ହାଇଦ୍ରାବାଦ: ମିଥ୍ୟା ଆରୋପ ଲଗାଇବାର ଅଧିକାର କାହାର ନାହିଁ । ତେଣୁ ମୁଁ ନୀରବତା ଭାଙ୍ଗିବାକୁ ଯାଉଛି ବୋଲି ସୋସିଆଲ ମିଡ଼ିଆରେ ନିଜର ମତ ପ୍ରକାଶ କରିଛନ୍ତି ଓଡିଆ ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ।
ସାଂସଦ ସ୍ବାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିବା ପରେ ଗଣ ମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାଁନ୍ତି ବର୍ଷା । ସେପଟେ ଅନୁଭବ ପଟିଆଲା ହାଉସକୋର୍ଟରେ ନିଜର ପିଟିସନ ଦାଖଲ କରିବା ସହ ବର୍ଷାଙ୍କ ବିରୋଧରେ ଯୋଡ଼ିଛନ୍ତି ଅଭିଯୋଗର ଲମ୍ବା ଫର୍ଦ୍ଦ ।
ଆଜି ଗଣମାଧ୍ୟମ ସାମ୍ନାରେ ଅନୁଭବ ମୁହଁ ଖୋଲିଥିବା ବେଳେ ବର୍ଷା ଏପର୍ଯ୍ୟନ୍ତ୍ ମଧ୍ୟ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି । କିନ୍ତୁ ସେ ଅନୁଭବଙ୍କ ଘରେ ସୁରକ୍ଷିତ ନଥିବା ନେଇ ଓକିଲଙ୍କ ଜରିଆରେ ଅଭିଯୋଗ ରଖିଥିଲେ । ସେପଟେ ଆଜି ଦୁଇ ଜଣ ବ୍ୟକ୍ତି ବର୍ଷାଙ୍କ ରୁମ ଭିତରକୁ ପ୍ରବେଶଖ କରିବା ସହ ତାଙ୍କର ଭିଡିଓ ଉତ୍ତୋଳନ କରିଥିବା ନେଇ ମଧ୍ୟ ପୋଲିସକୁ ଜଣାଇଥିଲେ । ତେଣୁ ବର୍ତ୍ତମାନ ଅପେକ୍ଷା ବର୍ଷା ଏହି ବାର୍ତ୍ତା ଆଗକୁ କଣ ଟ୍ବିଷ୍ଟ ଆଣୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ