ETV Bharat / city

ମୋଦିଙ୍କ ଘୋଷଣାର 42 ଦିନ, ରାଜ୍ୟବାସୀଙ୍କ ଆଗରେ ହିସାବ ରଖିଲା ବିଜେପି - ରାଜ୍ୟବାସୀଙ୍କ ଆଗରେ ହିସାବ ରଖିଲା ବିଜେପି

ମାର୍ଚ୍ଚ 24ରେ ଲକଡାଉନ ଘୋଷଣା ହୋଇଥିଲା। 3 ଥର ଲକଡାଉନର ସୀମା ବୃଦ୍ଧି ପରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ମେ 12ରେ ଆତ୍ମନିର୍ଭର ଭାରତ ଯୋଜନା ଘୋଷଣା କରିଥିଲେ। ତେବେ ରାଜ୍ୟ ବିଜେପି ଏହାର ବିଭିନ୍ନ ହିସାବ ରାଜ୍ୟବାସୀଙ୍କ ଆଗରେ ରଖିଛି । ଅଧିକ ପଢନ୍ତୁ...

ମୋଦିଙ୍କ ଘୋଷଣାର 42 ଦିନ, ରାଜ୍ୟବାସୀଙ୍କ ଆଗରେ ହିସାବ ରଖିଲା ବିଜେପି

author img

By

Published : Jul 9, 2020, 4:21 PM IST

Updated : Jul 9, 2020, 5:21 PM IST

ଭୁବନେଶ୍ବର: ମାର୍ଚ୍ଚ 24ରେ ଲକଡାଉନ ଘୋଷଣା ହୋଇଥିଲା। 3 ଥର ଲକଡାଉନର ସୀମା ବୃଦ୍ଧି ପରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ 12ରେ ଆତ୍ମନିର୍ଭର ଭାରତ ଯୋଜନା ଘୋଷଣା କରିଥିଲେ। ତେବେ ରାଜ୍ୟ ବିଜେପି ଏହାର ବିଭିନ୍ନ ହିସାବ ରାଜ୍ୟବାସୀଙ୍କ ଆଗରେ ରଖିଛି ।

ମୋଦିଙ୍କ ଘୋଷଣାର 42 ଦିନ, ରାଜ୍ୟବାସୀଙ୍କ ଆଗରେ ହିସାବ ରଖିଲା ବିଜେପି

କେବଳ କୋରୋନା ମୁକାବିଲା ନୁହେଁ ଭାରତବର୍ଷର ପ୍ରଗତି ପାଇଁ ଅଭିଯାନ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଇଛି। ନଭେମ୍ବର ଯାଏ 80 କୋଟି ଲୋକଙ୍କୁ 90 ହଜାର କୋଟି ଟଙ୍କାର ବ୍ୟୟ ବରାଦରେ ରାସନ ଯୋଗାଇ ଦିଆଯିବ । ଘୋଷଣା ଓ କାର୍ଯ୍ୟକାରିତା ନେଇ ଏକ ଚିଠା ପ୍ରସ୍ତୁତ କରାଯାଇଛି। ଯାହା ଦ୍ବାରା କେବଳ ଘୋଷଣା ନୁହେଁ କିପରି ଲୋକଙ୍କ ନିକଟରେ ଯୋଜନା ସମୂହ ପହଞ୍ଚିବ, ସେନେଇ ବ୍ୟାପକ ପ୍ରସ୍ତୁତ ହୋଇଛି। 20 ହଜାର ଟଙ୍କାର ଗ୍ୟାରେଣ୍ଟି ସ୍କିମରେ ଏମଏସଏମଇ ପାଇଁ ବଡ଼ ପ୍ୟାକେଜ ରହିଥିଲା। ଗରିବ କଲ୍ୟାଣ ଯୋଜନାରେ 5 ମାସରେ ପ୍ରତି ପରିବାରକୁ ଚାଉଳ, ସିଲିଣ୍ଡର, ଡାଲି ଯୋଗାଇ ଦିଆଯାଇଛି। ଏଥିରେ 11, 067 ପରିବାର ସୁବିଧା ପାଉଛନ୍ତି । ତେବେ ଘୋଷଣାରୁ କିଏ କେତେ ଉପକୃତ ହେଉଛନ୍ତି ତାର ତଥ୍ୟ ରଖିଛି ଦଳ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Jul 9, 2020, 5:21 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.