ETV Bharat / city

ଆନ୍ଧ୍ର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା

ଆନ୍ଧ୍ର କଲଚରାଲ ଆସୋସିଏସନ ପକ୍ଷରୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

author img

By

Published : Nov 21, 2019, 4:11 AM IST

ଆନ୍ଧ୍ର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର: ରାଜଧାନୀରେ ଥିବା ଆନ୍ଧ୍ର କଲଚରାଲ ଆସୋସିଏସନ ନିଜକ 63 ତମ ବାର୍ଷିକ ଉତ୍ସବ ପାଳନ କରିଛି । ଏହି ଅବସରରେ ଅନୁଷ୍ଠାନପକ୍ଷରୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ସ୍ଥାନୀୟ ଇଡିକଲ ଭବନଠାରେ ଆୟୋଜିତ ଉତ୍ସବରେ ଆନ୍ଧ୍ର ସାଂସ୍କୃତିକ ସଂଗଠନ ବ୍ୟତୀତ ଅନ୍ୟାନ୍ୟ ଭାଷାଭାଷୀ ଯଥା ତେଲୁଗୁ, କେରଳୀ, ପଞ୍ଜାବୀ, ମାଲୟଲୀ ଆଦି ସଙ୍ଗଠନପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ରାଜ୍ୟପାଳ ହରିଚନ୍ଦନ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ କେ ଭାସ୍କର ରାଓ, କ୍ରୀଡ଼ାବିତ ଦୂତିଚାନ୍ଦଙ୍କୁ ସମ୍ମାନିତ କରିଥିଲେ। ହରିଚନ୍ଦନ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବା ସହିତ ବର୍ତ୍ତମାନ ପରିସ୍ଥିତିରେ ପରିବେଶ ପ୍ରଦୂଷଣ ଉପରେ ଧ୍ୟାନ ଦେବା ସହିତ ଅର୍ଗାନିକ ଚାଷ ବିଷୟରେ ମତ ରଖିଥିଲେ। ଏଦିଗରେ ଆନ୍ଧ୍ର ପ୍ରଦେଶରେ କିଛିଟା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବାବେଳେ ସମଗ୍ର ବିଶ୍ବ ଏନେଇ ଭାବିବା ଉପରେ ସମୟ ଆସିଥିବା ସେ କହିଛନ୍ତି। ସେହିପରି ଆନ୍ଧ୍ର ଓ ଓଡିଶା ଦୁଇ ପଡୋଶୀ ଅଟନ୍ତି । ସେ ସେଠାକାର ରାଜ୍ୟପାଳ ହୋଇଥିବାରୁ ବହୁତ ଖୁସି ଅଟନ୍ତି। ଉଭୟ ଭାରତ ମାତାର ସନ୍ତାନ ହୋଇଥିବାବେଳେ ଆନ୍ଧ୍ର ଓଡିଶା ମଧ୍ୟରେ ସାହିତ୍ୟିକ, ସାଂସ୍କୃତିକ ସମ୍ପର୍କର ପ୍ରତିବଦଳ ଦିଗରେ ସେ କାର୍ଯ୍ୟକରୁଛି । ଯାହାଦ୍ବାରା ସମ୍ପର୍କ ଆହୁରି ନିବିଡ଼ ହୋଇ ପାରିବ ବୋଲି ସେ କହିଛନ୍ତି।

ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପୂର୍ବତନ ପ୍ରଶାସକ ତଥା ଆୟୋଜକ କମିଟିର ଅଧ୍ୟକ୍ଷ ଟି ରାମଚଣ୍ଡରୁ ଓ ଅନ୍ୟମାନେ ଯୋଗଦେଇ ଆନ୍ଧ୍ର ଓ ଓଡ଼ିଶାର ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଭୁବନେଶ୍ୱର ଠାରେ ଥିବା ଆନ୍ଧ୍ର କଲଚରାଲ ଆସୋସିଏସନ ତାର 63 ତମ ବାର୍ଷିକ ଉତ୍ସବ ପାଳନ କରିଛି।ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଆନ୍ଧ୍ରପ୍ରଦେଶ ର ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନାଗରିକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

Body:ସ୍ଥାନୀୟ ଇଡିକଲ ଭବନ ଠାରେ ଆୟୋଜିତ ଉତ୍ସବରେ ଆନ୍ଧ୍ର ସାଂସ୍କୃତିକ ସଂଗଠନ ବ୍ୟତୀତ ଅନ୍ୟାନ୍ୟ ଭାଷାଭାଷୀ ଯଥା ତେଲୁଗୁ,କେରଲୀ,ପଞ୍ଜାବୀ ,ମାଲୟଲୀ ଆଦି ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।ଏହି ଅବସରରେ ରାଜ୍ୟପାଳ ଶ୍ରୀଯୁକ୍ତ ହରିଚନ୍ଦନ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ କେ ଭାସ୍କର ରାଓ,କ୍ରୀଡ଼ାବିତ ଦୂତିଚାନ୍ଦ ଙ୍କୁ ସମ୍ମାନିତ କରିଥିଲେ।
ଶ୍ରୀଯୁକ୍ତ ହରିଚନ୍ଦନ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବା ସହିତ ବର୍ତ୍ତମାନ ପରିସ୍ଥିତିରେ ପରିବେଶ ପ୍ରଦୂଷଣ ଉପରେ ଗୁରୁତ୍ୱାରୋପ କରିବା ସହିତ ଅର୍ଗାନିକ ଚାଷ ବିଷୟରେ ମତ ରଖିଥିଲେ।ଏ ଦିଗରେ ଆନ୍ଧ୍ର ପ୍ରଦେଶ ରେ କିଛିଟା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ସମଗ୍ର ବିଶ୍ୱରେ ଏହା ଉପରେ ସମୟ ଆସିଥିବା ସେ କହିଛନ୍ତି।ସେହିପରି ଆନ୍ଧ୍ର ଓ ଓଡିଶା ଦୁଇ ପଡୋଶୀଅଟନ୍ତି।ସେ ସେଠାକାର ରାଜ୍ୟପାଳ ହୋଇ ଥିବାରୁ ବହୁତ ଖୁସି ଅଟନ୍ତି।ଉଭୟ ଭାରତ ମାତାର ସନ୍ତାନ ହୋଇଥିବା ବେଳେ ଆନ୍ଧ୍ର ଓଡିଶା ମଧ୍ୟରେ ସାହିତ୍ୟିକ,ସାଂସ୍କୃତିକ ସମ୍ପର୍କର ପ୍ରତିବଦଳ ଦିଗରେ ସେ କାର୍ଯ୍ୟକରୁଥିବା କହିଛନ୍ତି।ଯାହା ଦ୍ୱାରା ସମ୍ପର୍କ ଆହୁରି ନିବିଡ଼ ହୋଇ ପାରିବ ବୋଲି ସେ କହିଛନ୍ତି।
ଆଜିର ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ର,ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା ପୂର୍ବତନ ପ୍ରଶାସକ ତଥା ଆୟୋଜକ କମିଟିର ଅଧ୍ୟକ୍ଷ ଟି ରାମଚଂଡରୁ ଓ ଅନ୍ୟମାନେ ଯୋଗଦେଇ ଆନ୍ଧ୍ର ଓ ଓଡ଼ିଶାର ସମ୍ପର୍କ ଉପରେ ଆଲୋକପାତ କରିଥିଲେ।ପରେ ପରେ ସାଂସ୍କୃତିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
ବାଇଟ-1-ଏସ ଏନ ଶ୍ରୀନିଭାସ,ସମ୍ପାଦକ

ବାଇଟ-2-ଭେଙ୍କେଟେସ୍ୱର ରାଓ,ସଭାପତି
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.