ETV Bharat / city

ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବ ବିଜୟ ମଶାଲ, ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି

author img

By

Published : Oct 28, 2021, 10:28 PM IST

ଭୁବନେଶ୍ୱରରେ ପହଞ୍ଚିବ ଅମର ଯବାନ ଜ୍ୟୋତିର ସ୍ୱର୍ଣ୍ଣିମ ବିଜୟ ମଶାଲ । ସ୍ବାଗତ କରିବା ପାଇଁ ଚୂଡାନ୍ତ ହୋଇଛି ପ୍ରସ୍ତୁତି । ରାଜଧାନୀର ବିଭିନ୍ନ ସ୍ଥାନ ବୁଲିବ ମଶାଲ । ବିଭିନ୍ନ ବର୍ଗଙ୍କ ମଧ୍ୟରେ ଉତ୍ସାହ । ଅଧିକ ପଢନ୍ତୁ....

ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବ ବିଜୟ ମଶାଲ, ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି
ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବ ବିଜୟ ମଶାଲ, ସ୍ୱାଗତ ପାଇଁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ବର: ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବ ଅମର ଯବାନ ଜ୍ୟୋତିର ସ୍ୱର୍ଣ୍ଣିମ ବିଜୟ ମଶାଲ । ୧୯୭୧ ମସିହାରେ ସଂଘଠିତ ଯୁଦ୍ଧରେ ପାକିସ୍ତାନ ଉପରେ ଭାରତର ବିଜୟର ୫୦ବର୍ଷ ପୂର୍ତ୍ତି ପାଳନ ଉପଲକ୍ଷେ ଅକ୍ଟୋବର ୨୦ରୁ ନଭେମ୍ବର ୭ପର୍ଯ୍ୟନ୍ତ ଓଡିଶାରେ ବିଜୟ ମଶାଲ ପରିକ୍ରମା ଜାରି ରଖିଛି । ବିଜୟ ମଶାଲକୁ ସମ୍ମାନ ପ୍ରଦର୍ଶନ ପାଇଁ ଭୁବନେଶ୍ୱର ୧୨୦ ବାଟାଲିୟନ ଷ୍ଟେସନ ହେଡ୍‌କ୍ୱାଟର୍ସ ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗର ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଆଇ.ଏନ୍‌.ଏସ୍ ଚିଲିକାରେ ଥିବା ଏହି ବିଜୟ ମଶାଲ ଆସନ୍ତାକାଲି ଅପରାହ୍ନ ପ୍ରାୟ ୧୨.୩୦ରୁ ୧.୩୦ ମଧ୍ୟରେ ତମାଣ୍ଡୋରେ ଓ ୧. ୩୦ମି.ରୁ ୩ଟା ମଧ୍ୟରେ ଭୁବନେଶ୍ୱର ୧୨୦ ବାଟାଲିୟନରେ ପହଞ୍ଚିବ । ଅକ୍ଟୋବର ୩୦ରୁ ନଭେମ୍ବର ୩ତାରିଖ ପର୍ଯ୍ୟନ୍ତ ଏହା ଭୁବନେଶ୍ୱର ଓ ୪ ତାରିଖରେ କଟକରେ ରହୁଥିବା ୧୯୭୧ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ବୀର ଯବାନମାନଙ୍କ ଗୃହ ପରିକ୍ରମା କରିବାର କାର୍ଯ୍ୟକ୍ରମ ରଖାଯାଇଛି ।

ସେହିପରି ୩୦ ତାରିଖ ଅପରାହ୍ନରେ ରାଜଭବନରେ ବିଜୟ ମଶାଲକୁ ସମ୍ମାନ ପ୍ରଦର୍ଶନ କରାଯିବା ସହ ବୀର ଯବାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ୩୧ ତାରିଖରେ ଜୟଦେବ ବିହାର ଆର୍‌.ବି.ଏଲ୍ ବ୍ୟାଙ୍କରୁ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଇକେଲ ଶୋଭାଯାତ୍ରାରେ ବିଜୟ ମଶାଲ ଖଣ୍ଡଗିରି, ପଳାସପଲ୍ଲୀ, ଫରେଷ୍ଟ ପାର୍କ, ଶିଶୁ ଭବନ,ମାଉସୀମା ମନ୍ଦିର ଛକ ଦେଇ ହୋଟେଲ ଗ୍ରାଣ୍ଡରେ ପହଞ୍ଚିବ । ଏହି ଦିନ ସଂଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଛି ।

କୋଭିଡ ଲାଇଡଲାଇନ ଅନୁପାଳନ ଦୃଷ୍ଟିରୁ ସେଠାରେ ସୀମିତ ସଂଖ୍ୟକ ଅତିଥି ଓ ସେନାର ବୀର ଯବାନମାନେ ଉପସ୍ଥିତ ରହିବେ । ୧ ତାରିଖ ସକାଳେ ବିଜୟ ମଶାଲ ସୈନିକ ସ୍କୁଲ ପରିକ୍ରମା କରିବା ସହ ସେଠାରେ ସ୍କୁଲ ତରଫରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହି ଦିନ ପୂର୍ବାହ୍ନରେ ବି.ଏସ୍‌.ଏଫ୍ ଓ ୨ ତାରିଖ ସକାଳେ ବିଜୟ ମଶାଲ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ୩ତାରିଖରେ ଡିଏଭି ପବ୍ଲିକ୍ ସ୍କୁଲ, ୟୁନିଟ୍‌-୮ ଏବଂ ଏନ୍‌.ସି.ସି କ୍ୟାମ୍ପ, ଆଦିବାସୀ ପଡିଆ-ୟୁନିଟ୍‌-୧ରେ ପହଞ୍ଚିବାର କାର୍ଯ୍ୟସୂଚୀ ସ୍ଥିର କରାଯାଇଛି ।

୫ ତାରିଖ ସକାଳେ ବିଜୟ ମଶାଲ ପୁରୀ ସମୁଦ୍ରକୂଳରେ ଆୟୋଜିତ ବାଲୁକା କଳା ପ୍ରଦର୍ଶନୀ ସ୍ଥଳରେ ପହଞ୍ଚିବା ସହ ସେଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ । ପରେ ପରେ ବିଜୟ ମଶାଲ ପୁରୀ ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିକ୍ରମା କରି ପରଦିନ ଅର୍ଥାତ ୬ ତାରିଖ ସକାଳେ ଏହା ବାଲେଶ୍ୱର ଅଭିମୁଖେ ଯାତ୍ରା କରିବ । ୧୨୦ ବାଟାଲିୟନ ଷ୍ଟେସନ ହେଡ୍‌କ୍ୱାଟର୍ସ ଭୁବନେଶ୍ୱର ତରଫରୁ ଏହି ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.