ETV Bharat / city

ଆମକୁ ଚାକିରୀ ଦିଅ, ନହେଲେ ଫାଶୀ ଦିଅ:ଏଏନଏମ କର୍ମୀ

author img

By

Published : Jan 12, 2021, 4:05 PM IST

ସ୍ଥାୟୀ ନିଯୁକ୍ତି ଦାବିରେ ଦୀର୍ଘ 48 ଦିନ ଧରି ବିକ୍ଷୋଭ କରୁଛନ୍ତି ଏଏନଏମ କର୍ମୀ । ଦାବି ପୂରଣ ନହେଲେ ଧାରଣାସ୍ଥଳରେ ଆତ୍ମହତ୍ୟା ପାଇଁ ଆନ୍ଦୋଳନକାରୀଙ୍କ ଧମକ । ଅଧିକ ପଢନ୍ତୁ...

ANM health workers protest in bhubaneswar
ଆମକୁ ଚାକିରୀ ଦିଅ, ନହେଲେ ଫାଶୀ ଦିଅ :ଏଏନଏମ

ଭୁବନେଶ୍ବର: ଦୀର୍ଘ 48 ଦିନ ଧରି ରାଜଧାନୀରେ ଗଳା ଫଟାଇ ଚିତ୍କାର କରୁଛନ୍ତି ଏଏନଏମ କର୍ମୀ । ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ କରୁଛନ୍ତି । ହେଲେ ଶୁଣୁ ନାହାନ୍ତି ସରକାର । ଶୀତ କାକରରେ ପଡିରହି ଆନ୍ଦୋଳନରତ ଏହି ସ୍ବାସ୍ଥ୍ୟକର୍ମୀମାନେ ଶେଷରେ ଆଜି(ମଙ୍ଗଳବାର) ନିଜର ଚରମବାଣୀ ଶୁଣାଇଛନ୍ତି । ସରକାର ଆମକୁ ଚାକିରୀ ଦିଅନ୍ତୁ ନଚେତ ଆମକୁ ଫାଶୀ ଦିଅନ୍ତୁ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ଆମକୁ ଚାକିରୀ ଦିଅ, ନହେଲେ ଫାଶୀ ଦିଅ :ଏଏନଏମ

ଭୁବନେଶ୍ବର ପିଏମଜିରେ ଆନ୍ଦୋଳନ ଚଳାଇଥିବା ଏହି ସ୍ବାସ୍ଥ୍ୟକର୍ମୀମାନେ ଆଜି ଅଭିନବ ଭାବେ ବିକ୍ଷୋଭ କରିଛନ୍ତି । ସେମାନେ ମୁହଁରେ କଳା ପତାକା ଢାଙ୍କି ବେକରେ ପ୍ରତୀକାତ୍ମକ ଭାବେ ରଶି ଲଗାଇଛନ୍ତି ଏବଂ ଆମକୁ ନିଯୁକ୍ତି ନଦେଲେ ଫାଶୀ ଦିଅନ୍ତୁ ବୋଲି ଚିତ୍କାର କରିଛନ୍ତି । ଅନ୍ୟପଟେ ସ୍ବାସ୍ଥ୍ୟମନ୍ତ୍ରୀ ନିଯୁକ୍ତି ବାହାରି ଥିବା ନେଇ ଦେଇଥିବା ସୂଚନାକୁ ଗ୍ରହଣ କରି ନାହାନ୍ତି ଆନ୍ଦୋଳନକାରୀ । ସରକାର ବାହାର କରିଥିବା ନିଯୁକ୍ତି ସେମାନଙ୍କ ପାଇଁ ହୋଇନଥିବା ଅଭିଯୋଗ ହୋଇଛି । ଏଣୁ ସ୍ଥାୟୀ ଚାକିରୀ ନ ମିଳିଲେ ଆମେ ଧାରଣାସ୍ଥଳରେ ହିଁ ଆତ୍ମହତ୍ୟା କରିବୁ ବୋଲି ଧମକ ଦେଇଛନ୍ତି ଏଏନଏମ କର୍ମୀ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.