି । ଏହି ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ସଞ୍ଜୀବ ଚୋପ୍ରା, ଅତିରିକ୍ତ ଶାସନ ସଚିବ ଗଣେଶ ପାତ୍ର, ମାହାଲ ନିର୍ଦ୍ଦେଶକ ସୁଶାନ୍ତ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ

ସାଂସ୍କୃତିକ ପରିଷଦର ମୁଖପତ୍ର ସତୀର୍ଥର ବାର୍ଷିକ ସଂଖ୍ୟାକୁ ମୁଖ୍ୟ ଶାସନ ସଚିବ ଏବଂ ସମ୍ମାନିତ ଅତିଥିମାନେ ଉନ୍ମୋଚିତ କରିଛନ୍ତି । ସାଂସ୍କୃତିକ ଓ କ୍ରୀଡ଼ା ପରିଷଦ ଦ୍ଵାରା ଆୟୋଜିତ ସୃଜନାତ୍ମକ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଶାସନ ସଚିବ ପୁରସ୍କାର ଓ ପ୍ରମାଣ ପତ୍ର ଦେଇ ଉତ୍ସାହିତ କରିଛନ୍ତି । ସଂସଦର କାର୍ଯ୍ୟକାରି ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ପାଦକ ଅମିୟ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଛନ୍ତି ।

ଉଦଘାଟନୀ ଅଭିଭାଷଣରେ ମୁଖ୍ୟ ଶାସନ ସଚିବ କହିଛନ୍ତି ସାଂସ୍କୃତିକ କାର୍ଯ୍ୟକ୍ରମ ପରସ୍ପର ମଧ୍ୟରେ ଟିମ ମନୋଭାବ ସୃଷ୍ଟି କରିଥାଏ । ସାଧାରଣ ପ୍ରଶାସନ ସାଂସ୍କୃତିକ ସଂସଦର ସଦସ୍ୟମାନେ ସଠିକ ଭାବେ ନିଜର ଅଫିସ କାର୍ଯ୍ୟ ସଂପାଦନ କରୁଛନ୍ତି । ଏହା ସହ ସାମାଜିକ ଓ ସାଂସ୍କୃତିକ ଦାୟିତ୍ବବୋଧକୁ ତୁଲାଇ ଥିବାରୁ ମୁଖ୍ୟ ଶାସନ ସଚିବ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି । ସାଧାରଣ ସଭା ପରେ ସଂସଦର ସଦସ୍ୟ ମାନଙ୍କ ଦ୍ଵାରା 'ଜୀବନ ଏମିତି' ଶୀର୍ଷକ ଏକ ଆକର୍ଷଣୀୟ ନାଟକ ପରିବେଷଣ କରାଯାଇଛି । ନାଟ୍ୟକାର ମଳୟ ରାଉତଙ୍କ ଦ୍ଵାରା ରଚିତ ଏହି ନାଟକରେ କୈଳାସ ମହାପାତ୍ର ଅଭିନୟ ନିର୍ଦ୍ଦେଶନା ଏବଂ ଗୀତିକାର ବିନୟ ଦାସ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ସଦସ୍ୟ ମାନଙ୍କ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.