ଭୁବନେଶ୍ବର: ନିଯୁକ୍ତି ଦାବି ନେଇ ରାଜଧାନୀ ରାଜରାସ୍ତାରେ ଏଏନଏମ ସ୍ବାସ୍ଥ୍ୟକର୍ମୀଙ୍କ ବିକ୍ଷୋଭ । ଦାବି ପୂରଣ ନେଇ ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ଶିଶୁଭବନ ଛକରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା । ଏଥିସହିତ ପୋଲିସ ସହ ସ୍ବାସ୍ଥ୍ୟକର୍ମୀ ଧସ୍ତାଧସ୍ତି ହୋଇଥିଲେ । ଏଥିରେ ଶତାଧିକ ସ୍ବାସ୍ଥ୍ୟ କର୍ମୀ ଗିରଫ ହୋଇଛନ୍ତି ।
ଆଗାମୀ ଦିନରେ ଦାବି ପୂରଣ ନହେଲେ ସ୍ବାସ୍ଥ୍ୟକର୍ମୀ ପୁଣି ଆନ୍ଦୋଳନକୁ ଓହ୍ଲାଇ ନବୀନ ନିବାସ ଘେରାଉ କରିବା ନେଇ ଧମକ ଦେଇଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ