ETV Bharat / city

ଭିଡ଼ ଭିତରେ ଫସିଗଲା ଆମ୍ବୁଲାନ୍ସ, ଫେରିଲା ପଛୁଆ ପଛୁଆ - ଆମ୍ବୁଲାନ୍ସକୁ ଛାଡିଲେନି ବାଟ

ଭିଡ଼ ଭିତରେ ଫସିଗଲା ଆମ୍ବୁଲାନ୍ସ । ପଛୁଆ ପଛୁଆ ଫେରିଲା ଆମ୍ବୁଲାନ୍ସ । ଦୀର୍ଘ ସମୟ ଧରି ଫସି ରହିବା ପରେ ଭିଡ଼ରୁ ବାହାରିଥିଲା ଆମ୍ବୁଲାନ୍ସ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ରବୀନ୍ଦ୍ର ମଣ୍ଡପ ନିକଟରେ । ଅଧିକ ପଢନ୍ତୁ

ଭିଡ଼ ଭିତରେ ଫସିଗଲା ଆମ୍ବୁଲାନ୍ସ , ଫେରିଲା ପଛୁଆ ପଛୁଆ

author img

By

Published : Apr 18, 2022, 7:42 PM IST

ଭୁବନେଶ୍ବର: ଆମ୍ବୁଲାନ୍ସକୁ ଛାଡିଲେନି ବାଟ । ଦୀର୍ଘ ସମୟ ଧରି ଭିଡ଼ ଭିତରେ ଫସିଗଲା ଆମ୍ବୁଲାନ୍ସ । ପଛୁଆ ପଛୁଆ ଫେରିଲା ଆମ୍ବୁଲାନ୍ସ । ଦୀର୍ଘ ସମୟ ଧରି ଫସି ରହିବା ପରେ ଭିଡ଼ରୁ ବାହାରିଥିଲା ଆମ୍ବୁଲାନ୍ସ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ରବୀନ୍ଦ୍ର ମଣ୍ଡପ ନିକଟରେ। ଓଡିଶା ଡ୍ରାଇଭର ମହସଙ୍ଘ ଆନ୍ଦୋଳନବେଳେ ଜାମରେ ଆମ୍ବୁଲାନ୍ସଟି ଫସି ଯାଇଥିଲା ।

ଭିଡ଼ ଭିତରେ ଫସିଗଲା ଆମ୍ବୁଲାନ୍ସ , ଫେରିଲା ପଛୁଆ ପଛୁଆ

କିଛି ମହାସଂଘର କର୍ମୀମାନେ ଏଜି ଛକଠାରୁ ବିଧାନସଭା ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲା। ଯାହା ଫଳରେ ହଠାତ ରାସ୍ତା ଜାମ ହୋଇଯାଇଥିଲା। ଫଳରେ ଆମ୍ବୁଲାନ୍ସ ସହ ଅନେକ ସାଧାରଣ ଜନତା ଭିଡ଼ ମଧ୍ୟରେ ଫସି ରହିଥିଲେ ।

ପ୍ରକାଶ ଥାଉ କି, ପିଏମଜି ଛକରେ ଏକାଠି ହୋଇଛନ୍ତି ହଜାର ହଜାର ସଂଖ୍ୟାର ଡ୍ରାଇଭର। ୧୧ ଦଫା ଦାବି ନେଇ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ସୁରକ୍ଷା, ସମ୍ମାନ ଓ ବୀମା ଦାବିରେ ଭୁବନେଶ୍ବର ଲୋୟର ପିଏମଜି ଛକରେ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଧାରଣାରେ ବସିଛନ୍ତି। ଦାବିପୂରଣ ନ ହେଲା ଯାଏଁ ରାଜଧାନୀ ଛାଡ଼ିବୁ ନାହିଁ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.