ଭୁବନେଶ୍ବର:କାରରେ ଆସୁଥିଲା ବର। କନ୍ୟା ଘରେ ପହଞ୍ଚିବା ପୂର୍ବରୁ ବାଟରେ ଖରାପ ହେଲା ଗାଡି। ବର ଗାଡିକୁ ପେଲିପେଲି ନେଲା ଡିଜେ ଭ୍ୟାନ। ଏପରି ଅପଦସ୍ତ ହେବା ପରେ ଯେତେବେଳେ ଭଡାରେ ଆଣିଥିବା ଅଡି କାର ପାଇଁ ଦେଇଥିବା ଟଙ୍କା ଫେରେଇବାକୁ କୁହାଗଲା ସେତେବେଳେ ଟୁର୍ ଆଣ୍ଡ ଟ୍ରାଭେଲସ ଲୋକ ଦେଲେ ନିର୍ଧୁମ ମାଡ, ଯାହାକୁ ନେଇ ପଟିଆର ଜଣେ ବ୍ୟକ୍ତି ଥାନାରେ ଏତଲା ଦେଇଥିଲେ । ପରେ ଏହି ମାମଲାରେ 7ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ।
ସୁଚନା ମୁତାବକ, ଅନ୍ନପୂର୍ଣ୍ଣା ଟୁର ଆଣ୍ଡ ଟ୍ରାଭେଲର ମାଲିକ ମାନସ କୁମାର କର ଗତ ୧୪ ତାରିଖରେ ପଟିଆର ବିଜୁ ନଗରର ସିଦ୍ଧାନ୍ତ ନାୟକଙ୍କୁ ବରଗାଡି ନେବା ପାଇଁ ଅଡି କାର ଭଡାରେ ଦେଇଥିଲେ । ଗାଡି ବାବଦକୁ ଆଡଭାନ୍ସ ୨୭ ହଜାର ୫୦୦ଟଙ୍କା ଦେଇଥିଲେ। ପ୍ରଥମେ ବାହାଘର ଦିନ କାର ପହଞ୍ଚିଲା ବିଳମ୍ବରେ ପରେ ଅଡିରେ ବସି ଆସିଲେ ବର ରୋଷଣି କରି ହେଲେ ବାଟରେ ଖରାପ ହେଲା ଗାଡି । ଫଳରେ ଗାଡିକୁ ପେଲି ପେଲି ନେଲା ଡିଜେ ଗାଡି ।
ଏହାକୁ ନେଇ ଟଙ୍କା ଫେରସ୍ତ ପାଇଁ ଟୁର ଆଣ୍ଡ ଟ୍ରାଭେଲସର ଅପରେଟକୁ କହିବାକୁ ଆସିଥିବା ସିଦ୍ଧାନ୍ତ ନାୟକଙ୍କୁ ମାଡ ମାରିବ ସହ ସଂଘବଦ୍ଧ ଭାବେ ଅଫିସ ଭିତରେ ଆକ୍ରମଣ କରିଥିଲେ। ଏନେଇ ପଟିଆର ସିଦ୍ଧାନ୍ତ ନାୟକ ନୟାପଲ୍ଲୀ ଥାନାରେ ଏତଲା ପରେ ପୋଲିସ ମାନସ କର ସମେତ 7 ଜଣଙ୍କୁ ଗିରଫ କରି ବିଭିନ୍ନ ଦଫାରେ କୋର୍ଟ ଚାଲାଣ କରିଛି।
ଭୁବନେଶ୍ବରୁ ତାପସ ପରିଡା, ଇଟିଭି ଭାରତ