ETV Bharat / city

କୃଷିକ୍ଷେତ୍ରରେ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେବାକୁ ରାଜ୍ୟସଭାରେ ଅମର ପଟ୍ଟନାୟକଙ୍କ ଦାବି - ମହିଳା ଚାଷୀ

ମହିଳା ଚାଷୀଙ୍କ ଅଧିକାରକୁ ଚିହ୍ନଟ କରିବା ସହ ସ୍ୱୀକୃତି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ମହିଳା ଚାଷୀ ଦାବିକୁ ରାଜ୍ୟସଭା ଅଧିବେଶନରେ ଅମର ସମର୍ଥନ କରିଛନ୍ତି । ଅଧିକ ପଢନ୍ତୁ...

କୃଷିକ୍ଷେତ୍ରରେ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେବାକୁ ରାଜ୍ୟସଭାରେ ଅମର ପଟ୍ଟନାୟକଙ୍କ ଦାବି

author img

By

Published : Mar 23, 2021, 8:33 PM IST

ଭୁବନେଶ୍ବର: ଦେଶରେ ରହିଛନ୍ତି 15 କୋଟିରୁ ଅଧିକ ମହିଳା କୃଷକ । ସେମାନେ କୃଷି ତଥା ଆନୁସାଙ୍ଗିକ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ମଞ୍ଜି ପୋତିବାଠୁ ଆରମ୍ଭ କରି ବୃକ୍ଷ ରୋପଣ, ଶସ୍ୟ ସଂଗ୍ରହ ଓ ଶସ୍ୟ ସଂରକ୍ଷଣ ଦାୟିତ୍ୱ ସେମାନେ ତୁଲାଉଛନ୍ତି । ହେଲେ ଦେଶରେ ମହିଳା ଚାଷୀମାନେ ଅବହେଳିତ । ବିଭିନ୍ନ ସମୟରେ ଭେଦଭାବର ଶିକାର ହେଉଛନ୍ତି ମହିଳା ଚାଷୀ । ମହିଳା ଚାଷୀଙ୍କ ଅଧିକାରକୁ ଚିହ୍ନିଟ କରିବା ସହ ସ୍ୱୀକୃତି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ମହିଳା ଚାଷୀ ଦାବିକୁ ରାଜ୍ୟସଭା ଅଧିବେଶନରେ ଅମର ସମର୍ଥନ କରିଛନ୍ତି ।

କୃଷିକ୍ଷେତ୍ରରେ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେବାକୁ ରାଜ୍ୟସଭାରେ ଅମର ପଟ୍ଟନାୟକଙ୍କ ଦାବି
ଦେଶର ନିରନ୍ତର ଏବଂ ଅନ୍ତର୍ଭୂକ୍ତ ଅଭିବୃଦ୍ଧି ପାଇଁ ଉଦ୍ୟମ ଚାଲିଛି । ତେଣୁ ଉଭୟ ନୀତି ଏବଂ କାର୍ଯ୍ୟାନ୍ୱୟନ ସ୍ତରରେ ମହିଳା ଚାଷୀଙ୍କୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଏ ନେଇ କେନ୍ଦ୍ର ସରକାରଙ୍କୁ କିଛି ପରାମର୍ଶ ଦେଇଛନ୍ତି ଅମର । ଚାଷୀଙ୍କ ଅର୍ଥର ପରିଭାଷାକୁ ବିସ୍ତୃତ ଓ କାର୍ଯ୍ୟକାରୀ କରିବା ପାଇଁ ମହିଳା ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାର ଆବଶ୍ୟକତା ରହିଛି । ବିଶେଷ କରି ମହିଳା ଚାଷୀମାନଙ୍କ ବିଭିନ୍ନ ସମସ୍ୟା ଏବଂ ଦାବିକୁ ସମାଧାନ କରିବା ପାଇଁ ନୀତି ଓ ସଂସ୍କାରରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଏକ ଜମିରେ ଏକାଧିକ ମହିଳାଙ୍କ ମିଳିତ ପଞ୍ଜିକରଣ, ମହିଳା କୃଷକମାନଙ୍କର ଏକ ରେଜିଷ୍ଟ୍ରି, ଋଣ, ବୀମା ଏବଂ ଟେକ୍ନୋଲୋଜି ସହ ଗୁଣାତ୍ମକ ବିହନ ପାଇଁ ସମାନ ସୁବିଧା ଯୋଗାଇବାକୁ ଅମର ଦାବି କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.