ETV Bharat / city

ଆଜବେଷ୍ଟସ୍ ଫଟାଇ ଲୁଚେଇ ନେଇଥିଲେ ମୃତଦେହ, ରିମାଣ୍ଡ ବେଳେ ସତ ଓଗାଳିଲା କଟାମୁଣ୍ଡ ଅଭିଯୁକ୍ତ - ଅନ୍ଧାରୁଆ ମୁଣ୍ଡବିହୀନ ହତ୍ୟାକାଣ୍ଡ

ହତ୍ୟା ସ୍ଥଳରେ ବହୁ ଚର୍ଚ୍ଚିତ କଟାମୁଣ୍ଡ ଘଟଣାର ଦୁଇ ଅଭିଯୁକ୍ତ । ରିମାଣ୍ଡରେ ନେଇ ପୋଲିସ କଲା ସିନ ରିକ୍ରେଏସନ। କେମିତି କରିଥିଲେ ହତ୍ୟା ଆଉ କେମିତି ଲୁଚାଇ ନେଇଥିଲେ ମୃତଦେହ। ସେସବୁର ସତ ଓଗାଳିଛନ୍ତି ଦୁଇ ଅଭିଯୁକ୍ତ ସଞ୍ଜୟ ଓ ଶ୍ରୀକାନ୍ତ। ଅଧିକ ପଢନ୍ତୁ...

ମିଳିଲା ଓଢଣି
ମିଳିଲା ଓଢଣି
author img

By

Published : Feb 13, 2021, 10:16 PM IST

ଭୁବନେଶ୍ବର: ହତ୍ୟା ସ୍ଥଳରେ ବହୁ ଚର୍ଚ୍ଚିତ କଟାମୁଣ୍ଡ ଘଟଣାର ଦୁଇ ଅଭିଯୁକ୍ତ । ରିମାଣ୍ଡରେ ନେଇ ପୋଲିସ କଲା ସିନ ରିକ୍ରେଏସନ । କେମିତି କରିଥିଲେ ହତ୍ୟା ଆଉ କେମିତି ଲୁଚାଇ ନେଇଥିଲେ ମୃତଦେହ। ସେସବୁର ସତ ଓଗାଳିଛନ୍ତି ଦୁଇ ଅଭିଯୁକ୍ତ ସଞ୍ଜୟ ଓ ଶ୍ରୀକାନ୍ତ ।

ମିଳିଲା ଓଢଣି

ଏବେ ଦୁଇ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ତମାଣ୍ଡୋ ଫୁଲେଶ୍ବରେ ବସ୍ତି ନେଇ ସିନ ରିକ୍ରିଏସନ ବା ଟିଆଇ ପରେଡ କରିଛି । ତେବେ ସ୍ପଟରେ ଅଭିଯୁକ୍ତ ସଞ୍ଜୟ କିପରି ଓ ଯେଉଁ ଓଢଣିରେ ତଣ୍ଟି ଚିପିଥିଲେ ତାକୁ ଦେଖାଇଛି । ଏପରିକି ସେହି ଓଢଣିକୁ କିପରି ଲୁଚାଇ ରଖିଥିଲେ ତାକୁ ମଧ୍ୟ ଦେଖାଇଛନ୍ତି ଅଭିଯୁକ୍ତ।

ଏଥିସହ ସଂନ୍ଧ୍ୟା ସମୟରେ ହତ୍ୟା ପରେ କିପରି ମୃତଦେହକୁ ଫୁଲେଶ୍ବରି ବସ୍ତିରେ ଲୁଚାଇ ଲୁଚାଇ ନେବେ ସେନେଇ ଘରର କବାଟ ନଖୋଲି ଭିତର ପଟୁ ଥାଇ ଘରର ଆଜବେଷ୍ଟ ଫଟାଇଥିଲେ ଅଭିଯୁକ୍ତ । ଏହାସହ ମୃତଦେହକୁ ରାତିରେ ଆଣି ବାହାରକୁ ଆସିଥିଲେ ଅଭିଯୁକ୍ତ । ପରେ ମୃତଦେହକୁ ଆଣି ଗାଡି ଯୋଗେ ଅନ୍ଧାରୁଆ ଦାସପୁରରେ ମୁଣ୍ଡ ଓ ଗଣ୍ଡିକୁ କାଟି ଅଲଗା କରିଥିଲେ । ସେନେଇ ପୋଲିସକୁ ରିମାଣ୍ଡ ବେଳେ ସମସ୍ତ ସତ ଓଗାଳିଛନ୍ତି ଦୁଇ ଅଭିଯୁକ୍ତ।

ଏନଇ କମିଶନରେଟ ପୋଲିସ ଫରେନସିକ ଟିମ ସହ ସବୁ ପ୍ରମାଣକୁ ଯୋଗାଡ କରିଛନ୍ତି। ଯାହାକୁ କୋର୍ଟରେ ଦାଖଲ ପରେ ଅଭିଯୁକ୍ତଙ୍କ ବିରୋଧରେ କଡା ପ୍ରମାଣ ଆଧାରରେ ଶକ୍ତ ଦଣ୍ଡ ବିଧାନ ହୋଇପାରିବ ବୋଲି ଏସପି ପ୍ରକାଶ ପାଲ କହିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.