ETV Bharat / city

ଡିପ ଡିପ୍ରେସନରେ ପରିଣତ ହେଲା ଅମ୍ଫାନ

ବର୍ତ୍ତମାନ ବାତ୍ୟା ପାରାଦୀପ ଠାରୁ ୧୦୪୦ କିଲୋମିଟର ଦୂର ଦକ୍ଷିଣ ଦିଗରେ ରହିଛି । ଆଗାମୀ ୧୮ ତାରିଖରୁ ଏହାର ଦିଗ ପରିବର୍ତ୍ତନ ହେବ । ଅଧିକ ପଢନ୍ତୁ...

ଡିପ ଡିପ୍ରେସନରେ ପରିଣତ ହେଲା ଅମ୍ଫାନ
ଡିପ ଡିପ୍ରେସନରେ ପରିଣତ ହେଲା ଅମ୍ଫାନ
author img

By

Published : May 17, 2020, 1:24 AM IST

Updated : May 17, 2020, 11:53 AM IST

ଭୁବନେଶ୍ବର: ଡିପ ଡିପ୍ରେସନରେ ପରିଣତ ହୋଇଛି ବାତ୍ୟା ଅମ୍ଫାନ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବ ଅମ୍ଫାନ । ୨୪ ଘଣ୍ଟାରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ । ବର୍ତ୍ତମାନ ବାତ୍ୟା ପାରାଦୀପ ଠାରୁ ୧୦୪୦ କିଲୋମିଟର ଦୂର ଦକ୍ଷିଣ ଦିଗରେ ରହିଛି । ଆଗାମୀ ୧୮ ତାରିଖରୁ ଏହାର ଦିଗ ପରିବର୍ତ୍ତନ ହେବ । ୧୮ ତାରିଖ ସନ୍ଧ୍ୟାରୁ ଦକ୍ଷିଣ ଓଡିଶାରେ ବର୍ଷା ହେବ ।

ଡିପ ଡିପ୍ରେସନରେ ପରିଣତ ହେଲା ଅମ୍ଫାନ

ଏହି ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବ । ୧୮ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ୧୯ ତାରିଖ ସକାଳୁ ଉତ୍ତର ଉପକୂଳରେ ପବନ ବୋହିବା ସହ ପ୍ରବଳ ବର୍ଷା ହେବ ।

ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୭୫ରୁ ୮୫ କିଲୋମିଟର ରହିବ । ପରେ ଏହା ୯୫ ଘଣ୍ଟା ପ୍ରତି କିଲୋମିଟରକୁ ବଢିଯିବ । ସେହିପରି ୨୦ ତାରିଖରୁ ବର୍ଷା ଓ ପବନର ବେଗ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚ ଆର ବିଶ୍ବାସ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : May 17, 2020, 11:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.