ETV Bharat / city

ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ବିକ୍ଷୋଭ

author img

By

Published : Sep 24, 2022, 11:34 AM IST

ଲୋୟର ପିଏମଜି ଧାରଣାରେ ବସିଲେ ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘ । ମୃତ କର୍ମଚାରୀଙ୍କ ପରିବାରକୁ ନିଯୁକ୍ତି ଦେବା ବା ଥଇଥାନ ଦାବି କରି ଶହ ଶହ ସଂଖ୍ୟର କର୍ମଚାରୀ ମାଷ୍ଟର କ୍ୟାଣ୍ଟିନ ଠାରୁ ବିଶାଳ ଶୋଭାଯାତ୍ରରେ ଆସି ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ବିକ୍ଷୋଭ
ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ବିକ୍ଷୋଭ

ଭୁବନେଶ୍ବର: ଧାରଣାରେ ବସିଲେ ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘ । ମୃତ କର୍ମଚାରୀଙ୍କ ପରିବାରକୁ ନିଯୁକ୍ତି ଓ ଥଇଥାନ ଦାବିରେ ବିକ୍ଷୋଭ ପ୍ରଦର୍ଶନ । ମୃତ ସରକାରୀ କର୍ମଚାରୀଙ୍କ ପରିବାର ଓ ପୁଅ ଝିଅ ମାନେ ଏହି ସଂଘରେ ରହିଥିବା ବେଳେ ସେମାନଙ୍କୁ ସରକାର ଥଇଥାନ ବା ନିଯୁକ୍ତି ଦେଉନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଆଶାୟୀ ।

ସୂଚନା ଅନୁଯାୟୀ, ମୃତ କର୍ମଚାରୀଙ୍କ ପରିବାରକୁ ନିଯୁକ୍ତି ଦେବା ବା ଥଇଥାନ ଦାବି କରି ଶହ ଶହ ସଂଖ୍ୟର କର୍ମଚାରୀ ମାଷ୍ଟର କ୍ୟାଣ୍ଟିନ ଠାରୁ ବିଶାଳ ଶୋଭାଯାତ୍ରରେ ଆସି ଗାନ୍ଧୀମାର୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମୃତ ସରକାରୀ କର୍ମଚାରୀଙ୍କ ପରିବାର ଓ ପୁଅ ଝିଅ ମାନେ ଏହି ସଂଘରେ ରହିଥିବା ବେଳେ ସେମାନଙ୍କୁ ସରକାର ଥଇଥାନ ବା ନିଯୁକ୍ତି କାହିଁକି ମିଳିପାରିନାହିଁ । ତେବେ ବାରମ୍ବାର ପ୍ରତିଶୃତି ପରେ ମଧ୍ୟ ମିଳିପାରିନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଆଶାୟୀ । କାରଣ ପରିବାରର ମୁରବୀଙ୍କ ମୃତ୍ୟୁ ପରେ ଘର ଚଳାଇବା ସେମାନଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡିଛି ।

ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର ବିକ୍ଷୋଭ

ତେଣୁ ଯୋଗ୍ୟତା ଅନୁଯାୟୀ ସେମାନଙ୍କୁ ପରିବାର ଲୋକଙ୍କ ଚାକିରି ଦିଆଯାଉ ବୋଲି ଦାବି କରିଛନ୍ତି । ତେବେ ସରକାର ବାରମ୍ବାର ନିୟମ ବଦଳାଇ ସେମାନଙ୍କୁ ଯେଉଁ ଭୂଆଁ ବୁଲାଉଛନ୍ତି ତାହା ନ କରି ୧୦୯୦ ମସିହାରେ ହୋଇଥିବା ନିୟମଙ୍କୁ ଲାଗୁ କରି ଥଇଥାନ ଦିଅନ୍ତୁ ବୋଲି ଦାବି କରିଛି ସଂଘ । କାରଣ ୨୦୨୦ରେ ଯେଉଁ ନିୟମ ଆସିଛି ଏହା କୌଣସି ବି ପରିବାରକୁ ଥଇଥାନ କରିନାହିଁ । ତେଣୁ 2020 ନିୟମ ପରିବର୍ତ୍ତେ 1090 ନିୟମ ଲାଗୁ କରାଯାଉ ବୋଲି ସେମାନେ ଦାବି କରିଛନ୍ତି ।

‘‘କାରଣ ୨୦୨୦ ରେ ଯେଉଁ ନିୟମ ଆସିଛି ଏହା କୌଣସି ବି ପରିବାରକୁ ଥଇଥାନ କରିନାହିଁ ତେଣୁ ୨୦୨୦ ନିୟମ ପରିବର୍ତ୍ତେ 1090 ନିୟମ ଲାଗୁ କରାଯାଉ । କାରଣ ଦିନ ଯେତିକି ଗଡୁଛି ଚାକିରି ପାଇବାରେ ବିଳମ୍ବ ହେବା ଶହ ସେମାଙ୍କର ଚାକିରି ସମୟ ପଳାଉଛି ।’’ ଏନେଇ ସେମାନଙ୍କ ପରିବାର କେମିତି ଚାଲିବ ବୋଲି ପ୍ରଶ୍ନ କରିଛି ସଂଘ । ଆଉ ଏଥିପାଇଁ ସବୁ ପରିବାରର ଦୁଃଖକୁ ବୁଝି ସରକାର ସେମାନଙ୍କୁ ଥଇଥାନ କରନ୍ତୁ ବୋଲି କହିଛନ୍ତି ଆଶାୟୀ କର୍ମଚାରୀ । ‘‘କାରଣ ସବୁ କ୍ଷେତ୍ରରେ ପରିପକ୍ଵ କହୁଥିବା ମୁଖ୍ୟମନ୍ତ୍ରୀ ନମ୍ବର ୱାନ ପୁରସ୍କାର ତ ପାଇ ଯାଉଛନ୍ତି । ହେଲେ ଏଠି ସବୁ କିନ୍ତୁ ଓଲଟା । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଲାଜ ଲାଗିବ କଥା ବୋଲି କହିଛି ସଂଘ । ଯଦି ଆଗକୁ ତାଙ୍କ ବିଷୟରେ ସରକାର ନିଷ୍ପତ୍ତି ନ ନିଅନ୍ତି’’ ତେବେ ସେମାନଙ୍କ ଆନ୍ଦୋଳନ ତୀବ୍ର କରିବେ ଵୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.