ETV Bharat / city

କ୍ୟାପିଟାଲ ହସ୍ପିଟାଲରେ ପ୍ରସୂତିଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ

ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ଅଧିକ ଅଗ୍ରାଧିକାର ଦେଉଛନ୍ତି । ହେଲେ କେଉଁଠି ନା କେଉଁଠି ଅବହେଳା ରହୁଛି । ଯାହାର ସଦ୍ୟତମ ଉଦାହରଣ ହେଉଛି କ୍ୟାପିଟାଲ ହସ୍ପିଟାଲରେ ଜଣେ ପ୍ରସୂତି ମହିଳାଙ୍କ ଚିକିତ୍ସାରେ ଅବହେଳା । ଅଧିକ ପଢନ୍ତୁ...

author img

By

Published : Sep 5, 2021, 10:03 AM IST

କ୍ୟାପିଟାଲ ହସ୍ପିଟାଲରେ ପ୍ରସୂତିଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ
କ୍ୟାପିଟାଲ ହସ୍ପିଟାଲରେ ପ୍ରସୂତିଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ

ଭୁବନେଶ୍ବର: ଯେତେ ବ୍ୟବସ୍ଥା ସେତେ ଅବହେଳା । ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ଅଧିକ ଅଗ୍ରାଧିକାର ଦେଉଛନ୍ତି । ହେଲେ କେଉଁଠି ନା କେଉଁଠି ଅବହେଳା ରହୁଛି । ଯାହାର ସଦ୍ୟତମ ଉଦାହରଣ ହେଉଛି କ୍ୟାପିଟାଲ ହସ୍ପିଟାଲରେ ଜଣେ ପ୍ରସୂତି ମହିଳାଙ୍କ ଚିକିତ୍ସାରେ ଅବହେଳା ।

ସୂଚନାଅନୁସାରେ,ଶୈଳଶ୍ରୀ ବିହାର ଅଞ୍ଚଳର ସରୋଜିନୀ ବାରିକ ପ୍ରସୂତି ନିମନ୍ତେ ଆସିଥିବାବେଳେ ତାଙ୍କୁ 24 ଘଣ୍ଟା ଅପେକ୍ଷା କରିବାକୁ ପଡିଥିଲା । ଅଧିକ ଯନ୍ତ୍ରଣା ହେବାରୁ ତାଙ୍କୁ ଶୁକ୍ରବାର ଅପରାହ୍ନରେ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ ପରିବାଟ ଲୋକ । ରାତିରେ ତାଙ୍କର ଆଡମିଶନ କରାଯାଇଥିଲା । ଡାକ୍ତର ଏକ ଇଞ୍ଜେକସନ ଦେଇ ପିଲାଜନ୍ମର ସମୟ ହୋଇନାହିଁ ଏବଂ ଅଲଟ୍ରାସାଉଣ୍ଡ କରି ଅପେକ୍ଷା କରିବାକୁ କହିଥିଲେ । ପରେ ପୁଣି ମହିଳାଙ୍କ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ରାତି ସାରା ଯନ୍ତ୍ରଣାରେ ଛଟପଟ ହୋଇଥିଲେ ବି କୌଣସି ଅଧିକାରୀ ସହଯୋଗ କରିନଥିଲେ ।

ପୁଣି ଆଉ ଏକ ଇଞ୍ଜେକସନ ଦେଇ ଅପେକ୍ଷା କରିବାକୁ କହିଥିଲେ । ଅନ୍ୟପକ୍ଷରେ ଯନ୍ତ୍ରଣା ଯୋଗୁଁ ପରିବାର ଲୋକ ଅପରେସନ କରିବାକୁ କହିଥିଲେ ମଧ୍ୟ ‌କେହି ଶୁଣିନଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ରାତି 9ଟା ସୁଦ୍ଧା ସରୋଜିନୀ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.