ETV Bharat / city

ଅଁଳା ନବମୀ: ସାକ୍ଷୀଗୋପାଳ ମନ୍ଦିରରେ 144 ଧାରା, ରାଧାପାଦ ଦର୍ଶନରୁ ବଞ୍ଚିତ ଭକ୍ତ - ସାକ୍ଷୀଗୋପାଳ ମନ୍ଦିର

ଆଜି ପବିତ୍ର ଅଁଳା ନବମୀ । ବର୍ଷକୁ ଥରେ ଅଁଳା ନବମୀରେ ଓଡ଼ିଆଣୀ ବେଶରେ ଦର୍ଶନ ଦେଇଥାଆନ୍ତି ରାଧାରାଣୀ । କୋରୋନା କଟକଣା ଯୋଗୁ ଚଳିତ ବର୍ଷ ମଧ୍ୟ ପ୍ରଶାସନ ପକ୍ଷରୁ ମନ୍ଦିର ଚାରିପାଖରେ ୧୪୪ ଧାରା ଲାଗୁ କରାଯାଇଛି । ଅଧିକ ପଢନ୍ତୁ...

ଆଜି ପବିତ୍ର ଅଁଳା ନବମୀ
author img

By

Published : Nov 12, 2021, 8:08 AM IST

Updated : Nov 12, 2021, 10:23 AM IST

ପୁରୀ: ଆଜି ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳନ କରାଯାଏ । ଏହାକୁ ଅକ୍ଷୟ ନବମୀ ମଧ୍ୟ କୁହାଯାଏ। ହିନ୍ଦୁ ଧର୍ମରେ ଅଁଳା ନବମୀର ବିଶେଷ ମହତ୍ତ୍ବ ରହିଛି । ଏହି ଦିନ ଅଁଳା ଗଛକୁ ପୂଜା କରାଯାଏ । ଏହା ଦ୍ବାରା ଅଖଣ୍ଡ ସୌଭାଗ୍ୟ ଆରୋଗ୍ୟ ଓ ସୁଖ ପ୍ରାପ୍ତି ହୁଏ ବୋଲି ପ୍ରତିଟି ଓଡିଆଙ୍କ ମନରେ ବିଶ୍ବାସ ରହିଛି । ଏହି ଦିନ ଦାନ ପୂଣ୍ୟ କଲେ ଏହି ଜନ୍ମ ସହ ଆସନ୍ତା ଜନ୍ମରେ ମଧ୍ୟ ଫଳ ମିଳିଥାଏ ।

ଏହି ଦିନ ଦ୍ବାପର ଯୁଗ ଆରମ୍ଭ ହୋଇଥିବା ବିଶ୍ବାସ ରହିଛି । ଆଜିର ଦିନରେ ଭଗବାନ ବିଷ୍ଣୁ କୁଷ୍ମାଣ୍ଡକକୁ ବଦ୍ଧ କରିଥିଲେ । ଅଁଳା ବିଷ୍ଣୁଙ୍କ ପ୍ରିୟ ଫଳ । ଏହି ବୃକ୍ଷରେ ସମସ୍ତେ ଦେବାଦେବୀ ବାସ କରନ୍ତି । ଅଁଳା ନବମୀ ଦିନ ଅଁଳା ଗଛକୁ ପୂଜା କଲାବେଳେ ପରିବାରର ସୁଖ ସମୃଦ୍ଧି କାମନା କରାଯାଏ । ଏହାସହ ଏହି ପବିତ୍ର ଦିନରେ ଅଁଳା ଗଛ ତଳେ ବସି ଭୋଜନ ମଧ୍ୟ କରାଯାଏ । ପ୍ରସାଦ ଭାବେ ଅଁଳା ମଧ୍ୟ ସେବନ କରାଯାଏ ।

ସାକ୍ଷୀଗୋପାଳ ଶ୍ରୀ ଶ୍ରୀ ଗୋପିନାଥ ଦେବ ମନ୍ଦିରରେ ପବିତ୍ର ରାଧାପାଦ ଦର୍ଶନ ମିଳିଥାଏ । ଦେଖିବାକୁ ମିଳିଥାଏ ମା'ଙ୍କ ଓଡିଆଣି ବେଶ । ସମ୍ବଲପୁରୀ ଶାଢୀ ପରିଧାନ କରି ଖାଣ୍ଟି ଓଡିଆଣି ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀରାଧା । ଏହି ପବିତ୍ର ତିଥିରେ ସାକ୍ଷୀଗୋପାଳ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ହେଲେ ଆଜି ମନ୍ଦିର ସମ୍ପୂର୍ଣ୍ଣ ଖାଁଖାଁ । ଭକ୍ତଶୂନ୍ଯ ମନ୍ଦିର ପରିସର । ସବୁଠି ପହରା ଦେଉଛନ୍ତି ପୋଲିସ । କୋରୋନା ମହାମାରୀ ଯୋଗୁଁ ରାଧାପାଦ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଭକ୍ତ । କୋଭିଡ୍ ଗାଇଡଲାଇନ୍ ଆଧାରରେ ଆଜି ଅଁଳା ନବମୀ ଅବସରରେ ଗୋପିନାଥ ଦେବ ମନ୍ଦିର ପରିସରରେ ଜାରି ହୋଇଛି ୧୪୪ ଧାରା ।

ଭୋର ୪ଟାରୁ ୧୪୪ ଧାରା ମଧ୍ୟରେ ଚାଲିଛି ଶୃଙ୍ଖଳିତ ନୀତିକାନ୍ତି । ମନ୍ଦିରର ଦୁଇଶହ ମିଟର ପରିଧି ମଧ୍ଯକୁ ଭକ୍ତଙ୍କ ପ୍ରବେଶ ମନା । କେବଳ ସେବାୟତଙ୍କ ପାଇଁ ରହିଛି ପ୍ରବେଶ ଅନୁମତି । ଏକ ପ୍ଲାଟୁନ ଫୋର୍ସ ମନ୍ଦିରକୁ ଘେରି ରହିଛନ୍ତି । ସକାଳୁ ମଙ୍ଗଳ ଆଳତୀ, ମଇଲମ, ଅବକାଶ ନୀତି ପରେ ପ୍ରଭୁଙ୍କର ବେଶ ନୀତି ସମ୍ପୂର୍ଣ୍ଣ ହେବା ପରେ ମାଆ ଓଡିଆଣି ବେଶରେ ଦର୍ଶନ ଦେଇଛନ୍ତି । ତେବେ ଅଁଳା ନବମୀରେ ରାଧାପାଦ ଦର୍ଶନ ଓ ୧୫ ତାରିଖରେ ବଡ ଏକାଦଶୀ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଆଶଙ୍କା କରି ପ୍ରଶାସନ ପକ୍ଷରୁ ଏହି ଦୁଇ ଦିନ ୧୪୪ ଧାରା ଜାରା କରାଯାଇଛି । ଉକ୍ତ ଦିନ ଗୁଡିକରେ ଭୋର ୪ ଘଟିକା ଠାରୁ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।

ଆଜି ଭଳି ପବିତ୍ର ଦିନରେ ପ୍ରାତଃରୁ ମହିଳାମାନେ ସ୍ନାନ କରି ଅଁଳା ବୃକ୍ଷକୁ ପୂଜା କରନ୍ତି । ପୂଜା ପରେ ବୃକ୍ଷ ମୂଳେ କ୍ଷୀର ଢାଳି ପିତୃପୁରୁଷଙ୍କ ଅର୍ପଣ କରାଯାଏ । ଏହାପରେ ବୃକ୍ଷ ଶାଖାରେ ସୂତା ବାନ୍ଧନ୍ତି । ଗଛ ଚାରିପାଖ ପରିକ୍ରମା କରନ୍ତି । ଶେଷରେ କର୍ପୂର, ଘିଅ ଦୀପରେ ଆଳତୀ କରନ୍ତି । ଅଁଳା ନବମୀ ପରଦିନ ଦଶମୀ ବା ପଞ୍ଚୁକ ପ୍ରଥମ ଦିନ ପଡେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Nov 12, 2021, 10:23 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.