ETV Bharat / city

Odisha Assembly: ବସ୍ତିବାସିନ୍ଦାଙ୍କୁ ମିଳିବ ଜାଗା, ପାରିତ ହେଲା ବସ୍ତି ବାସିନ୍ଦା ସଂଶୋଧନ ବିଲ୍ - slum bill passed in assembly

ବସ୍ତିରେ ଦୀର୍ଘ ଦିନ ଧରି ବାସ କରୁଥିବା ଲୋକଙ୍କୁ 30 ବର୍ଗ ମିଟର ଜାଗା ଯୋଗାଇ ଦେବେ ରାଜ୍ୟ ସରକାର । ପାରିତ ହେଲା ବସ୍ତି ବାସିନ୍ଦା ସଂଶୋଧନ ବିଲ୍ । ଅଧିକ ପଢ଼ନ୍ତୁ...

ହଟ୍ଟଗୋଳ ମଧ୍ୟରେ ପାରିତ ହେଲା ବସ୍ତି ବାସିନ୍ଦା ସଂଶୋଧନ ବିଲ୍

author img

By

Published : Sep 2, 2021, 5:08 PM IST

Updated : Sep 2, 2021, 5:22 PM IST

ଭୁବନେଶ୍ବର: ହଟ୍ଟଗୋଳ ଭିତରେ ବିଧାନସଭାରେ ପାରିତ ହେଲା ଓଡ଼ିଶା ବସ୍ତି ବାସିନ୍ଦା ଭୂମି ଅଧିକାର ସଂଶୋଧନ ବିଲ୍ ।

ଏହା ଦ୍ୱାରା ବସ୍ତିରେ ଦୀର୍ଘ ଦିନ ଧରି ବାସ କରୁଥିବା ଲୋକଙ୍କୁ 30 ବର୍ଗ ମିଟର ଜାଗା ଯୋଗାଇ ଦେବେ ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନା ଅଧିନରେ ବସ୍ତିବାସିନ୍ଦାଙ୍କୁ ଜାଗା ଯୋଗାଇ ଦିଆଯିବ ।

ଏହି ସଂଶୋଧନ ଆଇନ ଦ୍ୱାରା ବସ୍ତି ବାସିନ୍ଦାଙ୍କର ଭୂମି ଅଧିକାର ଓ ଗୃହ ନିର୍ମାଣ ସୁନିଶ୍ଚିତ କରାଯାଇପାରିବ । ରାଜ୍ୟରେ ମରୁଡ଼ି ସ୍ଥିତିକୁ ନେଇ ଗୃହରେ ବିରୋଧିଙ୍କ ହଟ୍ଟଗୋଳ ଆଜି ବି ଜାରି ରହିଥିଲା । ଯାହାଫଳରେ ଗୃହକୁ ଶୁକ୍ରବାର ସକାଳ ୧୦.୩୦ ଯାଏଁ ମୂଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ତେବେ ଏହାରି ମଧ୍ୟରେ ଗୁରୁବାର ୩ଟି ସଂଶୋଧିକ ବିଲ ପାରିଥିବା ନେଇ ସୂଚନା ମିଳିଛି ।

ମରୁଡ଼ି ସ୍ଥିତି ଉପରେ ଆଲୋଚନା ଦାବି କରି ମୌସୁମୀ ଅଧିବେଶନ ଆରମ୍ଭରୁ ହିଁ ଗୃହରେ ହଟ୍ଟଗୋଳ ଆରମ୍ଭ କରିଥିଲା । ବାଚସ୍ପତିଙ୍କ ନିର୍ଦ୍ଦେଶରେ କୃଷିମନ୍ତ୍ରୀ କେବଳ ରାଜ୍ୟରେ କୃଷି ସ୍ଥିତି ଉପରେ ଆଲୋଚନା କରିଥିଲେ । ଏଥିରେ ଅସନ୍ତୁଷ୍ଟ ବିରୋଧି ପୁନଃ ହଟ୍ଟଗୋଳ କରିବାକୁ ଆଜି ଅପରାହ୍ଣ ୪ଟା ଯାଏଁ ଗୃୃହ ମୁଲତବୀ ରହିଥିଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Sep 2, 2021, 5:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.