ଭୁବନେଶ୍ବର: ଜିଲ୍ଲା ପରିଷଦ ଅଧ୍ୟକ୍ଷ-ଅଧ୍ୟକ୍ଷା ନିର୍ବାଚନ ନିୟମରେ ସଂଶୋଧନ । ଜିଲ୍ଲା ପରିଷଦ ଆଇନରେ ସଂଶୋଧନ କଲେ ରାଜ୍ୟ ନିର୍ବାଚନ କମିଶନ । ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଉପାଧ୍ୟକ୍ଷ ନିର୍ବାଚନ ସମୟରେ ଦଳ ବଦଳ ନିରୋଧ ଆଇନ ଲାଗୁ ହେବ ।
ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ନିଜର ପ୍ରାଧିକୃତ ପ୍ରତିନିଧି ନିଯୁକ୍ତ କରି ସେମାନଙ୍କ ନାମ ଦେବେ, ଭୋଟିଂ ବେଳେ ବିଭିନ୍ନ ଦଳର ଜିଲ୍ଲା ପରିଷଦ ସଭ୍ୟମାନେ ନିଜ ଦଳ ତରଫରୁ ପ୍ରାଧିକୃତ ପ୍ରତିନିଧିଙ୍କୁ ଦେଖାଇ ଭୋଟ ଦେବେ ବୋଲି ନିୟମ କରାଯାଇଛି । ଏନେଇ ସାମ୍ବାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ସଚିବ ରବିନ୍ଦ୍ର ନାଥ ସାହୁ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ