ETV Bharat / city

ଘରୋଇ କମ୍ପାନୀ ବିରୋଧରେ ଶୋଷଣ ଅଭିଯୋଗ, ଶ୍ରମ କମିଶନଙ୍କ କାର୍ଯ୍ୟାଳୟ ସାମ୍ନାରେ ଶ୍ରମିକଙ୍କ ଧାରଣା

author img

By

Published : Aug 11, 2021, 6:33 PM IST

୪ ଦଫା ଦାବି ନେଇ ଶ୍ରମ କମିଶନର କାର୍ଯ୍ୟାଳୟରେ ସମ୍ମୁଖରେ ଧାରଣାରେ ବସିଲେ ଅନମୋଲ କମ୍ପାନୀର ଶ୍ରମିକ । କମ୍ପାନୀ ଶ୍ରମିକ ମାରଣନୀତି ପ୍ରୟୋଗ କରୁଥିବା ଦର୍ଶାଇ ୪ ଦଫା ଦାବି ସହ ଧାରଣା । ଅଧିକ ପଢନ୍ତୁ...

ଘରୋଇ କମ୍ପାନୀ ବିରୋଧରେ ଶୋଷଣ ଅଭିଯୋଗ, ଶ୍ରମ କମିଶନଙ୍କ କାର୍ଯ୍ୟାଳୟ ସମ୍ନାରେ ଶ୍ରମିକଙ୍କ ଧାରଣା

ଭୁବନେଶ୍ବର: ୪ ଦଫା ଦାବି ନେଇ ଶ୍ରମ କମିଶନର କାର୍ଯ୍ୟାଳୟରେ ସମ୍ମୁଖରେ ଧାରଣାରେ ବସିଲେ ଅନମୋଲ କମ୍ପାନୀର ଶ୍ରମିକ । ମାଷ୍ଟରକ୍ୟାଣ୍ଟିନ ଠାରେ ଶୋଭାଯାତ୍ରା କରି କମ୍ପାନୀର ମନମୁଖୀ କାର୍ଯ୍ୟକଳାପ ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୋଭିଡ ସମୟରେ କାମ ନଥିବାରୁ ଶ୍ରମିକମାନେ ଖାଇବାକୁ ପାଉନଥିବାବେଳେ କମ୍ପାନୀରେ ଶ୍ରମିକଙ୍କୁ ଛଟେଇ କରାଯାଉଛି । ଏପରିକି ଏବେବି କମ୍ପାନୀ ପୂର୍ଣ୍ଣ ମାତ୍ରାରେ ଖୋଲିନାହିଁ । ତେଣୁ ଶ୍ରମିକଙ୍କୁ କାମ ନମିଳିବାରୁ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ଶ୍ରମ କମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଶ୍ରମିକ ।

ସେହିପରି କମ୍ପାନୀ ଛଟେଇ କରିଥିବା କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବା ,ଲେ-ଅଫ ନୋଟିସ ପ୍ରତ୍ୟାହାର ଓ ଶିଳ୍ପ ବିବାଦ ୨୦୨୦ ମସିହାରେ କରାଯାଇଥିବା ଶ୍ରମିକ ବିରୋଧୀ ଆଇନ ସଂଶୋଧନ କରିବା ଭଳି ଏକାଧିକ ଦାବି କରିଛନ୍ତି ଶ୍ରମିକ ।

ଆଇନରେ ପରିବର୍ତ୍ତନ ନହେଲେ, ସେହି ଆଳରେ ମାଲିକମାନେ ଶ୍ରମିକଙ୍କୁ ଶୋଷଣ କରିବେ ବୋଲି କହିଛନ୍ତି ଶ୍ରମିକ । ତେଣୁ ଏହି ଦାବି ପୂରଣ ନେଇ ସେମାନେ ୩୮ ଦିନ ହେବ କ୍ରମାଗତ ଧାରଣା ଦେଇ ଆସୁଥିବାବେଳେ ଆଜି ଶ୍ରମ କମିଶନଙ୍କୁ ଦାବିପତ୍ର ଦେଇଛନ୍ତି । ଶ୍ରମ କମିଶନ ସେମାନଙ୍କ ସମସ୍ୟା ଓ ଦାବି ସମ୍ପର୍କରେ ଗୁରୁତ୍ବ ଦେବା ସହ ସମାଧାନ ଦିଗରେ ପ୍ରୟାସ ଆରମ୍ଭ କରିବା ନେଇ ସେମାନେ ନିବେଦନ ମଧ୍ୟ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.