ETV Bharat / city

ଆସନ୍ତା 28ରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଅମିତ ଶାହା

author img

By

Published : Feb 16, 2020, 12:42 PM IST

Updated : Feb 16, 2020, 2:15 PM IST

amit shah to visit odisha, bhubaneswar latest news, amit shah to support caa in odisha, ଓଡିଶାରେ ସିଏଏକୁ ସମର୍ଥନ କରିବେ ଅମିତ ଶାହା, ଓଡିଶା ଆସିବେ ଅମିତ ଶାହା, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌
ଆସନ୍ତା 28ରୁ ଦୁଇ ଦିନିଆ ଓଡିଶା ଗସ୍ତରେ ଅମିତ ଶାହା

12:28 February 16

ଭୁବନେଶ୍ବର: ଆସନ୍ତା 28 ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଭୁବନେଶ୍ବରରେ ଏକ ବିଶାଳ ସମାବେଶରେ ଓଡିଶାବାସୀଙ୍କୁ ଦେବେ ଉଦବୋଧନ। ନାଗରିକ ସଂଶୋଧନ ଆଇନ ସମର୍ଥନରେ ଆୟୋଜିତ ହେବ ଏହି ସମାବେଶ । ଯେଉଁଥିରେ ଲକ୍ଷେରୁ ଉର୍ଦ୍ଧ୍ବ ଜନସାଧାରଣ ଭାଗ ନେବେ ବୋଲି ଜଣାପଡିଛି।

ଶନିବାର ରାଜ୍ୟ ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି ଏନେଇ ସୂଚନା ଦେଇ କହିଛନ୍ତି କି ରାଜ୍ୟରେ ନାଗରିକ ସଂଶୋଧନ ବିଲ ସମର୍ଥନରେ ଅନେକ ସଭା ଓ ରାଲି ଆୟୋଜିତ ହୋଇଛି। ଯେଉଁଥିରେ ଦେଶର ବିଭିନ୍ନ କେନ୍ଦ୍ରମନ୍ତ୍ରୀମାନେ ଆସି ଏଥିରେ ଅଂଶଗ୍ରହଣ କରି ଲୋକମାନଙ୍କୁ ଏହା ବିଷୟରେ ଅବଗତ କରାଇଛନ୍ତି।

ଏହି କ୍ରମରେ ଆସନ୍ତା 28 ତାରିଖରେ ଭୁବନେଶ୍ବରରେ ଶେଷ ସମର୍ଥନ ସଭା ଆୟୋଜିତ ହେବାକୁ ଯାଉଛି। ଯେଉଁଥିରେ କେନ୍ଦ୍ର ଗୃହମନ୍ତ୍ରୀ ଯୋଗ ଦେବେ ବୋଲି ଜଣାଯାଇଛି। ସେ 28 ତାରିଖରେ ଭୁବନେଶ୍ବର ଆସି ଅପରାହ୍ନରେ ଆୟୋଜିତ ହେବାକୁ ଥିବା ସଭାରେ ଯୋଗ ଦେବା ସହ ରାତ୍ରିଯାପନ କରିବେ। ଏହାପରେ 29 ତାରିଖ ସକାଳେ ସେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ଭୁବନେଶ୍ବରରେ ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ ସାରି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।  

ତେବେ ଏହି ସଭା ଭୁବନେଶ୍ବରର କେଉଁ ସ୍ଥାନରେ ହେବ ସେନେଇ ଚୂଡାନ୍ତ ନିଷ୍ପତି ହୋଇ ନଥିବାବେଳେ ଏହା ଖୁବଶୀଘ୍ର ସ୍ଥିର କରାଯିବ ବୋଲି ସମୀର ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Feb 16, 2020, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.