ETV Bharat / city

ସ୍ବଚ୍ଛତା ରେସରେ ପୌରାଞ୍ଚଳ, 5 ଜିଲ୍ଲାର ସମୀକ୍ଷା କଲେ ସଚିବ

ଲୋକସେବା ଭବନର ନୂତନ ସମ୍ମିଳନୀ କକ୍ଷରେ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକରେ ୫ଟି ଜିଲ୍ଲାର ପୌର ସଂସ୍ଥାର କାର୍ଯ୍ୟ ସମୀକ୍ଷା କରାଯାଇଛି ।

author img

By

Published : Feb 12, 2021, 5:03 PM IST

ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ପୌରାଞ୍ଚଳ ଗୁଡିକରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ଲାଗି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଲୋକସେବା ଭବନର ନୂତନ ସମ୍ମିଳନୀ କକ୍ଷରେ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥନନ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକରେ ୫ ଟି ଜିଲ୍ଲାର ପୌର ସଂସ୍ଥାର କାର୍ଯ୍ୟ ସମୀକ୍ଷା କରାଯାଇଛି ।

ଜି .ମାଥିଭାଥନନ ଅଧ୍ୟକ୍ଷତାରେ ବୈଠକ

ପୁରୀ, ଖୋର୍ଦ୍ଧା, ନୟାଗଡ, ସୋନପୁର ଓ ବୌଦ୍ଧ ଜିଲ୍ଲାର ସମସ୍ତ ପୌରସଂସ୍ଥାର ଅଧିକାରୀ ମାନେ ବୈଠକରେ ଉପସ୍ଥିତ ଥିଲେ । ୫ -ଟି ଆଧାରରେ କାର୍ଯ୍ୟ ସମ୍ପାଦନ ଲାଗି ଅଧିକାରୀମାନଙ୍କୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସ୍ବଚ୍ଛ ସହର ପୁରସ୍କାର ଯୋଜନା ସମ୍ପର୍କରେ ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି ।

ରାଜ୍ୟର ସମସ୍ତ ପୌରପାଳ ଯେଭଳି ଏହି ସମ୍ମାନଜନକ ପୁରସ୍କାର ପ୍ରତିଯୋଗିତାରେ ଅଂଶଗ୍ରହଣ ଲାଗି ଯୋଗ୍ୟ ବିବେଚିତ ହୋଇପାରିବେ, ସେହି ଅନୁଯାୟୀ କାର୍ଯ୍ୟକରିବାକୁ ସଚିବ ପରାମର୍ଶ ଦେଇଛନ୍ତି । ସ୍ବଚ୍ଛ ଓଡିଶା ସୁସ୍ଥ ଓଡ଼ିଶା ଗଠନ ଲାଗି ମିଶନ ମୋଡ୍‌ରେ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ସହରାଞ୍ଚଳରେ ସ୍ଵଚ୍ଛତା ଲାଗି ଚଳିତବର୍ଷରୁ ମୁଖ୍ୟମନ୍ତ୍ରୀ ସ୍ବଚ୍ଛ ସହର ପୁରସ୍କାର ଯୋଜନା କାର୍ଯ୍ୟକାରୀ ହେଉଛି ।

ଏତଦ୍‌ବ୍ୟତିତ ନିର୍ମାଣ ବର୍ଜ୍ୟ ପରିଚାଳନା, ମାଇକ୍ରୋ କମ୍ପାଷ୍ଟିଙ୍ଗ କ୍ଷେତ୍ରକୁ କାର୍ଯ୍ୟକାରୀ, ପାନୀୟ ଜଳ ଯୋଗାଣ, ସ୍ମାଟ ଷ୍ଟ୍ରିଟ୍ ଲାଇଟ ଏବଂ ଜୀବିକା ମିଶନ କାର୍ଯ୍ୟର ମଧ୍ୟ ସମୀକ୍ଷା କରାଯାଇଛି । କାର୍ଯ୍ୟକାରୀ କରାଯାଉଥିବା ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ, ସୁପରିଚାଳନା ଓ ଧାର୍ଯ୍ୟ ଲକ୍ଷ ହାସଲ କରିବା ଦିଗରେ ବିହିତ ପ୍ରଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।

ପୌରପରିଷଦ ଗୁଡ଼ିକ ନିଜର ରାଜସ୍ବ ବୃଦ୍ଧି ପାଇଁ ଉଦ୍ୟମ କରିବା ସାଙ୍ଗକୁ ପ୍ରଦତ ଅର୍ଥର ବିନିଯୋଗ ଓ ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ବୈଠକରେ ସଂପୃକ୍ତ ୫ ଟି ଜିଲ୍ଲାର ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ବିଏମସି କମିଶନର , କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦର ପଦାଧିକାରୀମାନେ ଯୋଗ ଦେଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.