ଭୁବନେଶ୍ୱର: ଦ୍ବିତୀୟ ପର୍ଯ୍ୟାୟ ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଓଜେଇଇ ପକ୍ଷରୁ ପ୍ରକାଶ ପାଇଛି ତାଲିକା । ପ୍ରଥମ ପର୍ଯ୍ୟାୟ ଆଡମିଶନ୍ ପରେ ରାଜ୍ୟର 259 ସିଟ୍ ବଳକା ରହିଛି । ଯେଉଁଥିରେ ସର୍ବଭାରତୀୟ କୋଟାରୁ 45 ସିଟ୍, ଏମବିବିଏସରେ ସମୁଦାୟ 192ଟି , ବିଡିଏସ୍ରେ 112 ବଳକା ସିଟ ରହିଛି ।
ଏଥିପାଇଁ ଜେଇଇ ରାଙ୍କଧାରୀ କାଉନସେଲିଂରେ ଭାଗ ନେଇପାରିବେ । 8ଟି ମେଡିକାଲ୍ କଲେଜ ଓ 2ଟି ବିଡିଏସ୍ କଲେଜ ରେ ବଳକା ଥିବା ମୋଟ୍ 304 ସିଟ୍ ପାଇଁ ହେବ କାଉନସେଲିଂ । ଜୁଲାଇ 30 ରୁ 1 ଅଗଷ୍ଟ ଯାଏ ପ୍ରୋଭିଜନାଲ୍ ଆଡମିଶନ ପାଇଁ ଗଣ୍ଡମୁଣ୍ଡା ସ୍ଥିତ ଓଜେଇଇ କାର୍ଯାଳୟରେ କରିପାରିବେ ରେଜିଷ୍ଟ୍ରେସନ ।
ଏହାବାଦ ସିଟ ବଳକା ରହିଲେ ସ୍ପଟ୍ କାଉନସେଲିଂ ଅଗଷ୍ଟ ୨ ଓ 3 ରେ କରାଯିବ। ଯେଉଁଥିରେ କେବଳ ଓଜେଇଇ ରାଙ୍କଧାରୀ ଭାଗନେଇପାରିବେ ବୋଲି ଓଜେଇଇ ସେଲ୍ ପକ୍ଷରୁ ସୂଚନା ଦିଆଯାଇଛି ।
ଭୁବନେଶ୍ୱରରୁ ତାପସ ପରିଡା, ଇଟିଭି ଭାରତ